ପାପଡାହାଣ୍ଡି,16/7, — ଶଙ୍କଟାପନ ଅବସ୍ଥାରେ ଗର୍ଭବତୀକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିଲା 108 ଆମ୍ବୁଲାନ୍ସ | ହେଲେ ବାଟରେ ବାରମ୍ବାର ଗାଡିର ଚକ ପଞ୍ଚର ହେଲା | ଆମ୍ବୁଲାନ୍ସରେ ଶିଶୁ ପୁତ୍ରକୁ ଦେଲେ ଜନ୍ମ | ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାବାଲ ଠାରେ | ଜଣେ ଗର୍ଭବତୀ ଅଞ୍ଜନା ଦାସ ଚିକିତ୍ସାରେ ବିଳମ୍ୱ କାରଣରୁ ଆମ୍ବୁଲାନ୍ସରେ ଶିଶୁ ପୁତ୍ରକୁ ଜନ୍ମ କରିଛନ୍ତି | ରାଇଘର ବ୍ଲକ ପାରୁଆ ଅଂଚଳର ଅଞ୍ଜନା ଦାସଙ୍କୁ ଶନିବାର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା | ପରେ ସେଠାରୁ ସ୍ୱାସ୍ଥ୍ୟ ଅବସ୍ଥା ଦେଖି ତାଙ୍କୁ 108 ଆମ୍ବୁଲାନ୍ସ ନମ୍ବର OD 02 BJ 1460 ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା | କିନ୍ତୁ ଆମ୍ବୁଲାନ୍ସ ବାଟରେ ଆସିବା ସମୟରେ ଅଳ୍ପ ଦୂରରେ ପ୍ରଥମେ ଟାୟାର ପଞ୍ଚର ହୋଇଥିଲା | ସେଠାରେ ଡ୍ରାଇଭର ପଞ୍ଚର ପକାଇ ବାହାରିଥିଲେ | କିନ୍ତୁ ବାଟରେ ଜଟାବାଲ ପଂଚାୟତ କାର୍ଯ୍ୟାଳୟ ନିକଟରେ ଆମ୍ବୁଲାନ୍ସ ଟାୟାର ପୁଣି ଥରେ ପଞ୍ଚର ହୋଇଥିଲା | କିନ୍ତୁ ଗ୍ରାମ ର ଟାୟାର ଦୋକାନ ବନ୍ଦ ଥିବାରୁ ପଞ୍ଚର ପକାଇବା ସମ୍ବବ ପର ହୋଇନଥିଲା | ଶେଷରେ ଅଞ୍ଜନା ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ଆମ୍ବୁଲାନ୍ସ ଭିତରେ ହିଁ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ | ତାଙ୍କ ସହିତ ପରିବାର ଲୋକ ଏବଂ ଆଶା କର୍ମୀ ଉପସ୍ଥିତ ଥିଲେ | ଜଟାବାଲର ସ୍ଥାନୀୟ ଲୋକ ସହାୟତାର ହାତ ବଢ଼ାଇ ଥିଲେ | ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ଅଞ୍ଜନାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ତେବେ ବହୁତ ଖରାପ ଆମ୍ବୁଲାନ୍ସ ଗୁଡିକୁ ମରାମତି କରାଯାଉନଥିବା ବେଳେ ମାଗଣା ସେବା ନା ରେ ରୋଗି ହନ୍ତସନ୍ତ ହେବା ଦେଖାଦେଇଛି, ଯାହାକୁ ସାଧାରଣରେ ନିନ୍ଦା କରାଯାଇଛି |
ସ୍ୱପ୍ନଜିତ ପଟନାୟକ, ପାପଡାହାଣ୍ଡି ଙ୍କ ରିପୋର୍ଟ