ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଁଡା ଙ୍କ କବିତା ମୋର୍‌ ନୂଆଁ କଲେଜ୍‌ ପଢ଼ାକଥା

ମୋର୍‌ ନୂଆଁ କଲେଜ୍‌ ପଢ଼ାକଥା

 

ଗାଁଆର୍ ଇସ୍‌କୁଲେଁ ପଢ଼ିସାଏଲିଁ କି 

କଲେଜ୍ ପଠାଲା ମୋର୍ ବୁଆ

ବିଲେଇର୍ କପାଲ୍‌କେ ଶିକା ଛିଡ଼୍‌ଲା ବାଗିର୍‌

ବାପର୍ ଆଗେଁ ହେଲି ଠିଆ

 

“ପଢ଼ାପିଲାର୍ ହାତେଁ ଖଡ଼ା ନାଇଁ ଶିଝେ 

ଧରି ନି’ପାରୁ ନଂଗଲ୍ କଏଁଟ୍ 

ଆଉର୍ କେତେଟା ବଛର୍ ପଢ଼ିଥା ବାବୁ ରେ 

ପିଂଧି ଛିଟ୍ ଦଗ୍‌ଲି ନଲି ଗିଜ୍‌ମୁନା ପେଁଟ୍ 

 

ଚାକ୍‌ରି ବାକ୍‌ରି ସେଟା ସବୁ ପଛର୍ କଥା 

ମୋର୍ ବାଗିର୍ ମୂରୁଖ୍ ବିଲ୍‌କୁଲ୍ ନି ବନ୍‌ବୁ, 

ହେଲେଁ ଜୀବନ୍ ସାରା ହେବୁ ଅଥା”।୧

 

ଟାଂଗା ଗାଡ଼ିଥିଁ ଖଟ୍ ବାକସ୍ ଲଦାହେଲା 

କେତେ ମୁଗ୍‌ଫଲି ଚନା ଉଖ୍‌ରା 

ବହୁମାନେ ବିର୍‌ଝାଲେ “ଘର୍‌ଜୁଏଁ ଯାଉଛନ୍‌ କାଏଁ

ଆମର୍ ଟିଂଗାଲି ଦିଅର୍ ବୁପ୍‌ରା” 

 

ମା ବଏଲା “ମୋର୍ ପୁଓ ରହେବା ଏକ୍‌ଲା

ସାଂଗେ କାଏଁ ନି ରଖ୍‌ବା ନରିହାଟେ 

ବେଲେଁ ଅବେଲେଁ ଖାଇ ପାର୍‌ବା ସିନା

ଭୋକ୍ ଲାଗ୍‌ଲେଁ ଭାତ୍ ପଖାଲ୍‌ ମୁଠେ” 

 

ବୁଆ କିର୍‌ଲେଇ କରି କହେଲେ “ରେ ବେଡ଼ି

ତୁନ୍ ଶାଗ୍ ବାଏର୍ ଭିଲ୍ ଉଠେଇ ନେମା ସେନ୍‌କେ 

ତେହେରୁଁ ପିଲା ଯିବା କଲେଜ୍ ପଢ଼ି”।୨

 

“ଏତ୍‌କି ପଢ଼ା କାଏଁ କମ୍ ହେଲାନ କାଏଁଯେ

କାଣା କର୍‌ବା ବାବୁ ପଢ଼ିକରି ଜହ

ଯୁଆନ୍ ପୁଓର୍ ଲାଗି ଆଘୋ ଖଂଜିଥିତ

କେନୁ ଗୁଟେ ସୁଂଦ୍‌ରୀ ଗୁରୀ ବହ 

 

ମା ଛୁଆ ବାଗିର୍ ରହିଥିତୁଁ ଘରେଁ 

ମୋର୍ ଗୁଲାପୀ ଟିଆଁ ବହକେ ଧରି 

ଖେତୁଁ ଖଲୁଁ ତମେ ଆଏଲା ମାତର୍‌କେ

ବାଢ଼ି ଦେଉଥିତା ପଖାଲ୍‌ ଖୁରି

 

ବହକେ ଦେଖ୍‌ବାର୍ ଲାଗି ଆସୁଥିତା ପିଲା 

ଗାଁ ମାଁ ଛାଡ଼ି ଆମର୍‌ ସୁରୁ ପିଲା କାଏଁଯେ ହେବା

ହର୍‌ମିଶା ଛୁଛାଟାକେ ଗୁଲ୍‌ଗୁଲା।୩

 

ନାଇଁ ତ ପିଲାର୍ ଘର୍ ବସେଇ ଦିଅ ତୁର୍‌ତି

ପିଲାର୍‌ ସାଂଗେଁ ରହେବା ଭୁଆସେନ୍ 

ହଁସିଖୁସିଥିଁ ରହେବେ ଆମର୍ ଦୁହିଁ ଛୁଏ 

ତାହାକୁଁ ଭିଲ୍ ଲାଗ୍‌ବା ଗୁର୍‌ଦୁ ଅଏନ୍

 

କେତେ ଦିନୁ ମୁଇଁ ଟାଉନ୍ ନି’ଦେଖିଁ

ରହେମି ଯାଇ ସାଂଗେଁ ସବୁଦିନ୍ 

ଅଢ଼ିଆ ଖର୍ଚା ତମେ ପହଁଚେଇ ଦଉଥିବ ଗୋ

ଘିନି ଖାଏଲେଁ ଲୁକେ ବଲ୍‌ବେ ହୀନ୍ 

 

