ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଲାଙ୍ଗବନ୍ଧରୁ ଚମ୍ପାଦେଇପୁର ଯାଏଁ ବିଜେଡିର ପଦଯାତ୍ରା

ଲାଞ୍ଜିଗଡ଼,୨୩/୧୦(ମନିସ)- ବିଜେଡି ପକ୍ଷରୁ ଆଜି ଲାଞ୍ଜିଗଡ଼ ବ୍ଲକର ଗୋଲାଙ୍ଗବନ୍ଧରୁ ଚନ୍ଦନପୁର ଦେଇ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଚମ୍ପାଦେଇପୁରଠାରେ ଏକ ଦଳୀୟ ସଭା ଅନୁଷ୍ଠିତ ହୋଇଯାଇଛି ! ଲାଞ୍ଜିଗଡ଼ ବ୍ଲକ ବିଜେଡି ପକ୍ଷରୁ ଆୟୋଜିତ ପଦଯାତ୍ରା ଓ ଦଳୀୟ ସଭାରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଶିବାଜୀ ମାଝୀ, ଜିଲ୍ଲା ମହିଳା ଜନତା ଦଳର ସଭାନେତ୍ରୀ ଲଳିତା ନାଏକ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଶ୍ରୀଧର ପେସନିଆ, ଜିଲ୍ଲା ପରିଷଦ ସଦସ୍ୟ ଅଞ୍ଜଳି ମାଝୀ, ପରୀକ୍ଷିତ ନାଏକ, ଜିଲ୍ଲା ପରିଷଦ ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ସୁଜିତା ଘଡ଼େଇ, ବ୍ଲକ ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗ, ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା, ବିଜେଡି ନେତା ହରିଶଙ୍କର ପାତ୍ର, ବଦ୍ରିନାରାୟଣ ପଟ୍ଟନାୟକ, ପ୍ରମୁଖ ଯୋଗ ଦେଇଥିଲେ ! ଲାଞ୍ଜିଗଡ଼ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀଙ୍କ ନେତୃତ୍ୱରେ ଅନୁଷ୍ଠିତ ପଦଯାତ୍ରା ଓ ଦଳୀୟ ସଭା ଅବସରରେ ବ୍ଲକର ବିଭିନ୍ନ ପଞ୍ଚାୟତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଯୋଗ ଦେଇଥିଲେ ! କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପାହାଡ଼ପଦର ସମିତିସଭ୍ୟ ଜଗଦୀଶ ବେନିଆଁ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବର୍ଷା ରେ ଭୁଶୁଡ଼ିଲା ଘର ଅଳ୍ପକେ ବର୍ତିଲେ ୨ ବର୍ଷ ର ଝିଅ

Sunil Chandra Nayak

ଡ୍ରାଇଭର ମହାସଂଘ ର ସମୂହ ଦୀପଦାନ

Sunil Chandra Nayak

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଆତ୍ମୀୟତା,,,,,,,,

Sunil Chandra Nayak

Leave a Comment

error: Content is protected !!