ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ମହାବିଦ୍ୟାଳୟ ରେଡକ୍ରସ ୟୁନିଟର ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା/ ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଉରକେଲା ଯୁବ ରେଡକ୍ରସ ୟୁନିଟ ଦ୍ବାରା ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଯୁବ ରେଡକ୍ରସ ଯୁକ୍ତ ୨ ଶାଖାର ପରାମର୍ଶଦାତା ଅଧ୍ୟାପକ ରଶ୍ମିରଂଜନ ରାଉତ ଓ ଯୁକ୍ତ ୩ ଶାଖାର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ମନୋଜ କୁମାର ଦଳାଇ ଏବଂ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ବୈଜୟନ୍ତୀ ବାରିକ ବୃକ୍ଷରୋପଣର ଉପାଦେୟତା ସଂପର୍କରେ ଛାତ୍ର ସ୍ବେଚ୍ଛାସେବୀଙ୍କୁ ଉଦବୋଧନ ଦେଇଥିଲେ। ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଇଂରାଜୀ ଅଧ୍ୟାପକ ଅନୀଲ କୁମାର ରାମ,ଇତିହାସ ଅଧ୍ୟାପକ ତରଣୀ ନାୟକ,ଓଡିଆ ଅଧ୍ୟାପକ ବନବିହାରୀ କିଶାନ ଓ ଛାତ୍ର ସ୍ବେଚ୍ଛାସେବୀ ଜିତେନ୍ଦ୍ର ମେହେର,କବିତା ଲାକ୍ରା,ସ୍ମିତାରାଣୀ ବାରିକ,ନନ୍ଦିନୀ କୁମାରୀ,କବିତାରାଣୀ କିଶାନ,ଶୁଭଦ୍ରା ବଡାଇକ, ପ୍ରଭାତୀ ସାହୁ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଶୈଲଙ୍ଗର ବ୍ୟବସାୟୀ ଶ୍ୟାମସୁନ୍ଦର ସାହୁ ଙ୍କ ପରଲୋକ

Sunil Chandra Nayak

ଭାଲୁ ଆକ୍ରମଣରେ ଯୁବକ ଗୁରୁତର, ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର

Sunil Chandra Nayak

ରାଜେନ୍ଦ୍ର ଦୂରିଆ ଙ୍କୁ ମାଟି ଲଗ୍ନା ସାହିତ୍ୟ ସଂସଦ ଯୁବ ପ୍ରତିଭା-୨୦୨୨ ସମ୍ମାନ

Sunil Chandra Nayak

Leave a Comment

error: Content is protected !!