ସକାଳ ଜଣାଣ
ଜଗତର ସ୍ବାମୀ ତୁମେ ଜଗତ ଗୋସାଇଁ
କେଉଁ ଦୋଷେ ଦେଲ ମତେ ତୁମଠୁ ଦୂରେଇ।।
କି ପାପେ ପାଇଲି ସଜ୍ଜା ହଟିଆ ଠାକୁର
ମୋ ପାଇଁକି କର କାହିଁ ଏତେ ଅବିଚାର।।
ଆଖି ଥାଇ ଅନ୍ଧ ଆଜି ଦେଖିନି ତୁମକୁ
ଯାଇ ପାରିଲିନି ଦିନେ ତୁମ ମନ୍ଦିରକୁ।।
କୋଟି କୋଟି ଭକ୍ତ ଙ୍କୁ ଯେ ଦେଉଛ ଦର୍ଶନ
ଲୁଚିଲ ମାେ ପାଇଁ କିଆଁ କାଳିଆ ରତନ।।
ଭକତିରେ ବନ୍ଧା ତୁମେ ଭକ୍ତର ବାନ୍ଧବ
ହାତ ନେଲ ଫେରାଇ ଯେ ମାେଠାରୁ କେଶବ।।
କେମିତି ପୂଜିବି ପ୍ରଭୁ ଲଗେଇ ଚନ୍ଦନ
ଲୁହରେ ଯାଉଛି ଧୋଇ ହେ ମଧୁସୂଦନ।।
କେଉଁ ଦିନ ବରଷିବ କୃପାହେ ତୁମର
ଟାଣିନବ ମତେ ପ୍ରଭୁ ତୁମ ସିଂହଦ୍ଵାର।।
ଅନେଇ ବସିଛି ମୁହିଁ ଚାତକ ପରିକା
ଖୋସି ଦେବି ନିଜ ହାତେ ମୟୂର ଚନ୍ଦ୍ରିକା।।
ପୂରଣ ହେବ କି ଇଚ୍ଛା ମୋର ହେ ସାଆନ୍ତ
ତୁମ ପାଦେ ସ୍ଥାନ ଦେବ ଆହେ ଦୟାବନ୍ତ।।