ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେହେରା ଗ୍ରାମ ପଞ୍ଚାୟତ ,ବାଙ୍କୀମୁଣ୍ଡା ଓ ନୁନପାଣି ବୁଥରେ ଉତ୍ତେଜନା

 

ପୋଲିଂ ଅଧିକାରୀ ଙ୍କୁ କବାଟ ବନ୍ଦ କରି ରଖିଲେ ଭୋଟର ।

ପୋଲିସ ପ୍ରଶାନର ଉପସ୍ଥିତି ରେ ରାତି ଯାଏଁ ଚାଲିଲା ଭୋଟ ଗ୍ରହଣ ।

ଧର୍ମଗଡ– ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ର ତୃତୀୟ ପଯ୍ୟାୟ ରେ ଆଜି ଧର୍ମଗଡ଼ ବ୍ଲକ ର ବିଭିନ୍ନ ପଞ୍ଚାୟତ ମାନଙ୍କରେ ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି । ତେବେ ଧର୍ମଗଡ ବ୍ଲକ ର ବେହେରା ପଂଚାୟତ ର ୱାର୍ଡନଂ୧୦-ବାଙ୍କୀମୁଣ୍ଡା ଓ ୱାର୍ଡ ନଂ-୬ ନୁନପାଣି ବୁଥ ରେ ଭୋଟ ଗ୍ରହଣ କୁ କେନ୍ଦ୍ର କରି ଭୋଟର ଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ବେଳେ ଉତ୍ୟକ୍ତ ଭୋଟର ମାନେ ପୋଲିଂ ପାର୍ଟି ଙ୍କୁ ଭୋଟ ଗ୍ରହଣ କେନ୍ଦ୍ର ରେ କବାଟ ବନ୍ଦ କରି ରଖିଥିଲେ । ଯାହାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଥିଲା ।

