ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୁଭଶ୍ରୀ  ପ୍ରଧାନ ଙ୍କ କବିତା ସକାଳ ଜଣାଣ

ସକାଳ ଜଣାଣ

ଜଗତର ସ୍ବାମୀ ତୁମେ ଜଗତ ଗୋସାଇଁ

କେଉଁ ଦୋଷେ ଦେଲ ମତେ ତୁମଠୁ ଦୂରେଇ।।

 

କି ପାପେ ପାଇଲି ସଜ୍ଜା ହଟିଆ ଠାକୁର

ମୋ ପାଇଁକି କର କାହିଁ ଏତେ ଅବିଚାର।।

 

ଆଖି ଥାଇ ଅନ୍ଧ ଆଜି ଦେଖିନି ତୁମକୁ

ଯାଇ ପାରିଲିନି ଦିନେ ତୁମ ମନ୍ଦିରକୁ।।

 

କୋଟି କୋଟି ଭକ୍ତ ଙ୍କୁ ଯେ ଦେଉଛ ଦର୍ଶନ

ଲୁଚିଲ ମାେ ପାଇଁ କିଆଁ କାଳିଆ ରତନ।।

 

ଭକତିରେ ବନ୍ଧା ତୁମେ ଭକ୍ତର ବାନ୍ଧବ

ହାତ ନେଲ ଫେରାଇ ଯେ ମାେଠାରୁ କେଶବ।।

 

କେମିତି ପୂଜିବି ପ୍ରଭୁ ଲଗେଇ ଚନ୍ଦନ

ଲୁହରେ ଯାଉଛି ଧୋଇ ହେ ମଧୁସୂଦନ।।

 

କେଉଁ ଦିନ ବରଷିବ କୃପାହେ ତୁମର

ଟାଣିନବ ମତେ ପ୍ରଭୁ ତୁମ ସିଂହଦ୍ଵାର।।

 

ଅନେଇ ବସିଛି ମୁହିଁ ଚାତକ ପରିକା

ଖୋସି ଦେବି ନିଜ ହାତେ ମୟୂର ଚନ୍ଦ୍ରିକା।।

 

ପୂରଣ ହେବ କି ଇଚ୍ଛା ମୋର ହେ ସାଆନ୍ତ

ତୁମ ପାଦେ ସ୍ଥାନ ଦେବ ଆହେ ଦୟାବନ୍ତ।।

 ଶୁଭଶ୍ରୀ  ପ୍ରଧାନ

 କୋଣାର୍କ , ପୁରୀ

Related posts

ଡାବୁଗାଁ ଥାନା ରେ ନୂତନ ଆଇଆଇସି ଙ୍କ ଯୋଗଦାନ

Sunil Chandra Nayak

ସସ୍ମିତା ପଣ୍ଡା ଙ୍କ କବିତା ପ୍ରିତୀ ପଲକେ

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଏଇତ ଜୀବନ

Sunil Chandra Nayak

Leave a Comment

error: Content is protected !!