ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ସ୍ୱାଗତମ୍ ମୌସୁମୀ 

ସ୍ୱାଗତମ୍ ମୌସୁମୀ 

କଣ୍ଡୁରୀ ଚରଣ ନାୟକ

 

ସ୍ୱାଗତମ୍ ସ୍ୱାଗତମ୍ ସ୍ୱାଗତମ୍

 ଲାବଣ୍ଯବତୀ ମୌସୁମୀ

 ଆସ ଆସ ତୁମେ କରୁ ନିମନ୍ତ୍ରଣ 

ଧରଣୀ କୁ ଯାଅ ଚୁମ୍ବି ।

 

ଗ୍ରୀଷ୍ମ ଦୁଷ୍ଟ ଆସି ଦେଇଛି କଷଣ 

ଜୀବ କୂଳ ପାଇଁ କଷ୍ଟ 

ତାହାର ପ୍ରକୋପେ ଶୁଷ୍କ ପଡିଅଛି 

ପାଉଅଛୁ ବଡ କ୍ଳିଷ୍ଟ। 

 

ତୁମ୍ଭର କୋମଳ ଲାବଣ୍ୟ ରୂପରେ 

ଜୀବକୂଳ ଆକର୍ଷିତ 

ସୁଧାସମ ନୀର ପାନକରି ଦେଲେ 

ସର୍ବେ ହେବୁ ବିମୋହିତ। 

 

ତୁମ୍ଭଙ୍କୁ ଦେଖିଲେ କେକୀ ନୃତ୍ୟରତା 

ତରୁଲତା ଆନନ୍ଦିତ 

ସଭିଙ୍କର ସାଥୀ ଦୁଷ୍ଟ ସମୀର ଟା 

ପଡି ଯାଇଥାଏ ଶାନ୍ତ। 

 

ଇନ୍ଦ୍ର ବଜାଉଛି ଢୋଲକ, ସମୀର 

ବଜାଏ ତାଳେ ମହୂରୀ 

ଚାମର ଢାଳନ୍ତି ତରୁଲତା ମାନେ 

ସୁମନ ଗୁଚ୍ଛକୁ ଧରି। 

 

ତୁମ୍ଭର ଆଗମେ ଧରଣୀ ରାଣୀ ତ 

ହୋଇଥାଏ ରଜୋବତୀ 

ଫଳପୁଷ୍ପ ମାନ ପୁର୍ଣ୍ଣ କରିଦେବ 

ଧରି କୋଳେ ବସୁମତୀ। 

 

ପାଣ୍ଡୁର ବର୍ଣ୍ଣର ଧରିତ୍ରୀ ର ଶୋଭା 

କୃଷ୍ଣାକୁ ରୂପାନ୍ତରିତ 

ଜଳଜୀବ ମାନେ ସନ୍ତାନ ଖେଳାଇ 

ହେଉଥିବେ ଆନନ୍ଦିତ। 

 

ସମୀରର ତାଳେ ବର୍ଷା ନାଚୁଥିବ 

ତାକଧିନା ତାକଧିନା 

ଆଲୋକ ମାଳାରେ ଝଲସି ଉଠିବ 

ତା ସଙ୍ଗେ ବାଦ୍ଯ ବାଜଣା। 

 

କଣ୍ଟ ହୋଇଥିଲା ତୁମ୍ଭ ଆସିବାକୁ 

ସର୍ବେ ଅଛନ୍ତି ପ୍ରସ୍ତୁତ 

ମିଳିମିଶି କରି ପାଚ୍ଛୋଟି ଆଣିବେ 

ତୁମ୍ଭଙ୍କୁ କରି ସ୍ୱାଗତ। 

ଗଙ୍ଗନଗର ପଲ୍ଲୀ, 
ଭୂବନେଶ୍ବର। 

 

Related posts

ଆରପାରି ରେ ସମସ୍ତଙ୍କ ପ୍ରିୟ ଗାନ୍ଧିବାଦୀ ସମାଜସେବୀ ଘାସିରାମ ପାଟ୍ଟଯୋଷୀ

Sunil Chandra Nayak

କେସିଙ୍ଗା ନଗର କୁଲତା ସମାଜ ର ବନ୍ଧୁ ମିଳନ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଆମେ ଓଡ଼ିଆ

Leave a Comment

error: Content is protected !!