ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହଦେଵ ବେହେରା ଙ୍କ କବିତା – ସଞ୍ଚୟ

ସଞ୍ଚୟ 

 

ସହଦେବ ବେହେରା

ଶିକ୍ଷକ 

 

ବାଲ୍ଯକାଳୁ ଧନ ଧର୍ମ ମୁଁ ସଞ୍ଚିବି

ଏ କଥାକୁ ରଖି ପଣ

ବିପଦ ପଡିଲେ ଧନ ଧର୍ମ ଥିଲେ

ନେବ ନାହିଁ ଜନ୍ତୁ ରାଣ ll 1

 

ଧନ ଥିଲେ ମିଳେ ସୁବିଧା ସୁଯୋଗ 

ଅସୁବିଧା ହୁଏ ଦୂର 

ପାଶେ ଥିଲେ ଧନ ବନ୍ଧୁ ତ ମିଳନ୍ତି 

ନ ଭାବନ୍ତି କେହି ପର ll 2

 

ଧର୍ମ ନଷ୍ଟ ହୁଏ ଅଭାବେ ରହିଲେ 

ଅଳସେ ଗରିବ ପଣ

ସତ ଶାନ୍ତି ଦୟା କ୍ଷମା ଆଚରିଲେ 

ସେଇତ ମହତ ପଣ ll 3

 

ଅଯଥା ଖରଚ ଯେ କରଇ ଧନ

ଅଭାବ ଗୋଡାଏ ତାକୁ 

ଅଳ୍ପ ଅଳ୍ପ ଧନ ସଞ୍ଚି ରଖିଥିଲେ 

ସାହା ହୁଏ ବିପଦକୁ ll 4

 

ଆଜିଠାରୁ ନେବା ସଭିଏଁ ଶପଥ 

ରଖିବା ସଂଞ୍ଚୟ କରି 

ଧନ ମାନ ଯଶ ଏକକୁ ଆରେକ 

କେହି ନୁହେଁ ତାର ସରି ll

     

        ମଙ୍ଗରାଜପୁର,ହାଟଡିହୀ

               କେନ୍ଦୁଝର,

Related posts

ଆଜି ରାଧା ଅଷ୍ଟମୀ ରେ ମହାଲକ୍ଷ୍ମୀ ଙ୍କର ମୂର୍ତ୍ତି ନିମିତ୍ତ ମାଟି ଅନୁକୁଳ

Sunil Chandra Nayak

କୋକସରା ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

Sunil Chandra Nayak

ଦୁଇ ଅନାଥ ଭଉଣୀ ର ଦୁଃଖ ଶୁଣିବ କିଏ ? ଦୁହିଁଙ୍କ ପାଇଁ ଭଗବାନ ହିଁ ଆଶା ଭରସା

Sunil Chandra Nayak

Leave a Comment

error: Content is protected !!