ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା। ଖରା

ଖରା

 

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ଖରାରେ ବୁଲିବୁ ନାହିଁ ମୋର ଧନ

ଝାଉଁଳି ପଡ଼ିବ ମୁଁହ

ଗ୍ରୀଷମର ତାତି ବଡ ବିଷମରେ

ଶୁଣୁଥା ମୋ ଗେହ୍ଲା ପୁଅ (୦)

 

ଗରମ ଦିନରେ ଗରମ ପବନ

ଅହରହ ବହୁଥାଏ

ପଶିଲେ ଦେହରେ ଅଣାୟତ ହୁଏ

ଅଂଶୁ ଘାତ ଭୟ ଥାଏ

ସବୁବେଳେ ଛାଇ ଶୀତଳରେ ରହି

କରିବୁ ସୁନ୍ଦର ମୁହଁ…..(୧)

 

ଯେବେ ଗେଲ୍ଲୁ ମୋର ବାହାରକୁ ଯିବୁ

ଜରୁରୀ କାମରେ ତୋର

ପଣା ପାଣି ସଦା ପାଖେ ରଖିଥିବୁ

ଭରତି କରି ଉଦର

ଛତାକୁ ସାଥିରେ ନେବୁ ମୋର ବାବୁ

ଖରା ବାଜିବନି ଦେହ…..(୨)

 

ଚାରି ଆଡେ଼ ଖାଲି ଶୁଖିଲା ଶୁଖିଲା

ସବୁଠି ଜଳ ଅଭାବ

ଜୀବଜନ୍ତୁ ଗଛ ଲତା ହାହାକାର 

ଖରାର ଏହି ପ୍ରଭାବ

ନିଜର ଯତନ ନେବୁ ମୋର ଧନ

ତେବେ ହେବୁ ସୁନା ପୁଅ…..(୩)

ଫୁଲବାଣୀ, କନ୍ଧମାଳ

Related posts

କଙ୍କାଳୁ ଗ୍ରାମରେ ସତ୍ୟ ନାରାୟଣ ଙ୍କ ପୁଜା ଅନୁଷ୍ଠିତ

Sunil Chandra Nayak

ଖଡ଼ିଆଳରେ ଜାନ ର ଜରୁରୀ ବୈଠକ: ଜାନ ସଭାପତିଙ୍କ ବହିଷ୍କାର ପ୍ରସ୍ତାବ ଗୃହିତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!