ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକ ଅ6ର୍ଦ୍ଦନ୍ଧୁ ଦାସ ଙ୍କୁ ଗିରଫ ର ପ୍ରତିବାଦ ସଭା, ରାଲି ଓ ଦାବୀ ପତ୍ର ପ୍ରଦାନ

ଉ6ତ୍କଲା, ଠ୮/O୭, (ମ ନି ସ) ବଡଖବର ର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଦ୍ଦେନ୍ଧୁ ଦାସ ଙ୍କୁ ବେନିୟମ ଗିରଫ ପ୍ରତିବIଦ ରେ ସାମ୍ବାଦିକ ବନ୍ଧୁ ଅର୍ଧେନ୍ଦୁଦାସ ଙ୍କ ବିରୁଦ୍ଧ ରେ ଆକ୍ରୋଶ ମୂଳକ ଭାବେ ଗିରଫ କରିବା,ଓ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କୁ ବିରୋଧ ଓ ତାଙ୍କୁ ତୁରନ୍ତ ଜାମିନ ମଞ୍ଜୁର ଦାବିରେ କେସିଙ୍ଗା ସାମ୍ବାଦିକ ବନ୍ଧୁଗଣ, ସଚେତନ ଓ ବିଭିନ୍ନ ରାଜନୈତିକ ପ୍ରତିନିଧି ମାନଙ୍କ ସହ କେସିଙ୍ଗା ଜଗନ୍ନାଥ ମନ୍ଧିର ପରିସରରେ ଏକ ସଭା ଆୟୋଜିତ ହୋଇଥିଲା। ଉକ୍ତ ସଭାରେ କେସିଙ୍ଗା ସମାଜ ପ୍ରତିନିଧି ଯଯାତି କେଶରି ଦେଓ ଙ୍କ ପରିଚାଳନା ରେ ସଭାର ସଭାପତି ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରଓ୍ବାଲ ନେତୃତ୍ୱରେ କେସିଙ୍ଗା ର ପୁର୍ବତନ ନଗରପାଳ ରାମକୁମାର ଜୈନ,କଂଗ୍ରେସ କର୍ମି ସୁରେଶ ରାଓ,ବସନ୍ତ ନାଏକ,କେସିଙ୍ଗା ପ୍ରମେୟ ପ୍ରତିନିଧି ଗଜିନ୍ଧ୍ର ସାହୁ,ଉତ୍କେଲା ସମାଜ ସାମ୍ବାଦିକ ଅର୍ଜୁନ ପୋଢ, ପ୍ରଗତିବାଦି ସାମ୍ବାଦିକ ଡମ୍ବରୁଧର ଭୋଇ,କାମାୟାବ ଟିଭୀ ସାମ୍ବାଦିକ ମହମ୍ମଦ ଆଘାଜାନ,ତେଜରାମ ସାହୁ ନିତିଦିନ ର ସାମ୍ବାଦିକ ଦୟାନିଧି ସୁନାନି,ପ୍ରିତିଷ ପଟେଲ, ଶୃତି ର ସାମ୍ବାଦିକ ମନୋଜ ସିଂ,ପ୍ରଶାନ୍ତ ବାନାର୍ଜି, ବୁଦ୍ଧିଜୀବୀ ସୁର୍ଯ୍ୟକାନ୍ତ ଦାଶ,ପିଙ୍କୁ ପରିଡା,ଯୁଗଳ ଦୀପ,ଟିକେମନ ଦୀପ,କେସିଙ୍ଗା କାଉନସିଲର ଧରଣୀ ନାଏକ,ରୋହୀତ ଜୈନ,ଶମ୍ବୁ ବଗର୍ତି,ବଡ ଖବର ର ସାମ୍ବାଦିକ ସଂଗ୍ରାମ କେଶରି ଦେଓ ଓ ଅନେକ ବୁଦ୍ଧିଜୀବୀ ସାମିଲ ହୋଇ ଏହାକୁ ଘୋର ନିନ୍ଦା କରିବା ସହ ଆଲୋଚନା କରାଯାଇ କେସିଙ୍ଗା ଜଗନ୍ନାଥ ମନ୍ଧିର ଠାରୁ ବ୍ଲକ ଅଫିସ୍ ପ୍ରଯ୍ୟନ୍ତ ରାଲି କରି ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ମାନପତ୍ର କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଓଡୁ ଙ୍କୁ ପ୍ରଦାନ କରାଯାଇଥିଲା।

ଉ6ତ୍କଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ସଫଳା ଦାସ ଙ୍କ କବିତା ହେ ସୂର୍ଯ୍ୟ

Sunil Chandra Nayak

ମଧୁମାଧଵ ତୀର୍ଥ ରେ ଶ୍ରୀ ରାମ ନବମୀ ମହୋତ୍ସବ ସୁବର୍ଣ୍ଣ ଜୟନ୍ତୀ ଆରମ୍ଭ

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ନୂଆଁ ଖାଇ ଭେଟ୍ ଘାଟ୍

Sunil Chandra Nayak

Leave a Comment

error: Content is protected !!