ଶ୍ୟାମ ନାମ ଶୁଣାନା ତୁ
ଉପେନ୍ଦ୍ର କୁମାର ବସ୍ତିଆ
ଶ୍ୟାମ ନାମ ସୁଣାନା ଗୋ
ସଜନୀ ଆଉ
ଦଗାଦିଆ ପୀରତି ତା
ସେତିକି ଥାଉ
ଶ୍ୟାମ ନାମ ଶୁଣାନା ଗୋ ••••।
ସରାଗ ନୟନେ ଚାହିଁ
ନିଶିଉଜାଗର ହୋଇ
ଜାଗର ଜାଳି ବସିଲି
ମଦନ ଦାଉ
ଶ୍ୟାମ ନାମ ଶୁଣାନା ଗୋ ••••।
ଅଗୁରୁ ଚୁଆ ଚନ୍ଦନେ
ସଜାଇ ଅତି ଯତନେ
ବିଫଳେ ବିତିଲା ରାତି
ତା ପଥ ଚାହୁଁ
ଶ୍ୟାମ ନାମ ଶୁଣାନା ଗୋ ••••।
ବାସିହେଲା ମିଛେ ଯାହା
କୁସୁମ ଶେଯ ବିଡ଼ିଆ
ବଢି ଗଲାଣିକି ତାର
ପୀରତି ଦାଉ
ଶ୍ୟାମ ନାମ ଶୁଣାନା ଗୋ ••••।
ଚନ୍ଦ୍ରା ବଳୀ ସଙ୍ଗତରେ
ଭାବ ରଖି ଗୁପତରେ
ଧିକ ସେ କପଟୀ ଯେବେ
ଯାଉଛି ଯାଉ
ଶ୍ୟାମ ନାମ ଶୁଣାନା ଗୋ ••••।
ରାଉରକେଲା