ହାରିବା
ହାରିବାରେ ଜେତେ ସ୍ଵାଦ ମୁଁ ପାଇଛି
ଜିତିବାରେ ମିଳେ ନାହିଁ
ତୁମରି ପ୍ରୀତିରେ ପାଗଳ ହୋଇକି
ଆଖି ଲୁହ ଲିଭେ ନାହିଁ
ସବୁରି ଲୁହରେ ତୁମେ ପରା ଅଛ
ହାରିଛି ମୁଁ ସେଥିପାଇଁ
ହାରିବାରେ ଜେତେ……………..୧
ଯେତେ ଥର ତୁମେ ମୋତେ ହରାଇଲ
ପ୍ରୀତିରେ ପଡ଼ିଲା ଗାର
ଅସଂଖ୍ୟ ଗାରକୁ ଧରି ମୁଁ ରଖିଛି
ତୁମେ ଥିଲ ଏକା ମୋର
ସବୁ ହାରିବାର ଦୁଃଖ ତ ଅଲଗା
ଖୁସି ଦେଖ ମୋତେ ଚାହିଁ
ହାରିବାରେ ଜେତେ……………..୨
ପାଇଥାନ୍ତି ଯେବେ ଜୀବନେ ତୁମକୁ
ଭାବନ୍ତିନି ଆଉ କେବେ
ହାରିବା ର ଦୁଃଖ ଭୁଲି ମୁଁ ପାରୁନି
ମୂଲ୍ୟବାନ ଅଟ ତେବେ
ତୁମ ପ୍ରୀତିରେଖା ହୃଦୟ ଭିତରେ
ଆଘାତ ଦେଉଛି କାହିଁ
ହାରିବାରେ ଜେତେ ସ୍ଵାଦ ମୁଁ ପାଇଛି
ଜିତିବାରେ ମିଳେ ନାହିଁ…………….୩
ସତ୍ୟରଞ୍ଜନ ସ୍ୱାଇଁ
ଅବଦଲପୁର, ଯାଜପୁର