ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତିନୋଟି ଅନଥା ଶିଶୁଙ୍କୁ ଉଦ୍ଧାର , ଲୁହ ଭରା ଆଖିରେ ବିଦାୟ ଦେଲେ ଗ୍ରାମବାସୀ 

 ଗୋଳାମୁଣ୍ଡା/୮/୯/୨୨/ମସିହା ନିଉଜ୍/ କଥାରେ ଅଛି ଯାହାକୁ ସାହା ପୀତବାସ, ଛାର ଯାତନା କରେ କିସ, ଏଭଳି ଏକ ଦୁଃଖଦ ବିଷୟ ଦୃଶ୍ୟ ଦେଖିବାକୁ ମିଳିଥିଲା ବୋରଗୁଡା ଗ୍ରାମରେ।ଏଠାରେ   ତିନି ଜଣ ଅନାଥ ଶିଶୁଙ୍କୁ ଉଦ୍ଧାର କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କଳାହାଣ୍ଡି, । କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ବୋରଗୁଡା ଗ୍ରାମର ଶ୍ୟାମ ମାଝୀ ଓ ତାଙ୍କର ସ୍ତ୍ରୀ ଲକ୍ଷ୍ମୀ ମାଝୀ ଙ୍କ ଠାରୁ ତିନିଟି ସନ୍ତାନ ଜନ୍ମ ହୋଇଥିଲା ,ପ୍ରଥମ ଝିଅଟି ଜୋସ୍ନା ମାଝୀ,ଦିତୀୟଟି ଅଞ୍ଜଳି ମାଝୀ ଓ ଛୋଟ ପୁଅ ନିରୁ ମାଝୀ ଙ୍କୁ ଶ୍ୟାମ ମାଝୀ ଗରୀବ ହେଲେ ବି ସୁନ୍ଦର ଭାବେ କୌଳିକ ବୃତ୍ତିରେ ପାଞ୍ଚ ପାଞ୍ଚ ପରିବାରଙ୍କୁ ପ୍ରତିପୋଷଣ କରି ଆସୁଥିଲେ, ହଟାତ ଶ୍ୟାମ ମାଝୀ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ୨୦୧୭ ମସିହାରେ ମୃତ୍ୟୁ ହେବା ପରେ ବିଧବା ଲକ୍ଷ୍ମୀ ମାଝୀ ବଡ ଝିଅ ଜୋସ୍ନା ମାଝୀ ,ଓ ଅଞ୍ଜଳି ମାଝୀ,ଏବଂ ପୁଅ ନିରୁ ମାଝି ଙ୍କୁ ପ୍ରତିପୋଷଣକରି ଆସୁଥିବା ବେଳେ ଲକ୍ଷ୍ମୀ ମାଝୀ ମଧ୍ୟ କିଛି ଦିନ ଅର୍ଥାତ ତା୧୩/୮/୨୨ଦିନ ନିଜର ଅଲିଅଳ  ତିନିଟି ସନ୍ତାନକୁ ଛାଡି ଅନ୍ୟତ୍ରରେ ଘର ସଂସାର କରି ଯିବାରୁ ମାଆ ଚାଲି ଗଲାପରେ ବଡ଼ଝିଅ ଜୋସ୍ନାଙ୍କ ମୁଣ୍ଡରେ ବୋଝ ପଡିବାରୁ ଦୁଇଟି ଭାଇଭଉଣୀଙ୍କୁ କୁଳିମକୁରୀ କରି ଦିନ କାଟୁଥିଲେ, ଏଭଳି ଦୁଃଖଦ ଅବସ୍ଥାରେ ଗତି କରୁଥିବା କଷ୍ଟ ଯାତନାର ଖବର ବୋରଗୁଡା ପଞ୍ଚାୟତର ଯୋଗାଣ ସହାୟକ , ପିଇଓ ଅଲେଖ ସା,ଓ ସରପଞ୍ଚ ଜୟରାମ ସାହୁ, ୱାର୍ଡ ମେବର ମଞ୍ଜୁଳା ମାଝୀ, କୁନ୍ତଳା ପଟେଲ, ଟୁନୁଭୋଇ ଓ ନାଇକ ସରପଞ୍ଚ ବିମଳାକର ପ୍ରମୁଖ ଜାଣି ତିନି ଜଣଙ୍କୁ ଚାଉଳ ଯୋଗାଉ ଥିଲେ,ଏବଂ ବ୍ଲକ ପ୍ରଶାସନଙ୍କୁ ଅବଗତ କରାଇବା ସହ ଜିଲ୍ଲା ଶିଶୁସୁରକ୍ଷା ୟୁନିଟ ଭବାନୀପାଟଣା କାର୍ଯ୍ୟାଳୟ ଙ୍କୁ ମଧ୍ୟ ଜଣାଇଥିଲେ,ହେଲେ କିଛି ଦିନ ତଳେ ଉଭୟ ଶିଶୁଙ୍କ ଦୁଃଖର କରୁଣ ଚିତ୍ର ଗଣମାଧ୍ୟମରେ ପ୍ରକାଶ ହେଲା ପରେ ଆଜି ଗୁରୁବାର ଦିନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କଳାହାଣ୍ଡିରୁ ଜୟଶ୍ରୀ ପାଣି ଓ ଗୁଲାମ ଆବୁଲ୍ହା ଖାଁ ଉକ୍ତ ଶିଶୁଙ୍କ ଉଦ୍ଧାର କରିବା ପାଇଁ ଆସି ଶିଶୁଙ୍କ ଘର ଠାରେ ଆଲୋଚନା କରିଥିଲେ ଏହି ଆଲୋଚନାରେ ବହୁ ସଂଖ୍ୟକ ଲୋକ ମାନେ ଉପସ୍ଥିତ ଥିବା ବେଳେ ସରପଞ୍ଚ ଜୟରାମ ସାହୁ, ପିଇଓ ଅଲେଖ ସା, ଯୋଗାଣ ସହାୟକ,କୁନ୍ତଳା ପଟେଲ,ମଞ୍ଜୁଳା ମାଝୀ, ପ୍ରଧାନ ଶିକ୍ଷକ ମନରଞ୍ଜନ ପଣ୍ଡା, ୱାଗନବାଡ଼ି କୁନ୍ଦନ ନାଇକ, ଆଶା କର୍ମୀ କ୍ଷୀର ଭଇସାଲ ,ଶକ୍ତିଟିଭ ଜିଲ୍ଲା ବିଉରଚିଫ୍ ରାମକୁମାର ସେନାପତି,,ଦେବାରଚନ ଭୋଇ, , ପ୍ରେମସିଲା ମାଝୀ ଓ ଭୃଙ୍ଗରାଜ ମାଝୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଝିଅର କାକା କୁମମାଝୀ ଓ ବୁଡାଦାଦା ସୁରୁ ମାଝୀଙ୍କ ମତାମତ ଲୋଡ଼ି ଥିବାରୁ ଉଭୟ ପୂର୍ଣ୍ଣ ସହମତି ପ୍ରକାଶ କରିଥିବାରୁ ଶିଶୁମାନଙ୍କୁ ବୋଲେର ଗାଡ଼ିରେ ବିଦାୟ ଦେଇଥିଲେ । ଏହି ସମୟ ରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳାଏବଂ ଛୋଟ ଛୋଟ ପିଲା ଙ୍କ ଆଖିରେ ଛଳ ଛଳ ହୋଇ ଲୁହ ଭରିଯାଇ ଦୁଃଖରେ ଭାଙ୍ଗି ଯାଇଥିବା ପରେ ବି ତିନିଜଣଙ୍କୁ ବିଦାୟ ଦେଇଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ନିର୍ଭୟ, ନିରପେକ୍ଷ, ପ୍ରଗତି ଶୀଳ ମସିହା,

Related posts

ଜାମଚୁଆଁ ଗାଁରେ ଅଘଟଣ, ବଜ୍ରପାତରେ ୧୧ ଗୋରୁଙ୍କ ମୃତ୍ୟୁ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ତିକ୍ତ ସେ ଅନୁଭୂତି

ଓଡିଆ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ହେଲେ ରାଷ୍ଟ୍ରପତି

Sunil Chandra Nayak

Leave a Comment

error: Content is protected !!