ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁରେ ଦିନକୁ ଦିନ ଚୋରି ବୃଦ୍ଧି, ପୋଲିସ ହାତ ଖାଲି

ଡାବୁଗାଁ, ୪/୮ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ସଦର ମହକୁମା ଜୟନ୍ତୀନଗର ଠାରେ ଗୁରୁବାର ରାତ୍ରିରେ ଗେଟ ଭାଙ୍ଗି ଏକ ମୋଟର ସାଇକେଲ ଚୋରି ହୋଇଛି । ସୂଚନାଯୋଗ୍ୟ  ଜୟନ୍ତୀନଗର ର ହରିକୃଷ୍ଣ ନାୟକ ଗୁରୁବାର ରାତ୍ରି ପ୍ରାୟ ୯ ଘ ସମୟରେ ନିଜ ଦୋକାନରୁ ନିଜ ଘରକୁ ଯାଇଥିଲେ | ପରେ ସେ ଘର ବାରଣ୍ଡା ଗ୍ରୀଲ କୁ ଭଲ ଭାବରେ ଦେଇ ଘର କବାଟ ଦେଇ ଘର ଭିତରକୁ ଚାଲିଯାଇଥିଲେ । ସକାଳୁ ଉଠିବା ପରେ ତାଙ୍କ ସ୍ତ୍ରୀ ବାହାରକୁ ଫୁଲ ତୋଳିବାକୁ ବାହାରିବା ପରେ ଜାଣିବାକୁ ପାଇଲେ ଯେ ତାଙ୍କ ଏକ ହିରୋ ସ୍ପ୍ଲେଣ୍ଡର ବାଇକ ନଂ ଓଆର ୦୭ ଏଲ ୩୮୦୯ ଚୋରି ହୋଇଯାଇଛି । ଏକଥା ଯାଇ ସେ ତାଙ୍କ ସ୍ୱାମୀଙ୍କୁ କହିଥିଲେ । ଚୋରି ହୋଇଥିବା କଥା ଗ୍ରାମରେ ପ୍ରସାର ହେବା ପରେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ଦେଖାଦେଇଛି । ଦିନକୁ ଦିନ ଡାବୁଗାଁ ଅଞ୍ଚଳରେ ଚୋରି ର ମର୍ତ୍ତା ବଢ଼ିବାରେ ଲାଗିଛି । ଚୋର ପୋଲିସ କୁ ଓପେନ ଚ୍ୟାଲେଞ୍ଜ ଦେଉଛି ନା ପୋଲିସ ଚୋର ଲୁଚକାଳି ଖେଳ ଚାଲିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ଏନେଇ ହରିକୃଷ୍ଣ ଶୁକ୍ରବାର ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି | ଏହା ପୂର୍ବରୁ ୭/୮ ଦିନ ଡାବୁଗାଁ ବଜାର ଉପରେ ପୋଲିସ ବିଟ ହାଉସ କୁ ଲାଗିକରି ଥିବା ଏକ ମୋଟର ପାର୍ଟ୍ସ ଦୋକାନର କାନ୍ଥ ଖୋଳି ଚୋର ଚୋରୀ କରି ନେଇଥିଲେ | ଏହାସହ ୨ ଟି ବିଦ୍ୟାଳୟରୁ ମଧ୍ୟ ଜିନିଷ ଚୋରୀ ହୋଇଥିଲା |

ଡାବୁଗାଁ ରୁୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ 

Related posts

ଗ୍ରାମ ପଞ୍ଚାୟତରେ ଡିବିଟି ମାଧ୍ୟମରେ ଭତ୍ତା ବଣ୍ଟନ

ଦାବି ପୂରଣ ନହେଲେ ୭ରୁ କଳାବ୍ୟାଜ, ୧୪ ତାରିଖରୁ ଅସହଯୋଗ ଆନ୍ଦୋଳନ

Sunil Chandra Nayak

ରାଇରଙ୍ଗପୁର ମହାବିଦ୍ୟାଳୟର +୩ ବିଜ୍ଞାନ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!