ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂଜାରୀଗୁଡାରେ ଧାନ ମଣ୍ଡି ମହିଳା ସ୍ୱୟଂ ସହାୟକ ଦଳ ର କ୍ରୟ ର ଶୁଭାରମ୍ଭ

ତେନ୍ତୁଳିଖୁଣ୍ଟି ୧୨/୧୨/୨୨/ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ହାଟ ପଦା ଠାରେ ଅଗ୍ନି ଗାଙ୍ଗାମା ଗ୍ରୁପ ଦ୍ୱାରା ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି ।ଏଥିରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମଣ୍ଡିର ଶୁଭ ଉଦ୍ଘାଟନ କରିଥିଲେ । ପ୍ରଥମେ ମା ଲକ୍ଷ୍ମୀଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ସହ ଧୂପ ଦୀପ ଦେଇ ପୂଜ କରିଥିଲେ ।ଚଳିତ ବର୍ଷ ଚାଷୀ ମାନଙ୍କ ଦ୍ୱାରା ଅମଳ ହୋଇଥିବା ଧାନ କିପରି ଭାବେ ସୁବିଧାରେ ବିକ୍ରି କରିପାରିବେ ସେ ନେଇ ରାଜ୍ୟ ସରକାର ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଦାୟିତ୍ଵ ଦେଇଛନ୍ତି । ଏହି ସମୟରେ ଉପସ୍ଥିତ ଥିବା ଚାଷୀମାନେ ଚାଷୀଙ୍କ ବସ୍ତା ପଇସା ଫେରାଇବା ଏବଂ କଟନୀ ଛଟନୀ ନକରିବାକୁ କହିଥିଲେ। ସୋମବାର ଦିନ ଚରାମୂଳା ଅଗ୍ନି ଗଙ୍ଗାମା ଏସ୍ ଏଚ ଜି ଗୃପ ଧାନ କିଣିବା ଆରମ୍ଭ କରିବେ ।ଏହି ଶୁଭ ଉଦ୍ଘାଟନୀ ସମାରୋହରେ ବରିଷ୍ଠ ଚାଷୀ ତଥା ବରିଷ୍ଠ ବିଜେଡି ନେତା ନାରାୟଣ ପାତ୍ର,ତେନ୍ତୁଳିଖୁଣ୍ଟି ଜୋନ-୨ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା,ପୁଜାରିଗୁଡ଼ା ସରପଞ୍ଚ ଅନାଦି ମାଝୀ,ଦିଗି ସରପଞ୍ଚ କିଶୋର ନାୟକ, ,ସମିତି ସଭ୍ୟ ଦିଲିପ ପ୍ରାଧାନୀ,ଚାଷୀ ଧରଣୀ ସିଂ,ଚାଷୀ କିଶୋର ସିଂ,ରମେଶ ସାହୁ,ଚାଷୀ ସନ୍ତୋଷ ପାତ୍ର,ପି. ନାଗରତ୍ନମ୍,ଆଇନ ଜୀବି ଦିଲୀପ ବିଷୋୟୀ,ବସନ୍ତ ପାଣିଗ୍ରାହୀ , ଭୀମ ପାଣିଗ୍ରାହୀ,କଂଗ୍ରେସ ବ୍ଲକ ସଭାପତି ପ୍ରହଲ୍ଲାଦ ହିଆଲ୍ ଏବଂ ତାଙ୍କ ସହ ବହୁ ଚାଷୀ ଉପସ୍ଥିତ ଥିଲେ|

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଶ୍ରୀନିବାସ ପଣ୍ଡା ଙ୍କ ଜଗନ୍ନାଥ ଜଣାଣ

Sunil Chandra Nayak

କାର୍ଲି ଗ୍ରାମରେ ୧୩୧ତମ ଆମ୍ବେଦକର ଜନ୍ମ ଜୟନ୍ତୀପାଳନ

Sunil Chandra Nayak

ମଧୁ ମିତା ମିଶ୍ର ଙ୍କ କବିତା/ ପ୍ରହରୀ

Sunil Chandra Nayak

Leave a Comment

error: Content is protected !!