ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡାରେ ଜଣକର ମୃତ୍ୟୁ

କୋଷାଗୁମୁଡା,୦୫।୦୮ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଉକିଆପାଲି ପଞ୍ଚାୟତର ନୂଆଗୁଡା ଗ୍ରାମରେ ବିଷାକ୍ତ ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ପୀତମ ବିନ୍ଧାଣି(୪୦) । ମିଳିଥିବା ସୂଚନା ଅନୁଯାଇ ପୀତମ ଗତକାଲି ରାତିରେ ଘରେ ଶୋଇଥିବା ସମୟରେ ରାତି ପ୍ରାୟ ୧୨ଟା ସମୟରେ ସାପ କାମୁଡିଥିଲା । ଏହାପରେ ପୀତମକୁ ସଙ୍ଗେ ସଙ୍ଗେ ପରିବାର ଲୋକେ କୋଟପାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ପୀତମଙ୍କ ମୃତ୍ୟୁ ଘଟିଥିଲା । ଏନେଇ କୋଷାଗୁମୁଡା ଥାନାରେ ଏକ ଅପମୃତ୍ୟୁ ମାମଲାରୁଜୁ କରାଯାଇ ଥିଲା କୋଟପାଡ ଗୋଷ୍ଟୀ ସ୍ୟାସ୍ଥ୍ୟ କେନ୍ଦ୍ର ରେ ମୃତ୍ୟୁବରଣ କରିଥିବା ଯୋଗୁଁ ସେହି ସ୍ୟାସ୍ଥ୍ୟ କେନ୍ଦ୍ର ରେ ଶବବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ମୃତ ପୀତମ ଗରିବ ଶ୍ରେଣୀର ହୋଇଥିବା ହେତୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

କମି ଆସିଲାଣି କାଠ ଗଣ୍ଡିରେ ହେଉଥିବା ପାରମ୍ପାରିକ ଧାନ ମଳା ପଦ୍ଧତି

Sunil Chandra Nayak

ଉଛୁଲା ଗାଁର ସୀମାନ ଶବର ବିଦ୍ଯୁତ ଆଘାତ ଘଟଣା ୨୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମୂଖ୍ଯ ସଚ୍ଚିବଙ୍କୁ ନିର୍ଦ୍ଦେଶ ଦେଲେ ଜାତୀୟ ମାନବ ଅଧିକାର କମିଶନ

Sunil Chandra Nayak

କନ୍ଧମାଳ ରୁ ନୟାଗଡ଼ କୁ ଚାଲାଣ ବେଳେ ୧ କୁଇଣ୍ଟାଲ ୭ କେଜି ଗଞ୍ଜେଇ ଜବତ , ୨ ଗିରଫ

Sunil Chandra Nayak

Leave a Comment

error: Content is protected !!