ଜୁନାଗଡ଼,୧୧/୭(ମନି ସ) ଜୁନାଗଡ଼ ଯେଏମଏଫସି କୋର୍ଟ ରେ ନୂତନ ଭାବେ ଯୋଗ ଦେଇଥିବା ବିଚାରପତି ପି. ସିତାଲକ୍ଷ୍ମୀଙ୍କୁ ସ୍ଥାନୀୟ ବାର ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ଅବସରେ ବରିଷ୍ଠ ଓକିଲ ଅଶୋକ ପାତ୍ର, ମଦନମୋହନ ସାହୁ ନୂତନ ଭାବେ ଯୋଗଦେଇଥିବା ବିଚାରପତି ଙ୍କୁୁ ବାର ତରଫରୁ ସ୍ୱାଗତ କରିବା ସହ ଉଭୟ ବାର ଓ ବେଞ୍ଚ ମିଳିତ ଭାବେ କାର୍ଯ୍ୟ କରି ଲୋକଙ୍କୁ ନ୍ୟାୟ ପ୍ରଦାନରେ ଯତ୍ନବାନ ହେବାକୁ ପ୍ରତିଶୃତି ଦେଇଥିଲେ। ଅନୁରୂପଭାବେ ନୂତନ ବିଚାରପତି ମଧ୍ୟ ସମସ୍ତଙ୍କ ସହଯୋଗ ଲୋଡିଥିଲେ।ବାର ସମ୍ପାଦକ ହିମାଂଶୁ ବରାଡ଼ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବାର ର ଅନେକ ସଦସ୍ୟ ଉପସ୍ଥିତ ରହି ଥିଲେ।
ଜୁନାଗଡ ରୁ ନରେନ୍ଦ୍ର କ୍ଷୀତୀ ଙ୍କ ରିପୋର୍ଟ