ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାସ୍ମୀତା ଓଝା ଙ୍କ କବିତା ତୁମେ ଅଛ ବୋଲି 

    ତୁମେ ଅଛ ବୋଲି 

ତୁମେ ତ ଦେଇଛ ପକ୍ଷୀ ଓଠେ ଭରି
                    କୁହୁକୁହୁ ମିଠା ଗୀତ
ତୁମ ନିର୍ଦ୍ଦେଶରେ ସୂର୍ଯ୍ୟ, ଚନ୍ଦ୍ର, ତାରା
                     ହେଉଛନ୍ତି ଆତଯାତ।
ତୁମେ ଅଛ ବୋଲି ଏଇ ମହୀ ମଣ୍ଡଳ
                   ସୁନ୍ଦର ସବୁଜ ଭରା
ମାଟି ଓ ଆକାଶ ଜଳରେ ସ୍ଥଳରେ
                    ଆନନ୍ଦ ଉତ୍ସବ ଧାରା।
ମାଆ କୋଳ ଠାରୁ ଆକାଶର ଛାତି
                   ସବୁ ତୁମ ନିର୍ଦ୍ଧାରିତ
ସଜୀବ ନିର୍ଜୀବ ପ୍ରତ୍ୟେକ ସୃଷ୍ଟିରେ
                  ତୁମେ ପ୍ରଭୁ ପରିବ୍ୟାପ୍ତ ।
ମାଆ ଗର୍ଭୁ ଶିଶୁ ଜନମ ହୋଇଣ
                 କୁଆଁ କୁଆଁ ରାବୁ ଥାଇ
ଥରକୁ ଥର ସେ ପଡିଯାଇ ପୁଣି
                 ଅଭ୍ୟାସେ ବଳେ ଚାଲଇ।
ଜନମ ,ମରଣ ସବୁ ତୁମ ହାତେ
                  ତୁମେ ମୋକ୍ଷ ଓ କାରଣ
ଏ ସାରା ଜଗତ ନାହିଁ ଆଦି ଅନ୍ତ
                  ସର୍ବ ଘଟେ ନାରାୟଣ।
କେତେ କେତେ ପାପୀ ତରି ଯାଇଛନ୍ତି
                   ତୁମ ନାମ ତୁଣ୍ଡେ ଧରି
ଭାବକୁ ନିକଟ ଅଭାବରୁ ଦୂର
                   ଭକ୍ତ ଡାକେ ହରି ହରି।
ଥରକୁ ଥର ସେ ପଡିଯାଇ ତଳେ
                ପୁଣି ଉଠି ଠିଆ ହୁଏ
ମାଆ ଠୁଁ ଇଶ୍ୱର ନୂଆ ଶବ୍ଦକୋଷ
                 ଅଭ୍ୟାସ ରେ କହୁଥାଏ।
ଅଭ୍ୟାସ ବଳରେ ଶିଶୁଟିଏ କହେ 
                  କେତେ ନୂଆ ନୂଆ କଥା
ଅଭ୍ୟାସ ବଳରେ ଲଘିଂ ଯାଇ ଥାଏ
                     ପାଇ ପୁଣି ସ୍ବାଧୀନତା।
ସୃଷ୍ଟି ଆରମ୍ଭ ରୁ ତୁମେ ଅଛ ପ୍ରଭୁ
                  ସୃଷ୍ଟି ଅନ୍ତେ ତୁମେ ଥିବ
  ଜୀବ ଜଗତରେ ପ୍ରତ୍ୟେକଟି ସୃଷ୍ଟି
                    ତୁମ ନାମ ଗାଉଥିବ।
ଭାଷେ ମହାସ୍ମୀତା ଏ ଜନମ ପରେ
                  ଯେତେ ଜନ୍ମ ଅଛି ମୋର
ତୁମ ଏ ବିଶ୍ୱରେ ଆଉ ଥରେ ପ୍ରଭୁ
                  ପାପୀ ରୂପେ ଜନ୍ମ କର।
ପ୍ରତି ଜନମରେ ତୁମରି ନାମକୁ
                   ମୁଖେ ମୁଁ ଉଚ୍ଚାରୁ ଥିବି 
ଛନ୍ଦା ଚରଣରେ ଏ ପାପୀ ଜୀବନୁ
                   ବାରବାର ଜନ୍ମ ନେବି।।

     ମହାସ୍ମୀତା ଓଝା 

ଜଗତସିଂହପୁର ସାହିତ୍ୟ ପରିଷଦ
( ମକର) ସହ-ସମ୍ପାଦିକା

Related posts

ମୂଷାପାଲି ପଞ୍ଚାୟତ କୁ ମଦମୁକ୍ତ ପାଇଁ କୋକସରା ଥାନାରେ ଦାବୀ ପତ୍ର ଦେଲେ ମହିଳା ଗୋଷ୍ଠି

ଲଘୁଚାପଜନିତ ବର୍ଷା ଯୋଗୁଁ ଘର ଭୁଶୁଡିବା ଫଳରେ ବାସଶୂନ୍ୟ ଦୁଇ ପରିବାର 

Sunil Chandra Nayak

ନର୍ଲା ଠାରେ ଆୟୁଷ୍ମାନ ଯୋଜନାରେ ସ୍ଵାସ୍ଥ୍ୟ ମେଳା

Sunil Chandra Nayak

Leave a Comment

error: Content is protected !!