ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ଓଡିଶା ରାଜ୍ୟ ମହିଳା ଆୟୋଗ ଙ୍କ ଦ୍ଵାରା ଆଇନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ 

ଭବାନୀପାଟଣା ତା ୬.୮.୨୦୨୨ ରିଖ : ( ମ ନି ସ) ଆଜି ସକାଳ ୧୧.୦୦ ଘ ସମୟରେ ସ୍ଥାନୀୟ କଳାହାଣ୍ଡି କୃଷି ମହାବିଦ୍ୟାଳୟ ସମ୍ମିଳନୀ ଗୃହରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଙ୍କ ଆନୁକୁଲ୍ୟ ତଥା ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସମ୍ମନ୍ୟୟ ରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଯୋଗ ଦେଇଥିଲେ ଏବଂ ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ,ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡ ମିନତୀ ବେହେରା,ସଭ୍ୟ ସ୍ନେହାଞ୍ଜଳି ମହାନ୍ତି , ଅନ୍ୟତମ ସଭ୍ୟ ସ୍ୱର୍ଣଲତା ସାମଲ, ଭବାନୀପାଟଣା ନଗରପାଳ ଶ୍ରୀମତୀ ସଂଯୁକ୍ତା ବେହେରା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତାରା ଜସ୍ମିନ ଦୁରିଆ,ପରାମର୍ଶଦାତା ଡ ଏନ୍ ଟୁନା ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମ ସମାଜରେ ମହିଳାମାନଙ୍କ ଆତ୍ମସମ୍ମାନ ,ଅଧିକାର ,ନ୍ୟାୟ କୁ ସାବ୍ୟସ୍ତ କରିବା ତଥା ମହିଳାମାନଙ୍କ ପ୍ରତି ହିଂସା,ନିର୍ଯାତନା ଓ ଦମନ କୁ ପ୍ରତିରୋଧ କରିବା ପାଇଁ ଆଇନ୍ ର ପ୍ରଣୟନ , ସମସ୍ତ ଉନ୍ନତିମୂଳକ,ଶାସନ ପ୍ରକ୍ରିୟା ଓ ସମାଜରେ ପୁରୁଷ ମାନଙ୍କ ଭଳି ସମାନ ଅଧିକାର ଦେବା ପାଇଁ ଅଙ୍ଗୀକାରବଦ୍ଧ କୁ ସଚେତନତା ବାର୍ତ୍ତା ଦ୍ଵାରା ସବୁ ସ୍ତରରେ ପହଞ୍ଚାଇବା।ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଦ୍ଵାରା ପ୍ରସ୍ତୁତ “ମହିଳା ମାନଙ୍କ ଜାଣିବା ନିମନ୍ତେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ” ଦୁଇଟି ପୁସ୍ତକ ମହିଳା ମାନଙ୍କ ଅଧିକାର ଓ ନ୍ୟାୟ ପାଇଁ ୨୪ ଟି ଆଇନ୍ ର ବ୍ୟାଖ୍ୟା କରାଯାଇଛି ଏବଂ ତାହା ମହିଳା ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ,ଗଣମାଧ୍ୟମ ଗଣମାଧ୍ୟମ ଙ୍କୁ ପ୍ରଦାନ କରାଯାଇଥିଲା । ସଭାରେ ମୁଖ୍ୟ ଅତିଥି ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ ନିଜ ବକ୍ତବ୍ୟ ରେ ମହିଳା ମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ପାଳନ କରୁଛନ୍ତି ଏବଂ ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ମିସନ ଶକ୍ତି,ସ୍ଵୟଂ ସହାୟକ ଗୋଷ୍ଠୀ ,କର୍ମ ସଂସ୍ଥାନ ର ବିଭିନ୍ନ ସ୍କିମ୍ ପ୍ରଣୟନ କରିଛନ୍ତି ।କୋଭିଡ ମହାମାରୀ ସମୟରେ ନିଜ ଜୀବନକୁ ବିପନ୍ନ କରି କାର୍ଯ୍ୟ କରିଥିବା ଅଙ୍ଗନବାଡ଼ି କର୍ମୀ ,ସ୍ବାସ୍ଥ୍ୟ ସ୍ବାସ୍ଥ୍ୟ କର୍ମୀ,ଆଶା କର୍ମୀ,ଡାକ୍ତର,ପ୍ରଶାସନ,ପୋଲିସ,ପୌର କର୍ମଚାରୀଓ ଗଣମାଧ୍ୟମଙ୍କ ଭୂୟସୀ ପ୍ରଶଂସା କରିଥିଲେ।