ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଉତ୍କେଲା,୦୧/୦୬,ମନିସ, ଶ୍ରୀ ରମେଶ ଚନ୍ଦ୍ର ସାହୁ, ସହକାରୀ ଶିକ୍ଷକ, ପିପଲଭାଡି ପ୍ରାଥମିକ ବିଦ୍ୟାଳୟ ଗତ ତା.୩୧/୦୫/୨୦୨୨ ରେ ଅବସର ଗ୍ରହଣ କରିଥିବାରୁ ଅଦ୍ୟ ତା.୦୧/୦୬/୨୦୨୨ ବୁଧବାର ରେ ସ୍ଥାନୀୟ ବସ୍ତିପଡ଼ା ପ୍ରାଥମିକ ବିଦ୍ୟାଳୟରେ ପlଷ୍ଟିକୁଡି କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରେମଳତା ବାରିକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ପ୍ରାଥମିକ ଶିକ୍ଷକ ସଂଘ, କେସିଙ୍ଗା ର ସମ୍ପାଦକ ଶ୍ରୀ କୁଶ ଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବରେ ଫଟକମାଲ ସିଆରସିସି ଶ୍ରୀ ସୁଶୀଲ କୁମାର ମାହାର, ସମ୍ମାନିତ ଅତିଥି ଭାବରେ ପାଷ୍ଟିକୁଡ଼ି ସିଆରସିସି ଶ୍ରୀ ଅକ୍ଷୟ କୁମାର ରଥ ଯୋଗ ଦେଇ ବିଦାୟୀ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କ ସ୍ମୃତି ଚାରଣ କରିଥଲେ l କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଗାଈଗାଁ ଉ. ପ୍ରା ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀ ଉଗ୍ରସେନ ସାହୁ l କାର୍ଯ୍ୟକ୍ରମ ରେ ପ୍ରାଥମିକ ଶିକ୍ଷକ ସଂଘ, କେସିଙ୍ଗା ତଥା କ୍ଲଷ୍ଟର ର ଶିକ୍ଷକ /ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା l ସହଯୋଗ କରଥିଲେ ଶିକ୍ଷକ ଶ୍ରୀ ଶ୍ରୀନିବାସ ଅlଚାରୀ, ଚନ୍ଦ୍ରଧ୍ବଜ ଦାଶ, ଦୟାନିଧି ଶବର,ଦିଗାମ୍ବର ଶବର, ମଳୟ ସୁନା, ଆଲିଶା ଭୁଜବଳ,ନିବେଦିତା ସାହୁ, ପ୍ରେମାନନ୍ଦ ହରପାଳ ତଥା କ୍ଲଷ୍ଟର ର ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ l

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଆମ କନ୍ଧମାଳ ଏହି

Sunil Chandra Nayak

ଗାଁକୁ ମଦ ମୁକ୍ତ କରିବା ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା ଗୋଷ୍ଟି

Sunil Chandra Nayak

ଗ୍ରୀନ୍ ଟ୍ରିବୁନାଲ ଗାଇଡ୍ ଲାଇନ୍ କୁ ଉଲଂଘନ ,ଖୁଲମଖୁଲା ବାଲି ଚାଲାଣ ପ୍ରତିବାଦରେ ରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!