ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଶୁଙ୍କ ପାଇଁ ଆସିଲା କରୋନା ଭ୍ୟାକ୍ସିନ…

ଡେଲଟା ଏବଂ ଓମିକ୍ରନ ଉଭୟ ଭାରିଆଣ୍ଟ ବିରୁଦ୍ଧରେ ପ୍ରଭାବୀ ରହିବ

ସମଗ୍ର ବିଶ୍ବକୁ କରୋନା ମହାମାରୀ କବଳିତ କରି ରଖିଥିବା ବେଳେ, ମହାମାରୀ କବଳରୁ ମୁକ୍ତି ପାଇବା ଲାଗି ସଂଜୀବନୀ ପାଲଟିଛି କରୋନା ଭ୍ୟାକ୍ସିନ ।

ଭାରତରେ ଦୁନିଆର ସବୁଠୁ ବଡ଼ ଭ୍ୟାକ୍ସିନେସନ କାର୍ଯ୍ୟକ୍ରମ ଜାରି ରହିଛି । ଟିକାର ଦୁଇଟି ଡୋଜ ପରେ ବୁଷ୍ଟର ଡୋଜ ଦିଆଯାଉଛି। ଏବେ ପଶୁଙ୍କୁ କରୋନାଠାରୁ ସୁରକ୍ଷିତ ରଖିବା ପାଇଁ ଭ୍ୟାକ୍ସିନ ତିଆରି କରାଯାଇଛି। ହରିୟାଣା ସ୍ଥିତ ଇଣ୍ଡିଆନ କାଉଁସିଲ ଅଫ ଏଗ୍ରୀକଲଚର ରିସର୍ଚ୍ଚ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର (ICAR-NRC) ପ୍ରଥମ କରୋନା ଭ୍ୟାକ୍ସିନ Anocovax ନିର୍ମାଣ କରିଛି । ଏହା ଏକ ନିଷ୍କ୍ରିୟ ସାର୍କ-କୋଭି-୨ ଡେଲଟା କୋଭିଡ-୧୯ ଭ୍ୟାକ୍ସିନ । ଆସିଏଆର ଦ୍ୱାରା ଜାରି ବୟାନ ଅନୁସାରେ ଏହି ଭ୍ୟାକ୍ସିନ କରୋନାର ଡେଲଟା ଏବଂ ଓମିକ୍ରନ ଉଭୟ ଭାରିଆଣ୍ଟ ବିରୁଦ୍ଧରେ ପ୍ରଭାବୀ ଅଟେ । ଏହାଛଡା ପଶୁଙ୍କୁ ହେଉଥିବା ବିପଜ୍ଜନକ ରୋଗ ସୁରା ପାଇଁ ଟେଷ୍ଟିଂ କିଟ୍ ଲଞ୍ଚ କରାଯାଇଛି ।ଏହି ଭ୍ୟାକ୍ସିନରେ ସହାୟକ ଭାବେ Alhydrogel ସହ ସାର୍କ-କୋଭି-୨( ଡେଲଟା) ଆଣ୍ଟିଜେନ ରହିଛି । ଏହା କୁକୁର, ସିଂହ, କଲରାପତରିଆ ବାଘ, ମୂଷା ଏବଂ ଠେକୁଆଙ୍କ ପାଇଁ ସୁରକ୍ଷିତ । ପ୍ରାଥମିକ ଅଧ୍ୟୟନରେ ପଶୁ କରୋନାରେ ସଂକ୍ରମିତ ହୋଇପାରିବେ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ତଥ୍ୟ ନଥିଲା। ତେବେ ଗବେଷଣା ବଢିବା ସହ ଏହି ଭୂତାଣୁ ମଣିଷକୁ ପଶୁଙ୍କୁ ବ୍ୟାପିପାରେ ବୋଲି ଜଣାପଡିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଏପରି କୌଣସି ମାମଲା ଚିହ୍ନଟ ହୋଇ ନାହିଁ । ଏବେ ପଶୁଙ୍କ ପାଇଁ ମଧ୍ୟ ଭ୍ୟାକ୍ସିନ ଉପଲବ୍ଧ ଆସିସାରିଛି।

କେନ୍ଦ୍ର କୃଷି ମନ୍ତ୍ରୀ ପଶୁଙ୍କ ପାଇଁ ଦେଶର ପ୍ରଥମ ସ୍ୱଦେଶୀ କରୋନା ଭ୍ୟାକ୍ସନ ଲଞ୍ଚ କରିଛନ୍ତି । ଏହାସହ ସେ ଆଇସିଏଆଇ-ଏନଆରସି ଦ୍ୱାରା ନିର୍ମାଣ କରାଯାଇଛି ପଶୁଙ୍କ ଡାୟଗ୍ନୋଷ୍ଟିକ୍ କିଟ୍ସ Surra ELISAକୁ ଭର୍ଚୁଆଲ ମୋଡରେ ଲଞ୍ଚ କରିଛନ୍ତି । ଆଇଏସଏଆର ବୟାନ ଅନୁସାରେ ଏହାଛଡା ଏବେ କୁକୁରଙ୍କ ମଧ୍ୟରେ ଆଣ୍ଟିବଡି ଜାଣିବା ପାଇଁ ବଜାରରେ ଅନ୍ୟ କୌଣସି କିଟ୍ ଉପଲବ୍ଧ ନାହିଁ। Surra ELISA କିଟ୍ ଅନେକ ପଶୁଙ୍କ ମଧ୍ୟରେ ‘Trypanosoma Evansi’ ସଂକ୍ରମଣର ଚିକିତ୍ସା ପାଇଁ ଏକ ଉନ୍ନତ ଉପାୟ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

Sunil Chandra Nayak

ଟ୍ରକ୍ ଧକ୍କା ରେ ବାଛୁରୀ ଗୁରୁତର, ଉଧାର କଲେ ମୁସଲମାନ ଯୁବକ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସବୁ କୃଷ୍ନମୟ

Sunil Chandra Nayak

Leave a Comment

error: Content is protected !!