ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପ୍ରତି ସୁଦୃଷ୍ଟି ପଡିଲା :ଡାକ୍ତର ଷ୍ଟାଫ ନର୍ସ ଫାର୍ମାସିଷ୍ଟ ଓ ଲାବୋରାଟୋରି ଟେକ୍ନିସିଅନ ଦେଲେ

ତେନ୍ତୁଳିଖୁଣ୍ଟି ୦୮/୦୯/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ପ୍ରକଳ୍ପ ଡାକ୍ତରଖାନା କୁ ଅବହେଳିତ ଭାବରେ ପକା ଯାଇଥିଲା। ଦିନକୁ ଦିନ ପରିତ୍ୟକ୍ତ କୋଠା ଭାବେ ପରିଣତ ହେଉଥିଲା। ଡାକ୍ତର ,ଫାର୍ମାସିଷ୍ଟ ଲାବୋରାଟୋରି ଟେକ୍ନିସିଅନ ଆଦି ପଦବୀ ଖାଲି ଥିଲା । ଯେଉଁ ଡାକ୍ତର ଥିଲେ ତାଙ୍କର ଉପସ୍ଥିତି ନଥିବା ଭଳି ଥିଲା, ଏଭଳିସ୍ଥିତି ରେ ରୋଗୀ ସେବା ପାଇ ପାରୁ ନଥିଲେ। ବିଭିନ୍ନ ଖବରକାଗଜ ରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇଥିଲା। ଉକ୍ତ ଖବର କୁ 5 ଟି ଓ ମୋ ସରକାର କୁ ଟ୍ୱିଟ କରାଯିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦେଶ ଆସିଲା ସମସ୍ୟା ସମାଧାନ ପାଇଁ। ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କାଳୀ ପ୍ରସାଦ ବେହେରା ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା କୁ ତିନି ଜଣ ଡାକ୍ତର,ଜଣେ ଫାର୍ମାସିଷ୍ଟ,ଜଣେ ଷ୍ଟାଫ ନର୍ସ,ଜଣେ ଲବରାଟୋରି ଟେକ୍ନିସିଅନ,ଜଣେ ଏ ଏନ ଏମ ଙ୍କୁ ଡେପୁଟେସଁନ କରିଛନ୍ତି। କିଏ କିଏ ଡାକ୍ତରଖାନା ରେ ଯୋଗ ଦେଲେ କିଏ ଯୋଗ ଦେଇ ନାହାଁନ୍ତି ଓ ମେଡିକାଲ ରେ ଡେଲିଭେରୀ ପଏଣ୍ଟ ପାଇଁ କଣ ଆବଶ୍ୟକ କଣ କଣ ଅଛି ସମୀକ୍ଷା ଓ ଅନୁଧ୍ୟାନ କରିବାକୁ ଏ ଡି ଏମ ଓ ଡାକ୍ତର ନୀଳମଣି ଦିଲୀପ ଚାନ୍ଦ ବେହେରା ଙ୍କୁ ନିର୍ଦେଶ ଦେଇଥିଲେ। ଆଜି ଏ ଡି ଏମ ଓ ଙ୍କ ସହ ଡି ପି ଏମ ସୁଶାନ୍ତ କୁମାର ପ୍ରହରାଜ ଆସି ସମସ୍ତ ତଥ୍ୟ ନେଇଥିଲେ। ଆଜି ସୁଦ୍ଧା ଡାକ୍ତର ପ୍ରସନ୍ନ ଜିତ ମହାନ୍ତି,ଡାକ୍ତର ଶାନ୍ତି ସ୍ୱରୂପ ପଟନାୟକ, ଫାର୍ମାସିଷ୍ଟ ଭାବେ ପ୍ରତାପ ବିଶୋଇ, ଲାବୋରାଟୋ ରି ଟେକ୍ନିସିଅନ ସରୋଜ କୁମାର ନାୟକ , ଏ ଏନ ଏମ ଲିନା ନାୟକ ଯୋଗ ଦେଇସାରିଛନ୍ତି। ଡାକ୍ତର କବିରାଜ ଟି ଶତପଥି ଚନ୍ଦାହାଣ୍ଡି ରୁ ରିଲିଭ ହୋଇ ସାରିଛନ୍ତି। ଅଟେଣ୍ଡାଣ୍ଟ ତ୍ରିଲୋଚନ ବିଶୋଇ ରିଲିଭ ହୋଇଛନ୍ତି କିନ୍ତୁ ଯୋଗ ଦେଇ ନାହାନ୍ତି। ଏହି ଡାକ୍ତର ଖାନା ପାଇଁ ସାତ ଆଠ ଦିନ ମଧ୍ୟରେ ଆମ୍ବୁଲାନ୍ସ ଯୋଗାଇବା ପାଇଁ ପ୍ରସ୍ତୁତି ଚାଲିଛି। 