ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଁ ପୋଖରୀ ସଫା କଲେ ଯୁବ ଗୋଷ୍ଠୀ

କୋକସରା,୪ା୬- (ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଗ୍ରାମର ଯୁବଗୋଷ୍ଠୀ ଶନିବାର ଗାଁ ପୋଖରୀ ଓ ଗାଧୁଆ ତୁଠ ସଫା କରିଛନ୍ତି । ୨୬ ନମ୍ବର ଜାତୀୟ ରାଜପଥ ରାସ୍ତାକୁ ଲାଗି ରହିଥିବା ନୁଆବନ୍ଧ ରେ ଦୀର୍ଘ ଦିନରୁ ବହୁତ ଆବର୍ଜନା ସହ ଚିଙ୍ଗୁଡ଼ିଆ ଦଳ ରହିଥିଲା । ଫଳରେ ଗାଧୋଇବା ପାଇଁ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖିନ ହୋଇ ଆସୁଥିଲେ । ଏହାକୁ ଦୃଷ୍ଟିରେ ରଖି କୁସୁମଖୁଣ୍ଟି ଯୁବ ଗୋଷ୍ଠୀର ସଦସ୍ୟ ମାନେ ଆଗେଇ ଆସି ସ୍ୱେଚ୍ଛାକୃତ ଭାବରେ ପୋଖରୀ ସଫା କରି ଗାଧୋଇବା ଉପଯୋଗୀ କରି ଉଦାହରଣ ସାଜିଛନ୍ତି । ଯୁବଗୋଷ୍ଠୀ ଙ୍କ ଏଭଳି କାର୍ଯ୍ୟ କୁ ବୁଦ୍ଧିଜୀବୀ ମାନେ ବେଶ୍ ପ୍ରଶଂସା କରିଛନ୍ତି ।

Related posts

ଗୌତମ କଚିମ ଙ୍କ କବିତା ଲଲାଟ ଲିଖନ

ଢ଼େଙ୍କାନାଳ – ରଜ ମଉଜ କବିତା ଆସର

Sunil Chandra Nayak

ନବରଙ୍ଗପୁର ବିଧାୟକ ଓ ବିଡ଼ିଓ ତୃତୀୟ ପର୍ଯ୍ୟାୟ ରେ ରୂପାନ୍ତରିତ ହେବାକୁଥିବା ଉଚ୍ଚ ବିଦ୍ୟାଳୟ ସ୍ଥିତି ପରଖିଲେ ଓ ଏସ ଏମ ସି ସହ ଆଲୋଚନା

Sunil Chandra Nayak

Leave a Comment

error: Content is protected !!