ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ମିଳିତ ଜନଶୁଣାଣୀ 

ମୟୂରଭଞ୍ଜ -୮/୮/୨୦୨୨(ମସିହା)  ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ସଦର ମହକୁମା ରାଇରଙ୍ଗପୁରଠାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରତିମାସର ଦ୍ଵିତୀୟ ସୋମବାର ଦିନ ଭଳି ଆଜି ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଦ୍ଯାନଦେଓ ଖିଲାର,ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାସ, ଉପଖଣ୍ଡ ପୋଲିସ ପ୍ରଶାସକ ଶ୍ରୀ ରତିକାନ୍ତ ଗିରି, ରାଇରଙ୍ଗପୁର ଆଇଟିଡିଏ ଭାରାକ୍ରାନ୍ତ ପ୍ରକଳ୍ପ ପ୍ରଶାସକ ଶ୍ରୀ ଦେବଦତ୍ତ ମହାନ୍ତ, ରାଇରଙ୍ଗପୁର ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ତ୍ରିଲୋଚନ ଓଝା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ବାମନଘାଟୀ ଉପଖଣ୍ଡର ୭ଟି ବ୍ଳକରୁ ୫୩ ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ୪୫ ଟି ବ୍ୟକ୍ତିଗତ ମାମଲା ହୋଇଥିବାବେଳେ ୮ଟି ଗୋଷ୍ଠୀ ଗତ ସମସ୍ୟା ଥିଲା ବିଶେଷତଃ ଜମିଜମା,ଆବାସ ଯୋଜନା,ଭତ୍ତା,ବିଦ୍ୟୁତ, ଚିକିତ୍ସା ଇତ୍ୟାଦି । ସେଥିମଧ୍ୟରୁ ୩ଟି ସଙ୍ଗେ ସଙ୍ଗେ ସମାଧାନ କରିଥିଲେ ।ଅନ୍ୟ ସମସ୍ଯାଗୁଡିକୁ ବିଭାଗୀୟ ଅଧିକାରୀମାନେ ତଦନ୍ତ କରି ସମାଧାନ ପାଇଁ ପଦକ୍ଷେପ ନେବାପାଇଁ ନିର୍ଦେଶ ଦେଇଥିଲେ । ଅଯଥାରେ କେହି ଯେମିତି ଅସୁବିଧାରେ ନପଡନ୍ତି ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ଯତ୍ନଶୀଳ ହେଲେ ଜନଶୁଣାଣୀ ପ୍ରତି ଲୋକଙ୍କର ଆସ୍ଥା ବୃଦ୍ଧି ପାଇବ ।ଏହି ମିଳିତ ଜନଶୁଣାଣୀରେ ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ସାଗର ନାଏକ, ରାଇରଙ୍ଗପୁର ପୌର ଅଧିକାରୀ ଶ୍ରୀ ଧର୍ମେନ୍ଦ୍ର ଶତପଥୀ,ବିଜାତଳା ବିଡ଼ିଓ ଶ୍ରୀ ଯୋଗ ରଂଜନ ନାଏକ, ଉପଖଣ୍ଡର ସମସ୍ତ ବିଡ଼ିଓ, ତହସିଲଦାର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି, ସହକାରୀ ଜିଲ୍ଲାପାଳ ଶ୍ରୀମତୀ ଶକୁନ୍ତଳା ହାଁସଦାଙ୍କ ସମେତ ଉପଖଣ୍ଡର ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଲାଇନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ ।

Related posts

ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କ ମତ୍ସ୍ୟ ଅବତାର ବେଶ

Sunil Chandra Nayak

ଓଡ଼ିଆ ପଦ୍ୟ ସାହିତ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶୀର୍ଷକ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!