ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜି ଆର ଏସ ଙ୍କ ନାମରେ ସଂଘିନ ଅଭିଯୋଗ ଆଣିଲେ ସରପଞ୍ଚ ,ଵଦଳି ଓ କାର୍ଯ୍ୟାନୁଷ୍ଠାନ ପାଇଁ ବିଡ଼ିଓଙ୍କୁ ଦେଲେ ଦାବିପତ୍ର

ନବରଙ୍ଗପୁର -05/12/2022( ମସିହା) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ ରେ କାର୍ଯ୍ୟରତ ଥିବା ଗ୍ରାମ ରଜଗାର ସେଵକ ଜିଆରଏସ ଙ୍କ ବିରୁଦ୍ଧରେ ସମବାର ଦିନ ସମୟ ୧୧ ଘଣ୍ଟା ସମୟରେ ଏକ ଅଭିଯୋଗ ପତ୍ର ବିଡ଼ିଓ ଙ୍କୁ ପ୍ରଦାନ କରିଛନ୍ତି ସ୍ଥାନୀୟ ମାଝୀଗୁଡା ସରପଞ୍ଚ ରମାବତୀ ମାଝୀ। ସୂଚନା ଥାଉକି ଉକ୍ତ ଅଭିଯୋଗ ପତ୍ରରେ ଉଲେଖ କରାଯାଇଛି ଯେ ମାଝୀଗୁଡା ଜିଆରଏସ ଶିବନାରାୟଣ ସାହୁ (ମୁନ୍ନା )ପଂଚାୟତ ରେ ତାଙ୍କର ମନମୁଖୀ ଶାସନ ଚଳାଉଥିବା କହିଛନ୍ତି । ବିଦ୍ୟାଳୟ ରେ ପାଠ ଅଧ୍ୟୟନ କରୁଥିବା ଛାତ୍ର ଙ୍କ ନାମରେ ଜବକାର୍ଡ ତିଆରି କରି  ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନାରେ (ମନେରେଗା) ଯୋଜନା ରେ ହେଉଥିବା କାମ ଗୁଡିକ ନିଜେ ଠିକାଦାର ସାଜି କରୁଛନ୍ତି ଓ ମୃତ ବ୍ୟକ୍ତି ମାନଙ୍କ ନାମରେ ଥିବା ଜୋଵ କାର୍ଡରେ ମଧ୍ୟ ଟଂକା ଉଠାଉଥିବା ଅଭିଯୋଗ ହେଉଛି। ଠିକ ସମୟରେ ପଂଚାୟତ ରେ ମଧ୍ୟ ଆସୁ ନାହାନ୍ତି କେବେ ଆସୁଛନ୍ତି ତ କେବେ ନାଇଁ ଏଣୁ ପଂଚାୟତ ର ଅନେକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି,ଏବଂ କେଉଁ କେଉଁ କାର୍ଯ୍ୟରେ କିଛି ଖଳ ପ୍ରକୃତି ର ଠିକାଦାର ଙ୍କ ସହ ମିଶି ପଂଚାୟତ ର ଉର୍ନୟନ କାର୍ଯ୍ୟ ଗୁଡିକ ନିଜେ କରୁଛନ୍ତି ତାହା ମଧ୍ୟ ନିମ୍ନମାନର।ଏଭଳି ଅନେକ ଅଭିଯୋଗ ନେଇଁ ଆଜି ପାପଡାହାଣ୍ଡି ବିଡ଼ିଓ  ଶ୍ରୀମତୀ ରଞ୍ଜିତା ମଲ୍ଲିକ ଙ୍କୁ ସରପଞ୍ଚ ରାମଵତୀ ମାଝୀ ଦାବିପତ୍ର ଦେଇଥିଲେ। ବି ଡ଼ି ଓ ଦାବିପତ୍ର ଟି ଗ୍ରହଣ କରି ଆସନ୍ତା କାଲି ଏହାର ବିଚାର କରିବାକୁ କହିଥିଲେ ବୋଲି ପ୍ରକାଶ କରିଛନ୍ତି । ସରପଞ୍ଚ, ଘଟଣା ର ଦଦନ୍ତ ଏବଂ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହିତ ମାଝିଗୁଡା ପଞ୍ଚାୟତ ରୁ ଵଦଳି କରିବାକୁ ଦାବି କରିଛନ୍ତି ମାଝୀଗୁଡା ସରପଞ୍ଚ ରମାବତୀ ମାଝୀ।, ସୂଚନାଥାଉକି ଉକ୍ତ ଦାବିପତ୍ର ର ନକଲ ମାନ୍ୟବର ବିଧାୟକ ଡାବୁଗାଁ ଶ୍ରୀଯୁକ୍ତ ମନୋହର ରନ୍ଧାରୀ, ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲାପାଳ ନବରଙ୍ଗପୁର,ଉପଜିଲ୍ଲାପାଳ, ବ୍ଲକ ଅଧ୍ୟକ୍ଷା,ଜିଲ୍ଲା ପରିଷଦ ଅଧକ୍ଷ, ମାନ୍ୟବର ପଂଚାୟତ ରାଜ ମନ୍ତ୍ରୀ, ଓ ଡ଼ି ପି ଓ ଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ।

Related posts

ବ୍ଲକ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ଓ ଗଣଶିକ୍ଷକ ସଂଘ ର ଦାବିପତ୍ର ପ୍ରଦାନ

Sunil Chandra Nayak

ମମତା ସାହୁ ଙ୍କ କବିତା ଏକା ଏକା ଭଲ ଲାଗେନା

Sunil Chandra Nayak

ଓପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହେଲେ ପାପଡାହାଣ୍ଡିର ଚନ୍ଦନ

Sunil Chandra Nayak

Leave a Comment

error: Content is protected !!