ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କେଶରୀ ବେହେରା ଙ୍କ କବିତା ମୋ କାଳିଆ ପ୍ରେମରେ 

ମୋ କାଳିଆ ପ୍ରେମରେ 

 

ଗାଁ ପୋଖରୀକୁ ସ୍ନାନକରି ଗଲେ

ମହୋଦଧି ମୋତେ ଲାଗେ 

ମୋ ଗାଁ ଦାଣ୍ଡର ଗାଁ ଧୂଳିକୁ ମୁଁ 

ଶରଧା ବାଲି ତ ଭାବେ ||

 

ମୋ ଭଙ୍ଗା ଚାଳିଆ ଶ୍ରୀମନ୍ଦିର ପରି

ବସି ଗାଏ ଜଗା ନାମ

ବାଡ଼ି ଅଗଣାରେ ଲଗାଏ ତୁଳସୀ

ମୋ ମନେ କାଳିଆପ୍ରେମ ||

 

ଅନ୍ତରରେ ଭାବି କାଳିଆ ମୂରତି

ଲିମ୍ବକାଷ୍ଠେ ଆଙ୍କେ ଚିତା

ମୋ ମାଟି ପିଣ୍ଡିକୁ ରତ୍ନବେଦୀ ଭାବି

ପଢେ ଭାଗବତ ଗୀତା ||

 

ଘର ରାନ୍ଧଣା ମୋ ଅବଢ଼ା ବାସେରେ 

ଆନନ୍ଦେ ଦିଏ ମୁଁ ଖାଇ

ନିଦ ତ ଲାଗିଲେ ମୋ ଘର ଅଗଣା

ବାଇଶି ପାବଛ ହୋଇ ||

 

ପଡିଶା ମୋର ଯେ ପଣ୍ଡା ସୁଆଁର ଲୋ

ସହଯୋଗ ସେ କରନ୍ତି

ତନ ମନ ମୋର କାଳିଆ ପ୍ରେମରେ

ହଜିଛି ବୋଲି କୁହନ୍ତି ||

 

ସହଜେ ଦାରିଦ୍ରେ ଜୀବନ ମୋ ବିତେ

ବିକଳାଙ୍ଗ ମୁଁ ସଂସାରେ

ସତରେ କାଳିଆ ଅଭାବି ଜୀବନେ

ଭାବର ଅମୃତ ଝରେ ||

 

ଯାଇ ପାରୁନାହିଁ ତୋର ଶ୍ରୀକ୍ଷେତ୍ରକୁ

ଗାଁ ମା” ମୋ ଶ୍ରୀଦେବୀ 

ଭାବର ଠାକୁର ତୋ ଦିବ୍ୟରୂପକୁ 

ନୀତି ଦେଖେ ଭାବେ ଭାବି ||

 ପ୍ରତାପ କେଶରୀ ବେହେରା 

ଠିକଣା :- ମୋଟ , ବ୍ରହ୍ମଗିରି , ପୁରୀ

 

Related posts

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା କିସ୍ କଳାହାଣ୍ଡି ଉଦ୍ଘାଟିତ

Sunil Chandra Nayak

କବିତା ସାହୁ   ଙ୍କ କବିତା ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତୀ 

Sunil Chandra Nayak

ସମାଜସେବୀ ଙ୍କ ସ୍ମୃତିରେ ଜଳଛତ୍ର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!