ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଆଦିତ୍ୟବାହିନୀ ଦ୍ୱାରା ଶଙ୍କରଆଚାର୍ଯ୍ୟ ମଠରେ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ

ଆଦିତ୍ୟବାହିନୀ ଦ୍ୱାରା ଶଙ୍କରଆଚାର୍ଯ୍ୟ ମଠରେ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ

ପୁରୀ:-ଆଦିତ୍ୟବାହିନୀ ଦ୍ଵାରା ନିଃଶୁଳ୍କ ଏକ ଦିବସୀୟ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମହାରାଜାଙ୍କ ନିଜସ୍ଵ ସଚିବ ସ୍ଵାମୀ ନିର୍ବିକଳ୍ପାନନ୍ଦ ସରସ୍ଵତୀ ମହାରାଜଙ୍କ ଶୁଭ କରକମଳରେ ମଠ ପରି ସରସ୍ଥିତ ଭାଗବତ କକ୍ଷରେ ଉଦ୍‌ଘାଟିତ ହୋଇଛି। ମଠରେ ବହୁ ସାଧୁ ସନ୍ଥଙ୍କ ସହିତ ହୃଷିକେଶ ବ୍ରହ୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଆଦିତ୍ୟବାହିନୀ ପୁରୀ ନଗର ଶାଖାର ସଦସ୍ୟମାନେ ପରିଚାଳନା କରିଥିଲେ। ଭୁବନେଶ୍ୱରସ୍ଥିତ ବାଲାଜୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ସହାୟତାରେ ଉକ୍ତ ଶିବିର ପରିଚାଳିତ ହୋଇଛି। ମୋଟ ୭୨ଜଣଙ୍କୁ ଚିକିତ୍ସିତ କରାଯାଇ ଓରାଲ କିଟ୍ ପ୍ରଦାନ କରାଯାଇଥିଲା। ହସ୍ପିଟାଲ ପକ୍ଷରୁ ଡଃ ସଞ୍ଜୀବ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଶିବିର ପରି ଚାଳି ତ ହୋଇଥିଲା। ହସ୍ପିଟାଲର ଅନ୍ୟ ଡାକ୍ତର ବୃନ୍ଦ ଓ କର୍ମଚାରୀମାନେ ସହଯୋଗ କରିଥିଲେ। ଆଦିତ୍ୟ ବାହିନୀର ସଦସ୍ୟ ମାତୃପ୍ରସାଦ ମିଶ୍ର, ଇଂ ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ପୁର୍ଣଚନ୍ଦ୍ର ଖୁଣ୍ଟିଆ, ସଂଗ୍ରାମ କାନୁନଗୋ, ଅଜୟ ଗୋଛିକାର, କୁମାର ଭୀମସେନ, ରାମଚନ୍ଦ୍ର ଦଳେଇ, ପ୍ରମୁଖ ଉପସ୍ଥିତ ଥିଲେ। ସଂଗଠନ ସଚିବ ବିଶ୍ୱଶାନ୍ତି ତ୍ରି ପାଠୀ ଏବଂ ନଗର ସଚିବ ତନ୍ମୟ ଚାଟାର୍ଜୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହିପରି ଆଗକୁ ବିଭିନ୍ନ ସୁନାମଧନ୍ୟ ଓ ପ୍ରତିଷ୍ଠିତ ଡାକ୍ତରମାନେ ଆସି ମଠ ପ୍ରାଙ୍ଗଣରେ ନିଃଶୁଳ୍କ ଚିକିତ୍ସା ଯୋଗାଇ ଦେବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଯାହାଦ୍ଵାରା ପୁରୀ ସହର ବାସିନ୍ଦାମାନେ ବିଶେଷ ଉପକୃତ ହେବେ ବୋଲି ମଠର ସୂଚନା ଓ ଗଣମାଧ୍ୟମ ପ୍ରମୁଖ ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି।

Related posts

ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

ପାଟଣାଗଡ ଲାୟନ୍ନ କ୍ଲବ ତରଫରୁ ମାଗଣା ମେଡିକାଲ କ୍ୟାମ୍ପ ସହ ଔଷଧ ବଣ୍ଟନ 

masiha

ବେଦାନ୍ତ ହସ୍ପିଟାଲକୁ ମିଳିଲା ଇଏସ୍‌ଆଇ ହସ୍ପିଟାଲ ମାନ୍ୟତା

Sunil Chandra Nayak

Leave a Comment

error: Content is protected !!