ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ହାରିବା

 ହାରିବା 

ହାରିବାରେ ଜେତେ ସ୍ଵାଦ ମୁଁ ପାଇଛି
ଜିତିବାରେ ମିଳେ ନାହିଁ
ତୁମରି ପ୍ରୀତିରେ ପାଗଳ ହୋଇକି
ଆଖି ଲୁହ ଲିଭେ ନାହିଁ
ସବୁରି ଲୁହରେ ତୁମେ ପରା ଅଛ
ହାରିଛି ମୁଁ ସେଥିପାଇଁ
ହାରିବାରେ ଜେତେ……………..୧ 
ଯେତେ ଥର ତୁମେ ମୋତେ ହରାଇଲ
ପ୍ରୀତିରେ ପଡ଼ିଲା ଗାର
ଅସଂଖ୍ୟ ଗାରକୁ ଧରି ମୁଁ ରଖିଛି
ତୁମେ ଥିଲ ଏକା ମୋର
ସବୁ ହାରିବାର ଦୁଃଖ ତ ଅଲଗା 
ଖୁସି ଦେଖ ମୋତେ ଚାହିଁ
ହାରିବାରେ ଜେତେ……………..୨ 
ପାଇଥାନ୍ତି ଯେବେ ଜୀବନେ ତୁମକୁ 
ଭାବନ୍ତିନି ଆଉ କେବେ
ହାରିବା ର ଦୁଃଖ ଭୁଲି ମୁଁ ପାରୁନି
ମୂଲ୍ୟବାନ ଅଟ ତେବେ
ତୁମ ପ୍ରୀତିରେଖା ହୃଦୟ ଭିତରେ
ଆଘାତ ଦେଉଛି କାହିଁ
ହାରିବାରେ ଜେତେ ସ୍ଵାଦ ମୁଁ ପାଇଛି
ଜିତିବାରେ ମିଳେ ନାହିଁ…………….୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

କବିତା – ଜୀବନେ ସତ୍ୟ ଟି ଏହି

Sunil Chandra Nayak

ଘାଟି ରେ ଓଲଟିଲା ପେଟ୍ରୋଲ ଟ୍ୟାଙ୍କର, ଯାତାୟତ ବାଧା ପ୍ରାପ୍ତ 

Sunil Chandra Nayak

ଠିକା କମ୍ପାନୀ ଜେ ଏମ ସି କାମ ରେ ଜନତା ହଇରାଣ ,ବାଟରେ ଅଟକୁଛି ଆମ୍ବୁଲାନ୍ସ

Sunil Chandra Nayak

Leave a Comment

error: Content is protected !!