ଡାବୁଗାଁ, ୯/୧୦ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ରେଲି ସାହି ଠାରେ ରବିବାର ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି | ଏଥିରେ ଶନିବାର ସନ୍ଧ୍ୟାରେ ମା ଠାକୁରାଣୀ ମନ୍ଦିର ପୋଖରୀରୁ ପାଣି ଅଣାଯାଇଥିଲା | ରବିବାର ସକାଳୁ ମାଙ୍କ ବିଭିନ୍ନ ରୀତିନୀତି ଅନୁଯାଇ ପୂଜା ଆରମ୍ଭ ହୋଇଯାଇଛି | ଏଥିରେ ରଞ୍ଜିତ କୁମାର ଘରାଇ ଓ ଭଗବାନ ଖୁଣ୍ଟିଆ ପ୍ରମୁଖ କର୍ତ୍ତା ଭାବେ ଦାୟିତ୍ଵ ରେ ରହିଥିବା ବେଳେ ମୁଖ୍ୟ ପୂଜକ ଭାବେ ଚୈତନ ଦାସ ମାଁ ଙ୍କ ପୂଜା କରିଥିଲେ | ଏଥିରେ ମା ଗଜଲକ୍ଷ୍ମୀ ପୂଜା କମିଟିର ଉପଦେଷ୍ଟା କେଶବ ରେଲି, ଜଗନ୍ନାଥ ରେଲି, ଲବ ରେଲି, ପାପନ୍ନା ରେଲି, ସୁରେନ୍ଦ୍ର ରେଲି, ଶୋଭା ରେଲି, ଗୋପୀ ରେଲି, ସୁଦର୍ଶନ ରେଲି, ଶଶୀ ରେଲି, ଜିତୁ ରେଲି ଓ ଅନ୍ୟ ମାନେ ପରିଚାଳନା କରୁଛନ୍ତି | ଆସନ୍ତା ୧୬ ତାରିଖ ରବିବାର ମାଁ ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହେବ |
ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