   ବେହେରା ପଞ୍ଚାୟତ ରେ ଆଜି ସକାଲୁ ନିର୍ଦ୍ଧାରିତ ସମୟରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । ବେହେରା ର ୧୧ ଟି ୱାର୍ଡ଼ ମଧ୍ୟ ରୁ ୯ ଟି ୱାର୍ଡ଼ ରେ ଭୋଟ ଗ୍ରହଣ ସୁରୁଖୁରୁ ରେ ଚାଲି ଥିବା ବେଳେ ୱାର୍ଡ ନଂ- ୬ ନୁନପାଣି ରେ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ପ୍ରଦାନ କୁ ନେଇ ଭୋଟର ଙ୍କ ମଧ୍ଯ ରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୋଗ ଅନୁଯାୟୀ ଭୋଟ କେନ୍ଦ୍ରପରିସର ରେ ଭୋଟ ଦେବା ପାଇଁ ଅପେକ୍ଷା କରିଥିବା ୩୦-୪୦ ଜଣ ଭୋଟର ଙ୍କୁ ଦାୟିତ୍ଵରେ ଥିବା ପୋଲିଙ୍ଗ ଅଫିସ ର ଚିର କୁଟ ଦେଇଥିଲେ ହେ ସମୟ ହୋଇଗଲା କହି କବାଟ ବନ୍ଦ କରିଦେଇଥିଲେ । ତେବେ ସମୟ ହୋଇ ଯାଇଥିଲେ ହେଁ ଅନ୍ୟ ଏକ ୱାର୍ଡ ବାଙ୍କିମୁଣ୍ଡା ଠାରେ ଭୋଟଗ୍ରହଣ ଚାଲୁଥିବା ଖବର ଆସିଥିଲେ ଫଳ ରେ ଭୋଟ ଦେବାରୁ ବାଦ ପଡି ଥିବା ଭୋଟର ଙ୍କ ମଧ୍ୟ ରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାକୁ ନେଇ ଉଭୟ ବାଙ୍କିମୁଣ୍ଡା ଓ ନୁନପାଣି ଠାରେ ଭୋଟର ମାନେ ହୋହାଲ୍ଲା କରି ଥିଲେ । ନିର୍ବାଚନ କମିଶନ ଙ୍କ ନିର୍ଦେଶ କ୍ରମେ ସକାଳ ୭ଟା ରୁ ମଧ୍ୟାହ୍ନ ୧ଟା ଯାଏ ଭୋଟ ଦେବା ବ୍ୟବସ୍ଥା ରହିଛି।ଏଥିସହ ଭୋଟର ମାନେ ମତଦାନ କେନ୍ଦ୍ର ଭିତରେ ରହିଥିଲେ ତାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଚିରକୁଟ ଦେବା ନିୟମ ରହିଛି । ତେବେଏଠାରେ ଏହାର ବ୍ୟତିକ୍ରମ ହୋଇ ଥିବା ଅଭିଯୋଗ ହୋଇଛି ।ଖବର ପାଈ ବାଙ୍କୀମୁଣ୍ଡା ଓ ନୁନପାଣି ବୁଥ ରେ ଆଇନ ଶୃଙ୍ଖଳା କୁ ନିୟନ୍ତ୍ରଣ କରିବା ପାଇଁ ଧର୍ମଗଡ ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଉପଖଣ୍ଡ ପୁଲିସ ଅଫିସର ଧିରଜ କୁମାର ଚୋପଦାର, ପୁଲିସ ଫୋର୍ସ ସହିତ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି କୁ ନିୟନ୍ତ୍ରଣ କରିଥିଲେ। ରାତି ୮ଟା ପର୍ଯ୍ୟନ୍ତ ବାଙ୍କୀ ମୁଣ୍ଡା ରେ ଭୋଟ ଗ୍ରହଣ ହୋଇଥିଲା । କଡ଼ା ପୁଲିସ ସୁରକ୍ଷା ମଧ୍ୟ ରେ ଦୁଇଟି ବୁଥ ରୁ ଭୋଟ ବାକ୍ସ ସବୁ ଧର୍ମଗଡ ଷ୍ଟ୍ରଙ୍ଗ ରୁମ କୁ ଅଣାଯାଇ ଥିଲା । ପ୍ରକାଶ ଯୋଗ୍ୟ ଯେ ଉତ୍ତେଜନା ମଧ୍ୟ ରେ ଭୋଟ ଗ୍ରହଣ କରାଯାଇଥିବା ବାଙ୍କୀ ମୁଣ୍ଡା ରେ ଭୋଟର ସଂଖ୍ୟା ୭୧୯ ଥିବା ବେଳେ ଏଜେଣ୍ଟ ଙ୍କ ସୂଚନା ଅନୁଯାୟୀ ଏଠାରେ ୫୭୦ ଜଣ ଭୋଟ ଦେଇଛନ୍ତି । ସେହିପରି ନୁନପାଣି ରେ ଭୋଟର ସଂଖ୍ୟା ୪୫୫ ରହିଥିବା ବେଳେ ଏଠାରେ ୩୪୫ ଜଣ ଭୋଟ ଦେଇଛନ୍ତି। ବେହେରା ଗ୍ରାମପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ୪ ଜଣ ଲେଖାଏଁପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ମାରବାଡ଼ି ଯୁବା ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର ,୪୩  ୟୁନିଟ ରକ୍ତ ସଂଗୃହୀତ

Sunil Chandra Nayak

ଦଣ୍ଡପାଟ ଘାଟିମୁଣ୍ଡିଆଣୀ ସର୍ବ ମଙ୍ଗଳାଙ୍କ ବାର୍ଷିକ ଦଶରା ଆରମ୍ଭ

Sunil Chandra Nayak

ଦେଶବ୍ୟାପୀ ଦୁଇଦିନିଆ ଧର୍ମଘଟ: ରୁପ୍ରା ସମେତ ନର୍ଲା ଅଞ୍ଚଳରେ ବନ୍ଦ୍ ପ୍ରଭାବ ଶୁନ୍ୟ

Sunil Chandra Nayak

Leave a Comment

error: Content is protected !!