ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ରକ୍ତଦାନ ମହାପୂଣ୍ୟ, ସମାଜ ସେବା ମାଧବସେବା

କାମାକ୍ଷାନଗର (ମିନିସ )17/3/23 // କାମାକ୍ଷାନଗର ବ୍ଲକ ଜିରିଡାମାଳି ଗ୍ରାମର ଯୁବକ ସୁମନ୍ତ କୁମାର ଜେନା ( ବାପି ) ଜଣେ ସାଧାରଣ ପରିବାର ରୁ ହୋଇଥିଲେ ମଧ୍ୟ ଚିନ୍ତାଧାରା ବୋହୁତ ଉଚକୋଟିର । ନିଜର କର୍ମମୟ ଜୀବନରୁ ଅସହାୟ ଙ୍କ ପାଇଁ ସମୟ ଯେମିତି ହେଲେ ବାହାର କରିଦିଅନ୍ତି ସୁମନ୍ତ ଜେନା । କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ବାପି ଭାଇ କହିଲେ ସମସ୍ତେ ଜାଣନ୍ତି ତାଙ୍କୁ । ତାଙ୍କର ନିଃସ୍ବାର୍ଥପର ସେବା ମନବୃତ୍ତି ପାଇଁ ସେ ସଭିଙ୍କର ଅତି ପ୍ରିୟ ପାତ୍ର ପାଲଟିଛନ୍ତି । କାମାକ୍ଷାନଗର ଅଞ୍ଚଳରେ ଲୋକ ତାଙ୍କୁ ରକ୍ତଵୀର ଭାବେ ସମ୍ବୋଧନ କରନ୍ତି । କାରଣ ଯାହକୁ ରକ୍ତ ଦରକାର ପଡେ ସେତେବେଳେ ଖୋଜାପଡେ ବାପି ଭାଇଙ୍କୁ ଆଉ ବାପି ଭାଇ କାହକୁ ନିରାସ କରନ୍ତି ନାହିଁ । ନିଜେ ହେଉ କିମ୍ବା ରକ୍ତ ଯୋଗାଡ଼ କରି ରକ୍ତ ଦିଅନ୍ତି । ଅନେକ ଯୁବକ ଓ ଯୁବତୀ ତାଙ୍କ ଠାରୁ ଅନୁପ୍ରାଣିତ ହୋଇ ରକ୍ତ ଦେବା ପାଇଁ ଆଗେଇ ଆସିଛନ୍ତି। ନିଜେ ୪୪ ଥର ରକ୍ତଦାନ କରି ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଛନ୍ତି ସୁମନ୍ତ ଜେନା ( ବାପି )। ସେ ଏହା ମଧ୍ୟ କହିଛନ୍ତି ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ରକ୍ତଦାନ କରୁଥିବେ |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସ୍ବାସ୍ଥ୍ୟ କେନ୍ଦ୍ରରେ ମିଳୁ ନାହିଁ ସାଧାରଣ ରୋଗ ପାଇଁ ଔଷଧ

Sunil Chandra Nayak

ମାରଓ୍ବାଡି ମହିଳା ସମିତି ଦ୍ବାରା ରକ୍ତଦାନ ଶିବିର 

Sunil Chandra Nayak

କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!