ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିକିଲି କାକେଶ୍ୱର ମହାଦେବ ପୀଠରେ ଶୀତଲସଷ୍ଠୀ ପାଳିତ

କୋକସରା,୪ା୬-  (ମ ନି ସ ) କଳାହାଣ୍ଡି  ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମର କାଳେଶ୍ୱର ଶୈବ ପୀଠରେ ଶନିବାର ପାରମ୍ପାରିକ ରୀତିନୀତି ରେ ଶୀତଳଷଷ୍ଠୀ ବା ଶିବ ବିବାହ ଉତ୍ସବ ପାଳିତ ହୋଇଛି । କାଳେଶ୍ୱର ମହାଦେବ ପୂଜକ ମଦନ ବେମାଲଙ୍କ ପୌରୋହିତ୍ୟରେ ବର ଦମ୍ପତି ପିତା ସୁଶାନ୍ତ ଚୌଧୁରୀ, ମାତା ଅନିତା ଚୌଧୁରୀ ଓ କନ୍ୟା ଦମ୍ପତି ପିତା ନରେନ୍ଦ୍ର ଭୋଇ, ମାତା ପ୍ରମିଳା ଭୋଇଙ୍କ ତତ୍ୱାବଧାନରେ ଶିବ ବିବାହ ସମାପିତ ହୋଇଛି । ମା’ ଭଗବତୀ ମନ୍ଦିର ଠାରୁ କାଳେଶ୍ୱର ମହାଦେବ ଙ୍କ ପୀଠ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ରେ ବାହାରି ପାରମ୍ପାରିକ ରୀତିନୀତି ରେ ସାଧାରଣ ବିବାହ ଭଳି ଥାଳ ଉଠା, ଦେବ ନିମନ୍ତ୍ରଣ, ଗୁଆଗୁଣ୍ଡ, ପତରପେଣ୍ଡି, ମଙ୍ଗଳ ଗନସନ, ବରଯାତ୍ରା, କନ୍ୟାଦାନ, ବିଦାୟୀ ପରି ରୀତିନୀତି ରେ ବିବାହ କାର୍ଯ୍ୟ ସମାପନ କରାଯାଇଥିଲା । ଏଥିରେ ମନ୍ଦିର ପରିଚାଳନା ଯୁବଗୋଷ୍ଠୀ ସଭାପତି ପ୍ରେମଲାଲ ଭୋଇ, ହିତେଶ ମାଝୀ, ଜୟନ୍ତ ଭୋଇ, ହରେରାମ ମାଝୀ, ସୁରଙ୍ଗ ଶତନାମୀ, ସୁଶାନ୍ତ ଶତନାମୀ, ପ୍ରଦ୍ୟୁମ୍ନ ନାଏକ, କ୍ଷୀରସିନ୍ଧୁ ମାଝୀ, ମୁକେଶ ମାଝୀ, ରୁଦ୍ରପ୍ରସାଦ ମାଝୀ ସମେତ ମନ୍ଦିର ଟ୍ରଷ୍ଟ ବୋର୍ଡ ର ସଦସ୍ୟ ସନ୍ତୋଷ ସତନାମୀ, ଗୋବର୍ଦ୍ଧନ ମାଝୀ, ବସନ୍ତ ସତନାମୀ, ଗୋପୀନାଥ ମାଝୀ, ତରଙ୍ଗ ସତନାମୀ, ଚୈତନ୍ୟ ଯାନୀ, ହିମାଞ୍ଚଳ ନାଏକ, ଲିଙ୍ଗରାଜ ନାଏକ, ପ୍ରଦୀପ ମାଝୀ ପ୍ରମୁଖ ଉପସ୍ଥିତ ରହି ପୂଜାକାର୍ଯ୍ୟ ରେ ସହଯୋଗ କରିଥିଲେ । ପରିଶେଷରେ ଉପସ୍ଥିତ ସମସ୍ତ ଭକ୍ତ ବୃନ୍ଦ ପାଇଁ ଅର୍ଣ୍ଣ ଛତ୍ର ଓ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।

 

Related posts

ସରିଲା ସମବାୟ ସମିତିର ସଭାପତି ଓ ଉପ-ସଭାପତି ନିର୍ବାଚନ 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଖଡ଼ିଆଳ ବ୍ଲକ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଜିଲ୍ଲା ନିରୀକ୍ଷକ ସଂଘ ଗଠିତ

Sunil Chandra Nayak

Leave a Comment

error: Content is protected !!