ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱ ବରିଷ୍ଠ ନାଗରିକ ଦିବସ ଗରିବ ଙ୍କୁ ମନା, ସରକାରୀ ଅବସରପ୍ରାପ୍ତ କର୍ମଚାରୀ ଙ୍କୁ ନିମନ୍ତ୍ରଣ 

ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ

ଚନ୍ଦାହାଣ୍ଡି (ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଭାଗୃହ ଠାରେ ଆଜି ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ହୋଇଯାଇଛି l ଜାତିସଙ୍ଘ ପ୍ରସ୍ତାବିତ କ୍ରମେ ଆଜିର ଦିନକୁ ବରିଷ୍ଠ ନାଗରିକ ଦିବସ ଭାବେ ପାଳନ ଉଦେଶ୍ୟରେ ନିଷ୍ପତ୍ତି ହୋଇଥିଲା l ତେଣୁ ଆଜି ଜିଲ୍ଲାପାଳ ଡ଼. କମଳଲୋଚନ ମିଶ୍ରଙ୍କ ନିର୍ଦେଶ ପ୍ରକାରେ ଚନ୍ଦାହାଣ୍ଡି ବିଡ଼ିଓ ଧର୍ମରାଜ ମାଝୀଙ୍କ ସଭାପତିତ୍ୱରେ ବରିଷ୍ଠ ନାଗରିକ ଦିବସ ପାଳନ ସହ ସମସ୍ତ ବରିଷ୍ଠ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଓ ବାର୍ଦ୍ଧକ୍ୟ ହେତୁ ରକ୍ତଚାପ, ମଧୁମେହ ଭଳି ବିଭିନ୍ନ ରୋଗରୁ ଆରୋଗ୍ୟ ନିମିତ୍ତ ନିଜେ ଖାଦ୍ୟରେ ସଂଯମତା, ବ୍ୟାୟାମ, ଏବଂ ନିୟମିତ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ବିଡ଼ିଓ ଶ୍ରୀମାଝୀ ସମେତ ଡା. ସୂର୍ଯ୍ୟ କୁମାର ପୃଷ୍ଟି, ଡା. ସୌମ୍ୟରଞ୍ଜନ ସାହୁ ଏବଂ ସନ୍ତୋଷ ପଟ୍ଟନାୟକ ଓ ପୁରୁଷୋତ୍ତମ ପାରୀ ପ୍ରମୁଖ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଏଥିରେ କେବଳ ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କୁ ଡକାଯାଇ ଥିବାରୁ ଗରିବ, ନିଷ୍ପେସିତ ନିରୀହ ବରିଷ୍ଠ ନାଗରିକ ମାନଙ୍କୁ ଡକାଯାଇ ନ ଥିବାରୁ ଅସନ୍ତୋଷ ଦେଖାଦେଇଥିଲା । ପ୍ରଶାସନ ପକ୍ଷରୁ ଶତାଧିକ ବୟସ୍କ ବୃଦ୍ଧଙ୍କ ବୁଥ ସ୍ତରରେ ସର୍ଭେ କରାଯାଇ ପାଞ୍ଚ ଜଣଙ୍କ ମଧ୍ୟରୁ ବୋରିଗୁଡା,ଦେଓବନ୍ଧ, ବତାଝର, ଦଳବେଡା ଓ ମାଲଗାଁ ର ଜଣେ ଲେଖାଏଁ 5 ଜଣ ଶତାୟୁ ମାନଙ୍କୁ ଚି଼ହ୍ନଟ କରାଯାଇଥିବା ବେଳେ ପରବର୍ତୀ ସମୟରେ ବିଏଲଓ ମାନଙ୍କ ଦ୍ୱାରା ତାଙ୍କୁ ସମ୍ବର୍ଦ୍ଧନା କରାଯିବା ନେଇ ବିଡ଼ିଓ ଶ୍ରୀମାଝୀ ପ୍ରକାଶ କରିଥିଲେ l ସଭା ଶେଷରେ ସମସ୍ତ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଡା. ପୃଷ୍ଟି, ଡା. ସାହୁ କରିଥିବା ବେଳେ ଏଏନଏମ, ଫାର୍ମାସିଷ୍ଟ ଓ ମେଡିକାଲ କର୍ମଚାରୀ ଏବଂ କାର୍ଯ୍ୟକ୍ରମଟିରେ ଭାରପ୍ରାପ୍ତ ଜିପିଈଓ ସୂର୍ଯ୍ୟ ଭତ୍ରା ଓ ମାନସ ମଲିକ, ଅନୁପ ସାହୁଙ୍କ ସମେତ ବ୍ଲକର କର୍ମଚାରୀ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ଶତାଧିକ ଅବସରପ୍ରାପ୍ତ ବରିଷ୍ଠ ନାଗରିକ ଉପସ୍ଥିତ ରହିଥିଲେ l ତେବେ ଏହି କାର୍ଯ୍ୟକ୍ରମ ରେ ପ୍ରଶାସନ ତରଫରୁ ଗ୍ରାମାଞ୍ଚଳରେ ରହୁଥିବା ଗରିବ ତଥା ବୟସ୍କ ଲୋକ ଙ୍କୁ ନଡାକିବା ଘଟଣା କୁ ଚନ୍ଦାହାଣ୍ଡି ବ୍ଲକ ସାମ୍ବାଦିକ ସଂଘ ନିନ୍ଦା କରିଛି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ  

Related posts

ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତି ଗୁରୁତର 

Sunil Chandra Nayak

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟରେ ସାମ୍ବିଧାନିକ ଦିବସ ପାଳିତ 

Sunil Chandra Nayak

ମ ରାମପୁର ମହାବିଦ୍ୟାଳୟରେ ଛାତ୍ର କଂଗ୍ରେସର ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!