ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିରଳ ଗ୍ରୁପର ରକ୍ତ ଯୋଗାଡ଼ କରି ଅସହାୟ ମହିଳାଙ୍କ ଜୀବନ ରକ୍ଷା କଲେ

ଲାଞ୍ଜିଗଡ଼,୨୧/୦୭(ମ ନି ସ)  ଜଣେ ଅସହାୟ ପ୍ରସୂତି ମହିଳାଙ୍କୁ ବିରଳ ବି ନେଗେଟିଭ୍ ଗ୍ରୁପର ରକ୍ତ ଯୋଗାଡ଼ କରିଦେବା ସହ ତାଙ୍କର ଜୀବନ ରକ୍ଷା କରି ସାରା ଜିଲ୍ଲାରେ ପ୍ରଶଂସା ସାଉଁଟିଛନ୍ତି ସାମାଜିକ ସଂଗଠନର କର୍ମକର୍ତ୍ତା ! ସୂଚନାନୁଯାୟୀ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ରାମଚନ୍ଦ୍ରପୁର ଗାଁର ଜଣେ ପ୍ରସୂତି ମହିଳାଙ୍କ ନବଜାତ ଶିଶୁର ମ୍ରୁତ୍ୟୁ ପରେ ଓ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିଲା ! ତାଙ୍କୁ ଗୁରୁତର ଭାବେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ଭର୍ତ୍ତି କରାଯିବା ପରେ ତାଙ୍କୁ ବିରଳ ବି ନେଗେଟିଭ ଗ୍ରୁପର ରକ୍ତ ଦେବା ପାଇଁ ଡାକ୍ତର କହିଥିଲେ ! ବର୍ତ୍ତମାନ ପରିସ୍ଥିତିରେ ରକ୍ତଭଣ୍ଡାର ଗୁଡ଼ିକରେ ରକ୍ତର ଘୋର ଅଭାବ ଥିବାବେଳେ ମହିଳାଙ୍କ ପରିବାର ଲୋକେ ଏଇ ଗ୍ରୁପର ରକ୍ତ ଯୋଗାଡ଼ କରିନପାରି ହତାଶ ହୋଇପଡ଼ିଥିଲେ ! ଏ ସଂପର୍କରେ ଶିକ୍ଷାବିତ୍ ତଥା ସମାଜସେବୀ ଗିରିଜା ବେହେରା ଓ ଯୁବ ସମାଜସେବୀ ସୁଶୀଲ କୁମାର ବାଗଙ୍କଠାରୁ ସୂଚନା ପାଇ ସୋସିଆଲ୍ ଏକ୍ଟିଭିଷ୍ଟ ଅଫ୍ କଳାହାଣ୍ଡିର ମହେଶ୍ବର ସୁନାନୀ, ମିଲନ ଭୋଇ, ସୋସିଆଲ୍ ୱେଲଫେୟାର ଅର୍ଗାନାଇଜେସନ୍ କଳାହାଣ୍ଡିର ଉମାକାନ୍ତ ସୁନାନୀ, ସଂଗ୍ରାମ କନ୍ଧପାନ ପ୍ରମୁଖ ଆଗେଇ ଆସିଥିଲେ ! ରକ୍ତର ଅତ୍ୟନ୍ତ ଆବଶ୍ୟକତା ଥିବାରୁ ସୋସିଆଲ୍ ୱେଲଫେୟାର ଅର୍ଗାନାଇଜେସନର କୋକସରା ବ୍ଲକ ସଭାପତି ଧନୁର୍ଯ୍ୟୟ ରଣାଙ୍କୁ ଅନୁରୋଧ କରାଯିବା ପରେ ସେ ଝିପିଝିପି ବର୍ଷା ସତ୍ତ୍ବେ ସମାଜସେବୀ ଶ୍ରୀ ସୁନାନୀ ଓ ରିଙ୍କୁ ମଙ୍ଗରାଜଙ୍କ ସହିତ ୮୦ କିମି ଦୂର କୋକସରାରୁ ଭବାନୀପାଟଣା ଆସି ବି ନେଗେଟିଭ୍ ରକ୍ତଦାନ କରିଥିଲେ ! ସେହିପରି ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ଏବଂ ଆହୁରି ରକ୍ତର ଆବଶ୍ୟକତା ଥିବାରୁ ଅଗ୍ରଣୀ ସାମାଜିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଧନଞ୍ଜୟ ଦୀପ ଆଗେଇ ଆସିବା ସହିତ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡର ସହଯୋଗୀ ଆଇଜାକ୍ କଂପାନୀର ସୂର୍ଯ୍ୟମଣି ସ୍ବାଇଁ, ଗ୍ରୁପ ଫୋର୍ କଂପାନୀର ସତ୍ୟରଞ୍ଜନ ତ୍ରିପାଠୀଙ୍କୁ ଅନୁରୋଧ କରିବା ସହିତ ନିଜସ୍ବ ଉଦ୍ୟମରେ ଦୀର୍ଘ ୮୦ କିମି ରାସ୍ତା ଭବାନୀପାଟଣାକୁ ନେଇ ରକ୍ତଦାନ କରାଇଥିଲେ ! ରକ୍ତଭଣ୍ଡାର ତରଫରୁ ଅଜିତ ନାଏକ, ଗିରିଶ ନାଏକ, ଡମ୍ବରୁଧର ସାହୁ, ସୁବାସଚନ୍ଦ୍ର ଦାସ, ତେଜରାଜ ଦଣ୍ଡସେନା, ବ୍ରୁକୋଦର ଚନ୍ଦନ, ଚତୁର୍ଭୂଜ ଦୁବେ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ! ସୁଦୂର କୋକସରା ଓ ଲାଞ୍ଜିଗଡ଼ରୁ ଭବାନୀପାଟଣା ଯିବା ସହିତ ରକ୍ତଦାନ କରି ମହିଳାଙ୍କ ଜୀବନରକ୍ଷା କରିଥିବାରୁ ସୋସିଆଲ୍ ୱେଲଫେୟାର ଅର୍ଗାନାଇଜେସନ, ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଓ ସୋସିଆଲ୍ ଏକ୍ଟିଭିଷ୍ଟ ଅଫ୍ କଳାହାଣ୍ଡିର କର୍ମକର୍ତ୍ତାଙ୍କୁ ସାରା ଜିଲ୍ଲାରୁ ପ୍ରଶଂସାର ସୁଅ ଛୁଟୁଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ

 

Related posts

ଜନ୍ମଦିନକୁ ଓଲଟା ପାଳନ କଲେ ଯୁବ କଂଗ୍ରେସ କମିଟି  

Sunil Chandra Nayak

ପୋଲିସ ଓ ପରିବହନ ବିଭାଗର ମିଳିତ ଯାନବାହାନ ଯାଞ୍ଚ

Sunil Chandra Nayak

ଜନ ରଞ୍ଜନ ପ୍ରଧାନ ଙ୍କ କବିତା – ଜୀବନ

Sunil Chandra Nayak

Leave a Comment

error: Content is protected !!