ଦେଖ୍‌ବ ଆମର୍ ବାବୁ କେନ୍‌ତା ପଢ଼୍‌ବା ପାଠ୍

ସୁଂଦ୍‌ରୀ ବହ ମୋର୍ ଦେବୀ ବାଗିର୍ ଦିଶୁଥିବା 

ସଜେଇ କରି ତାର୍ ଠାଟ୍ ବାଟ୍।୪

 

ପୁଓ ପାଠ୍ ପଢ଼ିଗଲା ଉତ୍‌ରୁଁ ମୋର୍‌ ବହ 

ଶୁନାବା କେତେ କିସ୍‌ମର୍‌ କଥାନି

ପୁରାଣ୍ ଶାସ୍ତର୍ କଥା ମୁଇଁ ବହକେ ବୁଝାମି

ଯାହା ପାରିଛେଁ ଟିକେରଁଚେ ଶୁନି 

 

କଲା ଅକ୍ଷର୍ ଭଏଁଷ୍‌ ବରାବର୍ କହେସ 

ହର୍‌ମିଶା ଇ ପଦେ ମୋର୍ ଲାଗି 

ପଢ଼ା ମାଏକିନିଆଁକଁର୍ କଥା ଚର୍‌ଚରାସି 

ଘରୁଁ ଯାଏତିଁ କାଏଁ କେନ୍‌କେ ଭାଗି

 

ପୁଓ ବହ ଆଉର୍ ମୁଇଁ ହେଇଯିମୁ ବଡ଼େ ଜ୍ଞାନୀ 

ଘରେଁ ଥାଇ ତମର୍ ନଂଗଲ୍ ଧରି ଦିନ୍ ଯିବା

ଇ କଥା ଏଭେନୁ ପାରୁଛେଁ ମୁଇଁ ଜାନି”।୫

 

ବୁଆ କହେଲେ “ଆରେ ଜଁତୁ ପିଲା ପାଠ୍ ପଢ଼୍‌ବା 

ନାଇଁ ଯିବାର୍ ଘୁଡ଼ା ଚଢ଼ି ବରାତି 

କଁଷିପିଲାର୍ ବେକେଁ କାଏଁଯେ ଛଂଦି ଦେମା ଏଭୁଁ 

ବେଲ୍‌ ଅଛେ କର୍‌ବାକେ ଭୁଜିଭାତି 

 

ତୋର୍ ବାଗିର୍‌ ଦିନେ ମୋର୍ ମାଁ କହିଥିଲା ବଲି 

ଆଏଜ୍ ତକ୍ ଭୁଗୁଛେଁ ସିନା ମୁଇଁ 

ତେଲିଘନା ବାଗିର୍ ଜାଂଗଲ୍ ବଢ଼େଇ ମୁଢ଼ାଲୁ 

ପାଠର୍ କଥା କାଣା ଜାନ୍‌ବୁ ତୁଇ

 

ତୋର୍‌ କଥା ମାନି ଚଲି ବସ୍‌ଲେଁ ମୁଇଁ 

ପିଲା ପାସ୍ ହେବା ବଡ଼େ ଦୂରର୍ କଥା ସେଟା 

ବଛ୍‌ର୍‌କେଁ ନଂଗଲ୍‌ମୁଡ଼ିଆ ନାତି ପାଏବୁ ତୁଇ। “୬

 

ମାଆଁବୁଆର୍ ଲଢ଼େଇ ଦେଖିଶୁନିକରି ମୁଇଁ 

ହଇ ଯାଉଥିଲି ଗୁର୍‌ଦୁ ଅଚାବୁହା

କଲେଜ୍ ପଢ଼ା ମଜା କେନ ଆଉର୍ ମିଲ୍‌ବା 

କଅଁଲି ବଏସୁଁ ହେଇଗଲେଁ ବିହା 

 

କୁଟୁମ୍ କରା ଧଂଦା ଛାଡି ପାଁଚ୍ ବଛର୍ 

ପଢ଼ି ପାର୍‌ଲେଁ ଯାଇ ସହରେଁ

ଚାକ୍‌ରି ନି’କଲେଁ ଭିଲ୍ ବୁଦ୍ଧି ଗିଆନ୍ ଦୁରା 

ସଁଖ୍‌ଲି ପାର୍‌ମି ମନ୍ ଭିତରେଁ 

 

ହେନ୍‌ତା କାହାର୍ ଝି ବୁହେନ୍ ଲାଗି ନ’ଛିଡ଼ିଁ କଥା

ମାକେ ବୁଝେଇ ବାପର୍ କଥା ମାନି ବସ୍‌ଲିଁ ଟାଂଗାନ

ମାଁ ହେଁକେଇ କାଂଦୁଥିଲା “ନି’ଯା ରେ ସହର୍‌କେ ପୁତା।” ୭

 

ଗଅଁଲିଆ କବି ସୁଧୀର୍‌ ପଁଡା

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ପାରିବ କି ଜୟ କରି

Sunil Chandra Nayak

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି

Sunil Chandra Nayak

କ୍ରୀଡାବିତଙ୍କ ସଫଳତା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣେ ବୋଲି କହିଲେ ବିଧାୟକ 

Sunil Chandra Nayak

Leave a Comment

error: Content is protected !!