ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ରକ୍ତଦାନ ମହାପୂଣ୍ୟ, ସମାଜ ସେବା ମାଧବସେବା

କାମାକ୍ଷାନଗର (ମିନିସ )17/3/23 // କାମାକ୍ଷାନଗର ବ୍ଲକ ଜିରିଡାମାଳି ଗ୍ରାମର ଯୁବକ ସୁମନ୍ତ କୁମାର ଜେନା ( ବାପି ) ଜଣେ ସାଧାରଣ ପରିବାର ରୁ ହୋଇଥିଲେ ମଧ୍ୟ ଚିନ୍ତାଧାରା ବୋହୁତ ଉଚକୋଟିର । ନିଜର କର୍ମମୟ ଜୀବନରୁ ଅସହାୟ ଙ୍କ ପାଇଁ ସମୟ ଯେମିତି ହେଲେ ବାହାର କରିଦିଅନ୍ତି ସୁମନ୍ତ ଜେନା । କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ବାପି ଭାଇ କହିଲେ ସମସ୍ତେ ଜାଣନ୍ତି ତାଙ୍କୁ । ତାଙ୍କର ନିଃସ୍ବାର୍ଥପର ସେବା ମନବୃତ୍ତି ପାଇଁ ସେ ସଭିଙ୍କର ଅତି ପ୍ରିୟ ପାତ୍ର ପାଲଟିଛନ୍ତି । କାମାକ୍ଷାନଗର ଅଞ୍ଚଳରେ ଲୋକ ତାଙ୍କୁ ରକ୍ତଵୀର ଭାବେ ସମ୍ବୋଧନ କରନ୍ତି । କାରଣ ଯାହକୁ ରକ୍ତ ଦରକାର ପଡେ ସେତେବେଳେ ଖୋଜାପଡେ ବାପି ଭାଇଙ୍କୁ ଆଉ ବାପି ଭାଇ କାହକୁ ନିରାସ କରନ୍ତି ନାହିଁ । ନିଜେ ହେଉ କିମ୍ବା ରକ୍ତ ଯୋଗାଡ଼ କରି ରକ୍ତ ଦିଅନ୍ତି । ଅନେକ ଯୁବକ ଓ ଯୁବତୀ ତାଙ୍କ ଠାରୁ ଅନୁପ୍ରାଣିତ ହୋଇ ରକ୍ତ ଦେବା ପାଇଁ ଆଗେଇ ଆସିଛନ୍ତି। ନିଜେ ୪୪ ଥର ରକ୍ତଦାନ କରି ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଛନ୍ତି ସୁମନ୍ତ ଜେନା ( ବାପି )। ସେ ଏହା ମଧ୍ୟ କହିଛନ୍ତି ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ରକ୍ତଦାନ କରୁଥିବେ |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଉରକେଲା ରେ ସପ୍ତମ ପ୍ରାକ୍ତନ ସୈନିକ ଦିଵସ ଓ ୭୫ ତମ ଭାରତୀୟ ସେନା ଦିଵସ ପାଳିତ

Sunil Chandra Nayak

ଆଞ୍ଚଳିକ ବସ୍ତରିଣି ମହାବିଦ୍ୟାଳୟ ସାନଚେରଗାଁ ରେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ତୁଳସୀଟୋଲା ରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!