ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଜିଲ୍ଲା ସ୍ୱାସ୍ଥ୍ୟ ଟିମ ର ଗମ୍ବାରୀଗୁଡା ରେ ସ୍ଥିତି ଅନୁଧ୍ୟାନ

ଚନ୍ଦାହାଣ୍ଡି ୧୩/୯(ମ ନି ସ)- ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ସୋମବାର ଦିନ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ (ଜନ ସ୍ୱାସ୍ଥ୍ୟ) ଡାକ୍ତର ମଳୟ ତ୍ରିପାଠୀ, ମହାମାରୀ ବିସେଷଜ୍ଞା ଡାକ୍ତର ଶିଲ୍ପା ଦାଶ, ଚନ୍ଦାହାଣ୍ଡି ବ୍ଲକ ସ୍ୱାସ୍ଥ୍ୟ ଟିମ ସହ ଗମ୍ବାରୀଗୁଡା ସଦର ପଂଚାୟତ ଭୋଇ ସାହି ର ଗତ କିଛି ଦିନ ତଳେ ଝାଡାବାନ୍ତି ରେ ପ୍ରାଣ ହରାଇ ଥିବା ଗୋଟିଏ ପରିବାର ର ଲକ୍ଷିଧର ପରାଭୋଏ, ତାଙ୍କ ସ୍ତ୍ରୀ ଦେମତୀ ପରାଭୋଏ, ପୁଅ ସଦାରାମ ପରାଭୋଏ ଏବଂ ପୁତୁରା କୈବଲ୍ୟ ପରାଭୋଏ ଙ୍କ ଘର କୁ ଜାଇ ସେମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିବା ସହ ସେମାନଙ୍କ ଖାଦ୍ୟ ଏବଂ ପାନିୟ ଜଳ ବ୍ୟବହାର କୁ ନେଇ ମହାମାରୀ ବିସେଷଜ୍ଞା ଡାକ୍ତର ଶିଲ୍ପା ଦାଶ ପଚାରି ବୁଝିଥିଲେ । ଭୋଇ ସାହି ରେ ଥିବା ସମସ୍ତ ନଳକୂପ ର ପାଣି ପରିକ୍ଷା ପାଇଁ ସଂଗ୍ରହ କରିବା ସହ ନଳକୂପର ସ୍ୱଛତା ଏବଂ ଏହାର ଚତୁପାର୍ଶ ପରିବେଶ ଉପରେ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିଥିଲେ । ସମଗ୍ର ଗମ୍ବାରୀଗୁଡା ଗ୍ରାମର ସାହି ସଂଖ୍ୟା ଏବଂ ପାନିୟ ଜଳ ପାଇଁ ବ୍ୟବହାର କରୁ ଥିବା ନଳକୂପ ସଂଖ୍ୟା ବାବଦ ରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରଦୀପ କୁମାର ପତି ଙ୍କୁ ପଚାରି ବୁଝି ଥିଲେ । ଗୁରୁତର ଅବସ୍ଥା ରୁ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ପେରି ଥିବା ମ୍ରୁତକ ଲକ୍ଷିଧର ପରାଭୋଏ ର ଝିଅ ଦେବକୀ ପରା ଭୋଏ ଙ୍କୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମଳୟ ତ୍ରିପାଠୀ ସ୍ୱାସ୍ଥ୍ୟ ପରିକ୍ଷା କରିବା ସହ ରୋଗ ର ପୂର୍ବ ବିବରଣୀ ପଚାରି ସ୍ୱାସ୍ଥ ପରିକ୍ଷା କରିଥିଲେ । ଦେବକୀ ଜ୍ୱର ହୋଇ ବାନ୍ତି ହେବା ରୁ ସେ ଗୁରୁତର ହୋଇ ପଡିଥିବା ସେ ଡାକ୍ତର ତ୍ରିପାଠୀ ଙ୍କୁ ପ୍ରକାଶ କରିବା ସହ ସେ ବର୍ତମାନ ସୁସ୍ଥ ରହିଥିବା ସେ ସୂଚନା ଦେଇ ଥିଲେ । ଡାକ୍ତର ତ୍ରିପାଠୀ ଦେବକୀ ର ହେମୋଗ୍ଲୋବିନ ପରିକ୍ଷା କରିବା ସହ ଅନ୍ୟାନ୍ୟ ଚିକିତ୍ସା ଯୋଗାଇ ଦେବା କୁ ଚନ୍ଦାହାଣ୍ଡି ଡାକ୍ତରୀ ଦଳ କୁ ନିର୍ଦେଶ ଦେବା ସହ ମ୍ରୁତକ ପରିବାର କୁ ପାଣି ଫୁଟାଇ ପିଇବା ସହିତ ମଶାରି ବ୍ୟବହାର କରିବା ପାଇଁ ପରାମର୍ଶ ଦେଇ ଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ଟିମ ଗସ୍ଥ ସମୟ ରେ ବିପି ଏମ୍ ସୁଦୀପ୍ତ କୁମାର ରାଉତ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରଦୀପ କୁମାର ପତି, ଏଏନ୍ ଏମ୍ ଝୁନୁବାଳା ସାହୁ, ନୀଶାମଣୀ ନାୟକ, ଆଶାକର୍ମୀ ଟିବାଲୀ ନାୟକ, ଅଙ୍ଗନବାଡି କର୍ମୀ ଭୁବନୀ ଧୂରୁଆ ପ୍ରମୁଖ ଉପସ୍ଥିତ ଥିଲେ । ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଜଳବନ୍ଦୀ ଗୁରୁମାଇ ଗୁଡା ରେ ଦମନ କାର୍ଯ୍ୟକ୍ରମ

Sunil Chandra Nayak

ସୀମାନ୍ତରେ ଚେଙ୍କ ଯୋଗୁଁ ପୁଣି ୯ ମାସର ଶିଶୁ ପୁତ୍ରର ମୃତ୍ୟୁ 

Sunil Chandra Nayak

ଆମପାଣି ପଞ୍ଚାୟତ ର ଦୁର୍ଗମ ଟିର୍ଲିଆମ ଗାଁ ରେ ବ୍ୟାପିଲା ଝାଡ଼ାବାନ୍ତି, ଗାଁ ରେ ପହଞ୍ଚିଲେ ମେଡିକାଲ ଟିମ

Sunil Chandra Nayak

Leave a Comment

error: Content is protected !!