ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା – ପ୍ରୀତି ର ବାସେ ମହକ

ପ୍ରୀତିର ବାସେ ମହକ

କବି ସୌରଭ
ବୈଜୟନ୍ତୀ ମାଳା ମହାପାତ୍ର

 

ପ୍ରୀତିର ମହକ ମହ ମହ ବାସେ

ରାଇ ସାଥିରେ କହ୍ନେଇ,

ଦୋଳି ଝୁଲୁଛନ୍ତି ଅତି ସରଗରେ

ସରବେ ଛନ୍ତି ଅନେଇ ll

 

ମଳୟ ସମୀର ଶତ ଶିହରଣ

ଭରୁଛି କାୟ ଅନ୍ତରେ

ନବ କଳେବର ଧରିଛି ଧରଣୀ

ଶୋଭା କେ ବଖାଣି ପାରେ

ସାତ ରଙ୍ଗ ଅବିରରେ ବୋଳା ମନ

ଭରି ଉଠଇ ଚମକ…..ll୧ll

 

ପୀରତି ରଙ୍ଗରେ ରଙ୍ଗାୟିତ ଧରା

ଫଗୁଣ ଦିଏ ବାରତା

ଅମର ଶାଶ୍ଵତ ପ୍ରେମର ମହିମା

ଫଗୁଣ ଟି ଗାଏ ଗାଥା

ହୋଲି ଖେଳ ଦେଖି ରାଧା କୃଷ୍ଣଙ୍କର

ହୃଦରେ ଭରେ ପୁଲକ….ll ୨ ll

 

ଫୁଲବାଣୀ, କନ୍ଧମାଳ

Related posts

ବହୁ ଚର୍ଚ୍ଚିତ କାହ୍ନୁ ବାଗେ ହତ୍ୟାକାଣ୍ଡର ଅନ୍ଯତମ ଆସାମୀ ଲବ ବାରୀଙ୍କୁ ଆଜୀବନ କାରାଦଣ୍ଡ -ରାଇରଙ୍ଗପୁର କୋର୍ଟ

Sunil Chandra Nayak

ପଞ୍ଚାୟତ ମହାବିଦ୍ୟାଳୟରେ +୨ ଛାତ୍ରୀଙ୍କ ଆତ୍ମ-ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ ଯାପିତ

Sunil Chandra Nayak

ମୋ ସରକାର କାର୍ଯ୍ୟକ୍ରମ ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Leave a Comment

error: Content is protected !!