ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ନିର୍ବାଚନ ମଣ୍ଡଳୀର ଦୁଖ ସୁଖର ସାଥି ଲୋକପ୍ରିୟ ବିଧାୟକ ସବୁ ସମୟରେ ଲୋକସେବା ଯୋଗୁଁ ଚର୍ଚ୍ଚାରେ

ଡାବୁଗାଁ,୨୨/୭ – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ଟି ଡାବୁଗାଁ, ପାପଡାହାଣ୍ଡି ଓ କୋଷାଗୁମୁଡା ବ୍ଲକର ୫୫ ଟି ପଞ୍ଚାୟତ କୁ ନେଇ ଗଠିତ। ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ରୁ ଡାବୁଗାଁ ନିର୍ବାଚନ ମଣ୍ଡଳୀ କୁ ଆସି କଙ୍ଗ୍ରେସର ଗଡ କୁ ଭାଙ୍ଗି ବିଜେଡି ରୁ ବିଧାୟକ ପ୍ରାର୍ଥୀ ହୋଇ ବିପୁଳ ସଙ୍ଖ୍ୟାରେ ଭୋଟ ପାଇ ଜୟଯୁକ୍ତ ହୋଇ ଥିବାରୁ ସବୁ ସଭା ସମିତି ରେ ଲୋକପ୍ରିୟ ବିଧାୟକ କୁହନ୍ତି, ବିଧାୟକ ଆସନ ଚୌକିରେ ବସାଇ ମୋତେ ଆପଣମାନଙ୍କର ଚୌକିଦାର କରି ଆପଣମାନଙ୍କର ସେବା କରାଇବାର ସୁଜୋଗ ଦେଇଛନ୍ତି ଓ ଆପଣ ମାନେ ଜମି ଉପରେ ବସି ଥିବାରୁ ଆପଣମାନେ ଜମିଦାର। ଏଇଥି ପାଇଁ ବିଧାନ ସଭା ରେ ଥିବା ସମୟ ବାଦ୍ ନବରଙ୍ଗପୁର ଆସିଲେ କାହାର ବିଭାଘର ତ କାହାର ବ୍ରତଘର,ଆଉ କାହାରଏକୋଇଶା ଘର ତ ଆଉ କାହାର ଦୁଖଘରରେ ପହଞ୍ଚି ଜନ ସାଧାରଣ ଙ୍କୁ ସହାୟତାର ହାତ ବଢାଇ ସୁଖ ଦୁଖରେ ସାମିଲ ହୋଇ ଥାଆନ୍ତି।ବର୍ଷା ଦିନରେ ନିର୍ବାଚନ ମଣ୍ଡଳୀ ର ତିନୋଟି ବ୍ଲକ ର ରାସ୍ତା କଡ ମାନଙ୍କରେ ନିଜ ଗାଡି ରଖି ଯେଉଁ ଅଞ୍ଚଳକୁ ଯାଇ ଥାଆନ୍ତି, ସେହି ଅଞ୍ଚଳର ନେତା ମାନଙ୍କୁ ସାଥିରେ ନେଇ ଚାଷ ଜମିରେ କାମ କରୁ ଥିବା ପୁରୁଷ ଓ ମହିଳା ମାନଙ୍କ ପାଇଁ ରେନିକୋର୍ଟ,ଛତା, ଶୁଖିଲା ଖାଦ୍ୟ ,ଚା ନେଇ ଦେଇ ଆତ୍ମତ୍ରୁପ୍ତି ପାଇଥାଆନ୍ତି ଓ ସମୟ ସମୟରେ ସେମାନଙ୍କ ସହ ନାଚି ଖୁସି ଅନୁଭବକରିଥାଆନ୍ତି।ଧାନ କଟା କଟି ସମୟରେ ଧାନ କାଟିବା ପାଇଁ ଦା ଓ ସୁଖିଲା ଖାଦ୍ୟ ସହ ଚା ଦେଇ ବେଶ୍ ଚର୍ଚ୍ଚାକୁ ଆସି ଥାଆନ୍ତି।ଆଉ କେତେବେଳେ ଶାଢି,ଆଉ କେତେବେଳେ ଶୀତ ବସ୍ତ୍ର ପ୍ରଦାନ କରି ଖୁସି ହୋଇ ଥାଆନ୍ତି।ଏଇ ଲୋକପ୍ରିୟ ବିଧାୟକଙ୍କ ଏପରି କାର୍ଜ୍ୟ ଶୈଳୀ କୁ ଅନ୍ୟ ବିଧାୟକ ମାନେ ଆପଣାଉ ଥିବା ଦେଖିବାକୁ ମିଳୁଛି।ଆଜି ବର୍ଷାକୁ ନ ମାନିଘୋଡାଖୁଣ୍ଟା,ମେଞ୍ଜର,ମୋତିଗା,ନନ୍ଦପୁରା,ମାଝିଗୁଡା,ଡଙ୍ଗ୍ରା,କୁରୁପାମୁଣ୍ଡିଗୁଡା,ଧନସରା,ରାବଣାଗୁଡା,କହକାଗୁଡା ଓ ଖୁଟୁଗୁଡା ଗ୍ରାମର ବିଲରେ କାମ କରୁ ଥିବା ପୁରୁଷ ଓ ମହିଳାଙ୍କୁ ରେନ୍ କୋର୍ଟ,ଛତା ଓ ଶୁଖିଲା ଖାଦ୍ୟ,ଚା ବାଣ୍ଟି ଲୋକ ମାନଙ୍କ ପାଖରେ ଠିଆ ହୋଇ ଥିଲେ।ଡାବୁଗାଁ ବ୍ଲକ ଅଧକ୍ଷ ବୀଣା ମାଝି,ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର,ସାନ୍ସଦ ପ୍ରତିନିଧି ଏମ୍ ଆପ୍ପା ରାଓ,ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ,ରାଜା ରାଓ,ଚମ୍ପା ଅଗ୍ରୱ୍।ଲ୍,ପି ନାଗା ରାଓ,ଟି ଜୁଗୁନୁ ବାବୁ ପ୍ରମୁଖ ସହଯୋଗ କରି ଥିଲେ।ସୁଖ ଦୁଖର ସାଥି ବିଧାୟକ ହେବତ ଏମିତି ବିଧାୟକ ବୋଲି ଚାରିଆଡେ ଚର୍ଚ୍ଚା ଜୋର୍ ଧରିଛି।

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡ଼ା ଙ୍କ ରିପୋର୍ଟ 

Related posts

ରୁକେୟା ଜବିନ୍ ଙ୍କ କବିତା କାହିଁକି

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଗଣେଶ କୁହନ୍ତି

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଏଇସେ କୋଣାର୍କ 

Leave a Comment

error: Content is protected !!