ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

ଜଗନ୍ନାଥ ନାମ ବହିଅଛ ପ୍ରଭୂ
ନୀଳଗିରି ନାଥ ବାସି
ଜଗତର ଦୁଃଖ କେବେ ନିବାରିବ
ସବୁ ଶୁଣି ହୁଅ ଖୁସି
ସତେ କଣ ତୁମେ ଦାରୁଭୁତ ହୋଇ
କିଛି ପାରୁନାହିଁ ବୁଝି
ସବୁ ଜାଣି ଶୁଣି ଅଜଣା ସାଜିଛ
କଳିର ପାଉଣା ସୁଝି
କୁହ ମହାବାହୁ ତୁମେ ଥାଉ ଥାଉ
କିଏ କରିବ କରୁଣା
ଭବ ଭେଳା ପାରି କର ନାରାୟଣ
କାହିଁକି କରୁଣା ଉଣା
ମିଛେ ଅଭିମାନ କରୁଅଛ ପ୍ରଭୂ
ତୁମ ଗଢା ଏ ସଂସାର
କରୁଣାରୁ ଉଣା କଲେ ମହାବାହୁ
ନାବ କେ କରିବ ପାର
ଆହେ ଜଗତ ଠାକୁର

ବିଳାସିନୀ ପୃଷ୍ଟି

ଭୁବନ, ଢେଙ୍କାନାଳ 

Related posts

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ମିଳିତ ଏନପିଏସ୍ କର୍ମଚାରୀ ସମନ୍ବୟ ସମିତି ବ୍ଳକ ସ୍ତରୀୟ ସାମ୍ବିଧାନିକ ସଭା

Sunil Chandra Nayak

ସନରାଇଜର୍ସ କପ ଟ୍ବୋଣ୍ଟି ଟ୍ବୋଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!