ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତିନି ଫେରାର ଆସାମୀ ଗିରଫ

ଚନ୍ଦାହାଣ୍ଡି (ମ ନିସ) ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଦହିମାଲ ଗ୍ରାମରେ ଗତ ୧୫.୧୧.୨୦୨୧ ମସିହାରେ ବିଳମ୍ବିତ ରାତିରେ ତିନି ଜଣଙ୍କୁ ମାଡମାରି ଲହୁଲୁହାଣ କରିଦେଇ ଫେରାର ହୋଇ ଯାଇଥିବା ମାମଲାରେ ଚନ୍ଦାହାଣ୍ଡି ପୁଲିସ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ରୁ ପ୍ରକାଶ ଗତ ୨୦୨୧ ମସିହା ନଭେମ୍ବର ମାସ ୧୫ ତାରିଖ ରାତି ପ୍ରାୟ ୧୨ ଟା ସମୟରେ ପାଞ୍ଚ ରୁ ଛଅ ଜଣ ମୁଖା ପିନ୍ଧିଥିବା ର୍ଦୁବୃତ୍ତ ଦହିମାଲ ଗ୍ରାମକୁ ଆସି ପାଟିତୁଣ୍ଡ କରିଥିଲେ। ପାଟି ଶୁଣି ଅରକ୍ଷିତ ବଞ୍ଜାରା ଏବଂ ତାଙ୍କ ପତ୍ନୀ ଘରୁ ବାହାରକୁ ଆସିବାରୁ ଉକ୍ତ ର୍ଦୁବୃତ୍ତ ମାନେ ତାଙ୍କୁ ହଠାତ ଆକ୍ରମଣ କରିବା ସହ ରକ୍ତାକ୍ତ କରିଦେଇଥିଲେ । ଅରକ୍ଷିତ ମରିଗଲି ବୋଲି ପାଟି କରିବାରୁ ପାଖ ଘରେ ଶୋଇଥିବା ବାପା ଓ ଭାଇ ଦୌଡି ଆସିଥିଲେ । ସେମାନଙ୍କୁ ମଧ୍ୟ ସେହି ଦୁର୍ବୃତ୍ତ ମାନେ ଠେଙ୍ଗା ଓ ପଥରରେ ମାଡ ମାରି ମୁଣ୍ଡ ଫଠେଇ ଦେଇଥିଲେ । ସମସ୍ତ ଙ୍କୁ ଜୀବନରେ ମାରିଦେବାକୁ ଧମକ ଦେବାରୁ ସମସ୍ତେ ଜୀବନ ଭୟରେ ଘରେ କବାଟ ଦେଇରହି ଯାଇଥିଲେ। ଦୁର୍ବୃତ୍ତ ମାନେ ସେଠାରୁ ଚାଲିଯିବା ପରେ ଅରକ୍ଷିତ ବାପା ଓ ଭାଇ ଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିବା ସହ ୧୬.୧୧.୨୦୨୧ ରେ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲା ଭିତ୍ତି କରି ଚନ୍ଦାହାଣ୍ଡି ଥାନା କେସ ନମ୍ବର ୧୪୭/୨୧ ପ୍ରକାରେ ଆଇପିସିର ଧାରା ୧୪୭/୧୪୮/୩୨୩/୩୦୭/୫୦୬/୧୪୯ ରେ ମାମଲା ରୁଜୁ କରି ଏସ ଆଇ ଶିବ ପ୍ରସାଦ ମହାନ୍ତି ଙ୍କୁ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଥିଲା । ତେବେ ଘଟଣାରେ ଝରିଗାଁ ଥାନା ଅଞ୍ଚଳର ତିନି ଜଣ ବ୍ୟକ୍ତି ସାମିଲ ଥିବା ଜାଣି ଗତକାଲି ଭିତରକରମରି ଗ୍ରାମର ବାଲ୍ମୀକି ଧୁରୁଆ ଏବଂ ଚିକଲପଦର ଗ୍ରାମର ବବି ଗୌଡ଼ ଓ ରାମ ନାୟକ ଘରେ ଚଢ଼ାଉ କରି ଗିରଫ କରିଥିଲେ । ସମସ୍ତ ଅଭିଯୁକ୍ତ ଙ୍କୁ ଆଜି ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତ କୁ ପ୍ରେରଣ କରିଥିବା ବେଳେ ଆଇନଜୀବୀ କ୍ଷେମରାଜ ବାଘ ଜାମିନ ଆବେଦନ କରିଥିବା ବେଳେ ସମସ୍ତ ଙ୍କ ଜାମିନ ଆବେଦନ ଖାରଜ ହେବାରୁ ଜେଲ୍ ହାଜତକୁ ପଠେଇ ଦିଆଯାଇଥିବା ଆଇଆଇସି ପରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

 

Related posts

କଳିଙ୍ଗ ବୈଶ୍ୟ ସମାଜ ସଙ୍ଘ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ ଶୈବପିଠ ସଫେଇ ଓ ଉନ୍ନତୀକରଣ କାର୍ଯ୍ୟ

Sunil Chandra Nayak

କୁଶୁର୍ଲାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଶତବାର୍ଷିକୀ ଆସନ୍ତା ୨୨ ଓ ୨୩ରେ

Sunil Chandra Nayak

Leave a Comment

error: Content is protected !!