ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜରି ଟଣା ଭଙ୍ଗା ଘରେ ଅସହାୟ ବିଧବା ବୃଦ୍ଧାଙ୍କ ଜୀବନ

କଙ୍କଡ଼ାହାଡ଼:- ପାଞ୍ଚକେଜି ଚାଉଳ ସାଙ୍ଗକୁ ବାର୍ଦ୍ଧକ୍ୟ ଭତ୍ତା କୁ ନେଇ ମୁଣ୍ଡ ଗୁଞ୍ଜିଥାଏ ଏହି ଅସହାୟ ବିଧବା ବୃଦ୍ଧା। ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡ଼ୁଛି। ସାହାରା କହିଲେ କେହି ନାହିଁ,ନା ଅଛି ଆଗରେ ଝିଅ ,ନା ଅଛି ଆଗରେ ପୁଅ ପିଲାଛୁଆ କେହି ନଥିବା ବେଳେ ପ୍ରାୟ ତିରିଶ ବର୍ଷ ହୋଇଗଲା ସ୍ଵାମୀଙ୍କ ଦେହାନ୍ତ ହୋଇଛି । ଦିନରେ ତାରା ଦେଖା ଯିବା ସାଙ୍ଗକୁ ବର୍ଷା ଦିନରେ ତ ନ କହିବା ଭଲ ଅସରାଏ ବର୍ଷା ହେଲେ ଘର ଭିତରେ ଆଣ୍ଠୁଏ ପାଣି। ସରକଙ୍କ ଯୋଜନା ମାଳ ମାଳ ଆସୁଥିବା ବେଳେ ଏଠି ଅଯୋଗ୍ୟ ହିତାଧିକାରୀ ଙ୍କୁ ଘର ଉପରେ ଘର ମିଳୁଛି,କିନ୍ତୁ ଯୋଗ୍ୟ ହିତାଧିକାରୀ ଙ୍କ ଜୀବନ କୁ ନେଇ ଭଙ୍ଗାଦଦରା ଘରେ ଅସହାୟ ଗରିବ ଲୋକ ମାନେ ରହୁଛନ୍ତି। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ର ଫୁଲ ସାହୁଙ୍କ ହୃଦୟ ବିଦାରକ ଦୃଶ୍ୟ। ଏଭଳି ଏକ ଅଭାବନୀୟ ଘଟଣା ଖବର ପାଇ ଭାରତୀୟ ମାନବାଧିକାର ପରିଷଦ ର ଜାତୀୟ କାର୍ଯ୍ୟରତ ସଭାପତି ତଥା ସମାଜ ସେବୀ ଦୁଃଖବନ୍ଧୁ ବିଶ୍ୱାଳଙ୍କ ଜରିଆରେ ବ୍ଲକ ସଭାପତି ବିରଞ୍ଚି ସାହୁଙ୍କୁ ସେହି ଜାଗାକୁ ପଠାଇଥିଲେ। ବିରଞ୍ଚି ସାହୁ ଫୁଲ ସାହୁଙ୍କ ଘରେ ମଧ୍ୟ ପହଂଚିଥିଲେ । ସ୍ୱାମୀ ଦୁଖ ସାହୁ  ଦିର୍ଘ ତିରିଶ ବର୍ଷ ହୋଇଗଲା ଆରପାରିକୁ ଚାଲିଗଲା ପରେ ଏବେ ବେସାହାରା ହୋଇପଡ଼ିଛନ୍ତି ଫୁଲ ସାହୁ।ତାଙ୍କର ମଧ୍ୟ କେହି ପିଲାଛୁଆ ନାହାଁନ୍ତି ଏବଂ ଭଙ୍ଗାଦଦରା ଘରେ ଏକା ରହିଥିବାର ସେ କହିଛନ୍ତି।  ସରକାରଙ୍କ ତରଫରୁ ମିଳୁଛି କହିଲେ  ବିଧବା ଭତ୍ତା , ସାତଶହ ଟଙ୍କା ସାଙ୍ଗକୁ ରାସନ ଚାଉଳ ପାଞ୍ଚ କେଜି। ସେତିକିକୁ ନେଇ ଦୁଃଖ କଷ୍ଟ ଯନ୍ତ୍ରଣା ପାଇ ରହିଆସିଛନ୍ତି ଫୁଲ ସାହୁ। ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡ଼ିଥାଏ। ଫୁଲସାହୁ ତାଙ୍କ ର ଅସୁବିଧା କୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ସେ କହିଛନ୍ତି। ଫୁଲ ସାହୁଙ୍କୁ ଆବାସ ଯୋଜନାରେ ଘରଟିଏ ଦେବା ସହିତ ଭଲ ମୁଠାଏ ଖାଇବା ପାଇଁ ଅନ୍ତୋଦୟ ଯୋଜନା ରେ ଅନ୍ତର୍ଭୁକ୍ତ କରି ୩୫କେଜି ରାସନ ଚାଉଳ ଦେଲେ ସେ ଟିକିଏ ଭଲ ଖୁସିରେ ରହିବେ ବୋଲି କାର୍ଯ୍ୟରତ ସଭାପତି ଦୁଃଖବନ୍ଧୁ ବିଶ୍ଵାଳ ଏବଂ କଙ୍କଡ଼ାହାଡ଼ ବ୍ଲକ ସଭାପତି ବିରଞ୍ଚି ସାହୁ ପ୍ରଶାସନ କୁ ଅବଗତ କରିଛନ୍ତି। ଯଥାଶୀଘ୍ର ଫୁଲ ସାହୁଙ୍କୁ ଆବାସ ଯୋଜନାରେ ଘରଟିଏ ଦେବା ସହିତ ଅନ୍ତୋଦୟ ଯୋଜନା ରେ ଅନ୍ତର୍ଭୁକ୍ତ କରିବାକୁ ଏବେ ସାଧାରଣରେ ଦାବି ହେଉଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ପଢିବାକୁ ଶିଖିବା: ଶିଖିବାକୁ ପଡିବା ଏବଂ ପାଠପଢାରେ ଆଗ୍ରହ କର୍ମଶାଳା

Sunil Chandra Nayak

ମୃତ୍ୟୁ କୁ ନିମନ୍ତ୍ରଣ କରୁଛି ଖୋଲା ବୋର ଓ୍ବେଲ

Sunil Chandra Nayak

ଦକ୍ଷିଣ -ପୂର୍ବ ରେଲଓ୍ବେ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକଙ୍କୁ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତିଙ୍କ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!