108 ଆମ୍ବୁଲାନ୍ସ କୁ ପ୍ରକଳ୍ପ ଡାକ୍ତରଖାନା ସହ ସଂଯୋଗ ପାଇଁ ଲେଖା ସରିଛି। ଅଳ୍ପ ଦିନ ମଧ୍ୟରେ ଡେଲି ଭେରୀ ପଏଣ୍ଟ ଖୋଲାଯିବ ବୋଲି କହିଥିଲେ। ଏହି ଡାକ୍ତରଖାନା ର ସମସ୍ୟା ସମାଧାନ ପାଇଁ ସ୍ୱାସ୍ଥ୍ୟ ବିଭାଗ ର କୁଣ୍ଠା ନାହିଁ । ସମସ୍ୟା ହେଲା ପ୍ରକଳ୍ପ ସ୍ୱାସ୍ଥ୍ୟ ବିଭାଗ କୁ ଏ ଯାଏଁ ହସ୍ତାନ୍ତର କରିନି। ଏ ଡି ଏମ ଓ ଙ୍କ ସହ ଇନ୍ଦ୍ରାବତୀ ନାଗରିକ ମଞ୍ଚ ର ସଦସ୍ୟ ମାନେ ଆଲୋଚନା କରିଥିଲେ।ପ୍ରସ୍ଫୁଲ ନାଗ ସୁଧିର ଖୁରା , ଚିଦାନନ୍ଦ ସାହୁ,ମୃତ୍ୟୁଞ୍ଜୟ ପାତ୍ର,ସୁରେନ୍ଦ୍ର ରାଉତ,ହରିବନ୍ଧୁ ପରିଡା,ଚନ୍ଦ୍ର ଶେଖର ଦଳେଇ, ବାବୁ ନ ନାୟକ ,ମହେଶ୍ୱର ମହାନ୍ତି ପ୍ରମୁଖ ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ଆଲୋଚନା ରେ ସାମିଲ ଥିଲେ। ଅଟେଣ୍ଡାଣ୍ଟ,ସୁଇପର ,ଆଦି ପଦ ମଧ୍ୟ ଶୀଘ୍ର ପୂର୍ଣ୍ଣ ହେବ କିନ୍ତୁ ଯେତେ ଶୀଘ୍ର ଆମକୁ ସମ୍ପୂର୍ଣ ଦାୟିତ୍ୱ ମିଳିବ ସେତେ ଭଲ ହେବ। ଅଂଶୁଘାତରୋଗୀ ପାଇଁଥିବା ରୁମ ଉପରେ ପଡିଥିବାଗଛ କାଟି କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ ଦେଇଥିଲେ ଡାକ୍ତରଖାନା ଚିକିତ୍ସାଧିକାରୀ ସୁନୀଲ ବାଘ ଙ୍କୁ।

ଗୋବର୍ଦ୍ଧନସାହୁ ତେନ୍ତୁଳିଖୁଣ୍ଟି

Related posts

ସ୍ୱାସ୍ଥ୍ୟ ବିଭାଗ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଦେଶରେ ପୁଣି ବୃଦ୍ଧି ପାଉଛି ସଂକ୍ରମଣ; ୨୪ ଘଣ୍ଟାରେ ୩୨୦୭ ଆକ୍ରାନ୍ତ ଚିହ୍ନଟ, ୨୯ ମୃତ

ଝାଡ଼ାବାନ୍ତି ପିଛା ଛାଡ଼ୁନି ଖୁଣ୍ଟିପଦର ର : ଆଜି ଦୁଇ ଆକ୍ରାନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଗଲେ ଜଣେ ରୋଗୀ ରେଫର ହେଲେ ଜିଲ୍ଲା ଚିକିତ୍ସାଳୟ କୁ 

Sunil Chandra Nayak

Leave a Comment

error: Content is protected !!