ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା। ଖରା

ଖରା

 

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ଖରାରେ ବୁଲିବୁ ନାହିଁ ମୋର ଧନ

ଝାଉଁଳି ପଡ଼ିବ ମୁଁହ

ଗ୍ରୀଷମର ତାତି ବଡ ବିଷମରେ

ଶୁଣୁଥା ମୋ ଗେହ୍ଲା ପୁଅ (୦)

 

ଗରମ ଦିନରେ ଗରମ ପବନ

ଅହରହ ବହୁଥାଏ

ପଶିଲେ ଦେହରେ ଅଣାୟତ ହୁଏ

ଅଂଶୁ ଘାତ ଭୟ ଥାଏ

ସବୁବେଳେ ଛାଇ ଶୀତଳରେ ରହି

କରିବୁ ସୁନ୍ଦର ମୁହଁ…..(୧)

 

ଯେବେ ଗେଲ୍ଲୁ ମୋର ବାହାରକୁ ଯିବୁ

ଜରୁରୀ କାମରେ ତୋର

ପଣା ପାଣି ସଦା ପାଖେ ରଖିଥିବୁ

ଭରତି କରି ଉଦର

ଛତାକୁ ସାଥିରେ ନେବୁ ମୋର ବାବୁ

ଖରା ବାଜିବନି ଦେହ…..(୨)

 

ଚାରି ଆଡେ଼ ଖାଲି ଶୁଖିଲା ଶୁଖିଲା

ସବୁଠି ଜଳ ଅଭାବ

ଜୀବଜନ୍ତୁ ଗଛ ଲତା ହାହାକାର 

ଖରାର ଏହି ପ୍ରଭାବ

ନିଜର ଯତନ ନେବୁ ମୋର ଧନ

ତେବେ ହେବୁ ସୁନା ପୁଅ…..(୩)

ଫୁଲବାଣୀ, କନ୍ଧମାଳ

Related posts

ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୩୧ ରୁ ନଭେମ୍ବର ୬ ପର୍ଯ୍ୟନ୍ତ

Sunil Chandra Nayak

ଛିଲିପା ରେ ମିଶନ ଶକ୍ତି ସିଲେଇ ତାଲିମ କେନ୍ଦ୍ର ଉଦଘାଟିତ

Sunil Chandra Nayak

ଭାରତୀୟ ନୌସେନାର ଜାହାଜ ବିଧ୍ୱଂସୀ ମିସାଇଲର ସଫଳ ପରୀକ୍ଷଣ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Leave a Comment

error: Content is protected !!