ରାଇରଙ୍ଗପୁର- ୨୩/୫/୨୨( ମସିହା) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର ରାସ୍ତା ଅନ୍ତର୍ଗତ ଦାଣ୍ଡବୋଷରେ କୁକୁରକୁ ରକ୍ଷା କରିବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତାକଡ ବିଲ ଆଡ଼କୁ ଛିଟିକି ପଡିଥିଲେ ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଇରଙ୍ଗପୁର ଅଗ୍ନିଶମ ବିଭାଗ ଯୁବକକୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।ଘଟଣାଟି ରବିବାର ଅପରାହ୍ନରେ ଘଟିଥିଲା । ପୋଲିସ ବାଇକ୍ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଗୁରୁତର ଯୁବକ ହେଲେ ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଗ୍ରାମର କଲୋନୀସାହିର ଲକ୍ଷ୍ମିଧର ନାଏକ ।
ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