ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଲକ୍ଷ୍ଯ

    ଲକ୍ଷ୍ଯ

                    ଅପର୍ତ୍ତି ସେଠୀ

ଲକ୍ଷ୍ୟ କରି ବୀର ଅର୍ଜ୍ଜୁନ ମାରିଲେ
      ଗାଣ୍ଡିବରୁ ଯେଉଁ ତୀର,
ମୀନ ଆଖି ଭେଦ କରି ଜିତିଗଲେ
      ଦ୍ର‌ଉପଦୀ ସ୍ଵୟମ୍ବର।
ଲକ୍ଷ୍ୟକରି ରାଜା ଦଶରଥ ପୁଣି
      ଶବ୍ଦ ପେଶୀ ବାଣ ମାରି,
ଶ୍ରବଣ କୁମାର ପ୍ରାଣ ନେଇଥିଲେ
      ମୃଗୁଣୀଟି ଭାବିକରି।
ଲକ୍ଷ୍ୟ କରି ଏକ ବାଣ ପେଶି ରାମ
      ନେଇଥିଲେ ବାଳୀ ପ୍ରାଣ,
ଲକ୍ଷ୍ୟକରି ମନ ସ୍ଥିର କରିଥିଲେ
      କାର୍ଯ୍ୟଟି ହୁଏ ସାଧନ।
ଲକ୍ଷ୍ୟ କରି ପକ୍ଷୀ ସନ୍ଧ୍ୟା ଆସିଗଲେ
      ବାହୁଡେ ଆପଣା ନିଡ,
ଲକ୍ଷ୍ୟ କରି ବତ୍ସା ଗାଈ ପାଶେ ଧାଏଁ
       ଶିଶୁ ଧାଏଁ ମାଆ କୋଳ।
ଭ୍ରମରର ଲକ୍ଷ୍ୟ ଫୁଲଠାରେ ସିନା
       ମଦ୍ଯପର ମଦଠାରେ,
ପ୍ରେମିକର ଲକ୍ଷ୍ୟ ପ୍ରେମିକା ପାଖରେ
       ପାନପତ୍ରେ ତୀର ମାରେ।
ଲକ୍ଷ୍ୟ କରି ମାଛରଙ୍କା ପକ୍ଷୀ ଯେହ୍ନେ
       ଝାମ୍ପି ନେଇଯାଏ ମୀନ,
ନେତାଟିର ଲକ୍ଷ୍ୟ ଭୋଟ୍‌ ଖଣ୍ଡିକରେ
       ହାତେଇବାକୁ ଆସନ।
ମାଆଟିର ଲକ୍ଷ୍ୟ ନିଜ ସନ୍ତାନରେ
       ଭକ୍ତ ଲକ୍ଷ୍ୟ ଭଗବାନ,
ଗୁରୁଙ୍କର ଲକ୍ଷ୍ୟ ଉତ୍ତମ ଶିଷ୍ଯରେ
       ଛାତ୍ରର ବିଦ୍ଯାଧ୍ଯୟନ।
ସଜନୀର ଲକ୍ଷ୍ୟ ନିରୋଳା ରଜନୀ
       ଲୋଭୀ ଲକ୍ଷ୍ୟ ଧନଠାରେ,
ଚୋରଟିର ଲକ୍ଷ୍ୟ ଚୋରି କରିବାକୁ
       ଖୋଜିବୁଲେ ଅନ୍ଧାରରେ।
ନ‌ଈଟିର ଲକ୍ଷ୍ୟ ମିଶିବ ସାଗରେ 
        ସୁର ଲକ୍ଷ୍ୟ ସଙ୍ଗୀତରେ,
ରୋଗୀ ମଣିଷର ଅରୁଚି ପାଟିଟା
       ଲକ୍ଷ୍ୟ ଥାଏ ପଖାଳରେ।
କାମୁକର ଲକ୍ଷ୍ୟ ପର ନାରୀ ଠାରେ
       ସାଧୁର ଜଗତ ହିତେ,
କୂଳଟାର ଲକ୍ଷ୍ୟ ଦେହ ଭୋକ ସୁଖ
       ପର ପୁରୁଷର ସାଥେ।
ଲକ୍ଷ୍ୟଟି ଏମିତି ଶବ୍ଦଟିଏ ପରା
       ସବୁରି ଜୀବନେ ଥାଏ,
କବିଟିର ଲକ୍ଷ୍ୟ କବିତା ଲେଖାରେ
        ଶବ୍ଦ ଭାଷା ଖୋଜୁଥାଏ।
ଜୀବନର ଲକ୍ଷ୍ୟ ମରଣ ପାଖରେ
        ଏଇତ ବିଧି ବିଧାନ,
ଆତ୍ମାଟିର ଲକ୍ଷ୍ୟ ମୁକତିର‌ ଧାମ
        ପରମାତ୍ମା ପରଂବ୍ରହ୍ମ।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

   

Related posts

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଡାବୁଗାଁ ବ୍ଲକ ପରିମଳ ମିଶନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

Sunil Chandra Nayak

କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ କୋଶଳ ପ୍ରଦେଶ ଦାବିରେ ବନ୍ଦ୍ ପାଳନ

Sunil Chandra Nayak

Leave a Comment

error: Content is protected !!