ଝିଅମାନେ କୌଣସି ଗୁଣରେ କମ୍ ନୁହନ୍ତି ଆଜି ଶିକ୍ଷା,ଗବେଷଣା,ଜନସେବା,ବ୍ୟବସାୟ, ସବୁ କ୍ଷେତ୍ର ରେ ଆଗଉଛନ୍ତି ଏବଂ ସେମାନଙ୍କୁ ଆମେ ସହଯୋଗ କରିବା ତଥା ସୁରକ୍ଷା ଦେବା ଆମର ପ୍ରଧାନ କର୍ତ୍ତବ୍ୟ ହେଉ ବୋଲି କହିଥିଲେ । ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ପୁରୁଷର ମାନସିକତା ର ପରିବର୍ତନ ହେଲେ ଆପେ ଆପେ ମହିଳା ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ କମିଯିବ ବୋଲି କହିଥିଲେ।ମହିଳାଙ୍କ ପ୍ରତି ହିଂସା,ଯୌନ ନିର୍ଯାତନା,ଲିଙ୍ଗ ଗତ ଅସମାନତା ,ମାନବ ଚାଲାଣ କୁ ରୋକିବା ପାଇଁ ଆଇନର ଶକ୍ତ ପ୍ରଣୟନ ଓ ସମାଜର ଦୃଷ୍ଟିଭଙ୍ଗୀ ଉପରେ ଆଲୋକପାତ କରିଥିଲେ।ମହିଳା ଆୟୋଗ ଅଧ୍ୟକ୍ଷା ଓ ସଭ୍ୟ ରାଜ୍ୟ ମହିଳା ଆୟୋଗ ଦ୍ଵାରା ନିଆଯାଇଥିବା ପଦକ୍ଷେପ ଓ ଆଇନ ଉପରେ ବିଶେଷ ସୂଚନା ପ୍ରଦାନ କରିଥିଲେ। କୋଭିଡ ମହାମାରୀ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୧୦ ଜଣଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।ଆଶା କର୍ମୀ ସ୍ବପ୍ନ ଶବର,ଡ ସଦାନନ୍ଦ ପାଣିଗ୍ରାହୀ,ଭବାନୀପାଟଣା ଥାନା ଅଧିକାରୀ ଶ୍ରୀ ପ୍ରଦୀପ ଦୁରିଆ, କୋକସରା ସରପଞ୍ଚ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀ,ସମାଜ ସେବୀ ଶ୍ରୀ ଯଶୋବନ୍ତ ରଣା,ଆଇନଜୀବୀ ଶ୍ରୀମତୀ ଦୀପ୍ତି ରାଣୀ ପଟ୍ଟନାୟକ,ବାଲ୍ୟ ବିବାହ ନିରୋଧ ଅଧିକାରୀ ଶ୍ରୀମତୀ ଦୀପ୍ତି ମାର୍ଗାରେଟ ଖଣ୍ଡପାଣି ,ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ଅହଲ୍ୟା ସାହୁ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାର୍ଥ ସାରଥି , ୱାନ୍ ଷ୍ଟପ୍ କେନ୍ଦ୍ର ର ବନିତା ଦାସଙ୍କୁ ସମ୍ମାନିତ କରାଯାଇଥିଲା। ସଭାଟିକୁ ଡି ଏସ୍ ଡବ୍ଲୁ ଓ ଶ୍ରୀମତୀ ଜ୍ୟୋସ୍ନାରାଣୀ ପାତ୍ର ସଞ୍ଚାଳନ କରିଥିଲେ ।ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡି ଆଇ ପି ଆର୍ ଓ ମନୋଜ ବେହେରା, ଏ ଡି ଏସ୍ ଡବ୍ଲୁ ଓ ଶ୍ରୀ ଅଶୋକ ମୁଣ୍ଡ,ବିଭାଗୀୟ ଅଧିକାରୀ,ଗଣମାଧ୍ୟମ ପ୍ରତିନିଧି,ସରପଞ୍ଚ,ଆଶା କର୍ମୀ,ଅଙ୍ଗନବାଡ଼ି କର୍ମୀ,ସମାଜ ସେବୀ,ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା ,ନାରୀ ନେତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Related posts

ଅଶୋକ କୁମାର ନାଥ ଙ୍କ କବିତା ମାଳତୀ

ରାସନ ଚାଉଳ ଗଣ୍ତାକ ପାଇଁ ଲୋକେ ଖର୍ଚ୍ଚାନ୍ତ ହେବା ସହ ଜୀବନ ହରାଉଛନ୍ତି

କେସିଙ୍ଗା ଉପଖଣ୍ଡ ଥାନା ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

Leave a Comment

error: Content is protected !!