ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଣା ଅଜଣା.. ନବରାତ୍ରୀ ଉପଲକ୍ଷେ ମନ୍ଦିରର ସଜା ସଜିରେ ଖର୍ଚ୍ଚ ହୁଏ ୬ କୋଟି ଟଙ୍କା

ମନ୍ଦିର ଭିତରେ ଥିବା ପ୍ରତିମାକୁ ସୁନାରେ ସଜା ଯାଇଥିବାବେଳେ ମନ୍ଦିର ଭିତରେ ଥିବା କାନ୍ଥଗୁଡ଼ିକ ଟଙ୍କାରେ ସଜାଯାଇଥାଏ

ନବରାତ୍ରୀ ଅବସରରେ ଆନ୍ଧ୍ରପ୍ରଦେଶର ଏକ ମନ୍ଦିରକୁ ସୁନାରେ ସଜାଯାଇଛି। ସୋସିଆଲ ମିଡିଆରେ ମନ୍ଦିର ସଜାସଜିର ଫଟୋ ଭାଇରାଲ ହେବାକୁ ଲାଗିଛି। ସୁଚନା ଅନୁଯାୟୀ ନବରାତ୍ରୀରେ ଏହି ମନ୍ଦିର ନିକଟରେ ପ୍ରତି ବର୍ଷ ଦଶହରା ମେଳା ଆୟୋଜିତ ହୋଇଥାଏ। ଏହି ମେଳାରେ ବହୁ ସଂଖ୍ୟାରେ ଭକ୍ତ ଦେଖିବାକୁ ଏକତ୍ରିତ ମଧ୍ୟ ହୁଅନ୍ତି। ଏହି ମନ୍ଦିର ଗୋଦାବରୀ ଜିଲ୍ଲାର ପେନୁଗୋଣ୍ଡା ସହରରେ ଅବସ୍ଥିତ। ଏହି ମନ୍ଦିରଟି ଦେବୀ କନ୍ୟାକା ପରମେଶ୍ୱରୀ ନାମରେ ଜଣାଶୁଣା। କୁହାଯାଏ ଯେ ଏହି ମନ୍ଦିର ୧୩୮ ବର୍ଷ ପୁରୁଣା। ଏଇ ବର୍ଷ ନବରାତ୍ରୀ ଅବସରରେ ଏହି ମନ୍ଦିରକୁ ଏକ ନିଆରା ଢଙ୍ଗରେ ସଜାଯାଇଛି। ମନ୍ଦିର ଭିତରେ ଥିବା ପ୍ରତିମାକୁ ସୁନାରେ ସଜାଯାଇଥିବାବେଳେ ମନ୍ଦିର ଭିତରେ ଥିବା କାନ୍ଥଗୁଡ଼ିକ ଟଙ୍କାରେ ସଜାଯାଇଛି।

ମନ୍ଦିର ସଜାଇବା ପାଇଁ ପ୍ରାୟ ୩.୫ କୋଟି ଟଙ୍କାର ନୋଟ ବ୍ୟବହାର କରାଯାଇଛି। ଏଥିମଧ୍ୟରେ ୫୦୦, ୨୦୦, ୧୦୦, ୫୦, ୨୦ ଏବଂ ୧୦ ଟଙ୍କିଆ ନୋଟ୍ ଅନ୍ତର୍ଭୁକ୍ତ। ଏଥି ସହିତ, ଦେବୀଙ୍କ ପ୍ରତିମାକୁ ୬ କିଲୋଗ୍ରାମ ସୁନା, ୩ କିଲୋଗ୍ରାମ ରୂପା ଆଦିରେ ସଜାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରତିନାରାୟଣ ରାଉତ ଙ୍କ କବିତା ବିଷୁବ ସଂକ୍ରାନ୍ତି 

Sunil Chandra Nayak

ବାଲି ଚୋରା ଚଲାଣ ଅଭିଯୋଗ, ରାଜସ୍ବ ବିଭାଗ ପକ୍ଷରୁ ଏକ ଲକ୍ଷ ଟଙ୍କା ଫାଇନ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ପିଠିଆ ବଳଦ ମୁଁ

Sunil Chandra Nayak

Leave a Comment

error: Content is protected !!