ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନେହରୁ ଯୁବ କେନ୍ଦ୍ର ପକ୍ଷରୁ ସେବା କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଲେଖାପାଳ ଶ୍ରୀ ଦୁତୀୟ ବନଛୋର ଓ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ନେତୃତ୍ୱରେ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବାର ପଞ୍ଚାୟତ କୁସୁର୍ଲା ଅମର ଯୁକ୍ତ ତିନି ମହାବିଦ୍ୟାଳୟ ପ୍ରାଙ୍ଗଣ ଠାରେ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ସହ ମିଶି ସ୍କୁଲ, କଲେଜ, ମହିଳା ମଣ୍ଡଳ ଓ ବିଭିନ୍ନ ସଂସ୍ଥାର ଲୋକମାନଙ୍କ ସହ ମିଶି ଯୁବକ ଭାଇ ଭଉଣୀ ମାନେ କିପରି ସମାଜର ସେବା କରିପାରିବେ ସେ ଉପରେ ବିଶେଷ ଆଲୋଚନ କରାଯାଇଥିଲା l ଯେପରି ଗାଁ ରାସ୍ତା ଘାଟ ସଫାଇ, ବୃକ୍ଷରୋପଣ, ରକ୍ତଦାନ, ସ୍ୱାସ୍ଥ୍ୟ ମେଳା ଓ ପ୍ରତେକ କ୍ଷେତ୍ରରେ ସମାଜରେ ବସବାସ କରୁଥିବା ପ୍ରାଣୀ ମାନଙ୍କୁ ସେବା କରିବା ଆମର କର୍ତ୍ତବ୍ୟ ବୋଲି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଲୋକପାତ କରାଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଅମର ଯୁକ୍ତ ତିନି ମହାବିଦ୍ୟାଳୟ ର ଅଧ୍ୟକ୍ଷ ନବୀନ କୁମାର ପଧାନ, ମୁଖ୍ୟ ବକ୍ତା ଭାବରେ ଓଡ଼ିଆ ଅଧ୍ୟାପିକା ସସ୍ମିତା ବେହେରା, ସମ୍ମାନିତ ଅତିଥି ଭାବରେ ସାମାଜିକ ଅର୍ଥଶାସ୍ତ୍ର ଅଧ୍ୟାପକ ରାଜିନ୍ଦ୍ର ଗହୀର, ରାଜନୀତି ବିଜ୍ଞାନ ଅଧ୍ୟାପକ ନରେଶ ବିଶି ଓ ଅମର ଯୁକ୍ତ ତିନି ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ l ଏଥିରେ ଡୋଲମଣୀ ସାହୁ, ହରପ୍ରସାଦ ସାହୁ, ତୁଷ୍ମନ୍ତ ସାହୁ, ମଳୟ ରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ ସମସ୍ତଙ୍କୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଦୟନୀୟ ସ୍ଥିତିରେ ଚିଲିଗୁଡା ହାଇସ୍କୁଲ ଖେଳପଡ଼ିଆ ପଡିଆ ଭିତରେ ଅନା ବନା ଗଛ କ୍ରୀଡା କାର୍ଯ୍ୟକ୍ରମ ଠପ ଚିନ୍ତାରେ ଛାତ୍ର ଛାତ୍ରୀ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଅନାହୂତ ଅଭିଳାଷ 

Sunil Chandra Nayak

ଶାସ୍ତ୍ରୀଜୀ ଓ ଗାନ୍ଧି ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!