ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା କିସ୍ କଳାହାଣ୍ଡି ଉଦ୍ଘାଟିତ

ଭବାନୀ ପାଟଣା -:କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅନ୍ତର୍ଗତ  ବାଦଲି ଠାରେ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍  ନୂତନ ଶାଖା କିସ୍ କଳାହାଣ୍ଡି କୁୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉଧ୍ଘଟାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରୀ ପ୍ରମୁଖ ଯୋଗ ଦେଇ ଥିଲେ। ସ୍ବାଗତ ଭାଷଣ ପ୍ରଦାନ କରି ଶ୍ରୀ ସାମନ୍ତ କହିଲେ ୧୦ ଏକର ଜମି କ୍ରୟ ଠାରୁ ଆରମ୍ଭ କରି ଭିତ୍ତି ଭୂମି ବିକାଶ , ସବୁଜ ବଳୟ ସୃଷ୍ଟି , ପାଚେରୀ ନିର୍ମାଣ, ମେକାନିଜ ରୋଷ ଶାଳା, ୨୫ ଶଯ୍ୟା ବିଶିଷ୍ଟ ଡକ୍ଟର ଖାନ, ଆସବା ପାତ୍ର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସମେତ ଭିତ୍ତିଭୂମି ନିର୍ମାଣ ରେ ମୋଟ ୫୦ କୋଟି ଟଙ୍କା ଖର୍ଚ୍ଚ କରଯାଇଛି। ସମସ୍ତ ଅର୍ଥ କିଟ୍ ପକ୍ଷରୁ ଯୋଗାଇ ଦିଆଯାଇଛି। ସୂଚନା ଯୋଗ୍ୟ, ବିଭିନ୍ନ ଜିଲ୍ଲାରେ ଗରିବ ପିଲାଙ୍କୁ ଶିକ୍ଷା ପ୍ରଦାନ ଉଦେଶ୍ୟ ରେ କିସ୍ ଆହୁରି ଶାଖା ଖୋଲିବାର ଯୋଜନା ରହିଛି। ଏହା ପୂର୍ବରୁ ବଲାଙ୍ଗୀର ଓ ମୟୂରଭଞ୍ଜରେ କିସ୍ ର ଶାଖା ଖୋଲା ଯାଇ ଥିବା ବେଳେ ଗତ ତେର ତାରିଖ ଦିନ କିସ୍ ର ବାଲେଶ୍ୱର ଶାଖା ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଛି। ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜ ସେବୀ ଅଚ୍ୟୁତ ସାମନ୍ତ ଙ୍କ ଦ୍ଵାରା ୧୯୯୨ ରେ କିସ୍  ପ୍ରତିଷ୍ଠା  ହେବା ଦିନ ଠାରୁ ଦୀର୍ଘ ୩୦ ବର୍ଷ ଧରି ଶିକ୍ଷା ମାଧ୍ୟମରେ ଜନ ଜାତିଙ୍କ ସଶକ୍ତି କରଣ କରିଆସୁଛି। କିସ୍ କଳାହାଣ୍ଡି ଆବାସିକ ବିଦ୍ୟାଳୟ ରେ ପ୍ରଥମ ପର୍ଯ୍ୟାୟରେ ପ୍ରଥମ ରୁ ଦ୍ଵାଦଶ ଶ୍ରେଣୀ ଯାଏ କଳାହାଣ୍ଡି ଜିଲ୍ଲାର ୧୨୦୦ ଗରିବ ଓ ଅବହେଳିତ ଜନଜାତି ଛାତ୍ର ଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦାନ କରାଯିବ। ପାଠ ପଢା ବ୍ୟତୀତ ଏଠାରେ ଛାତ୍ରଛାତ୍ରୀ ଙ୍କୁ ଅନ୍ୟାନ୍ୟ କ୍ଷେତ୍ର ବିଶେଷ୍ କରି ଉନ୍ନତ ମାନର କ୍ରୀଡା ତାଲିମ ପ୍ରଦାନ କରାଯିବ। ଏଠାରୁ ଉତିର୍ଣ୍ଣ ହେବାପରେ ଛାତ୍ରଛାତ୍ରୀ ମାନେ ଭୁବନେସ୍ୱର ସ୍ଥିତ କିଟ୍ କିମ୍ବା କିଟ୍ସ ମହାବିଦ୍ୟାଳୟ ରେ ଉଚ୍ଚ ଶିକ୍ଷା ଲାଭ କରି ପାରିବେ। ଭୁବନେଶ୍ୱର କିସ୍ ପରି ଏଠାରେ ମଧ୍ୟା ସମ୍ପୂର୍ଣ୍ଣ ଆବାସିକ ଓ ବିନା ଦେୟରେ କଳାହାଣ୍ଡି ଜିଲ୍ଲାର ଗରିବ ଓ ଅବହେଳିତ ଜନଜାତି ପିଲା ମାନେ ପାଠ ପଢି ପାରିବେ। ସଂପୂର୍ଣ୍ଣ ସବୁଜ, ଇକୋ- ଫ୍ରେଣ୍ଡଲି ଟେକ୍ନୋଲୋଜି ଉପଯୋଗରେ ଏହି କ୍ୟାମ୍ପସ ପରିଚାଳିତ ହେବ । ଏହା କଳାହାଣ୍ଡି ବାସୀଙ୍କ ସମ୍ପତି ହୋଇ ରହିବା। କଳାହାଣ୍ଡି ଜିଲ୍ଲାପାଳ ଗଵଲି ପରଗ ହର୍ଶଦ୍ ଧନ୍ୟବାଦ ଅର୍ପଣ କରିଥିଲେ।

ଭବାନୀ ପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ।

Related posts

କୁମାର ପୂର୍ଣ୍ଣିମା ଓ ଓଡିଆ ପରମ୍ପରା ତଥା ପର୍ବପର୍ବାଣି ଆମ ପରିଚୟ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ବିଜୟା ଦଶମୀ

Sunil Chandra Nayak

କଳାକାର ଭତ୍ତା ଅଭିବୃଦ୍ଧି ନେଇ ଦାବି କଲା ମହାସଂଘ 

Sunil Chandra Nayak

Leave a Comment

error: Content is protected !!