ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନ୍ମାଷ୍ଟମୀ ବ୍ରତ ପୁସ୍ତକ ଉନ୍ମୋଚନ ଓ ବଣ୍ଟନ

ରାଉରକେଲା/ ବ୍ୟେମକେଶ ରଥଙ୍କ ଦ୍ବାରା ରଚିତ ଜନ୍ମାଷ୍ଟମୀ ବ୍ରତ ପୁସ୍ତକକୁ ସେକ୍ଟର ୩ ଶ୍ରୀଜଗନ୍ନାଥ ମନ୍ଦିର ନିକଟସ୍ଥ ବଡଦାଣ୍ଡ ଠାରେ ଉନ୍ମୋଚିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ସେକ୍ଟର ୩ ଥାନାଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନ ମୁଖ୍ୟ ଅତିଥି ଓ ସମାଜସେବୀ ହରିହର ରାଉତରାୟ, ଶ୍ରମିକନେତା ବୈଦ୍ୟନାଥ ଦାସ, ମନ୍ଦିର ଟ୍ରଷ୍ଟି ଗିରିଜା ଶଙ୍କର ଦ୍ବିବେଦୀ,ପ୍ରକାଶକ ମନୋଜ କୁମାର ନନ୍ଦ, କବି କୁଞ୍ଜବିହାରୀ ରାଉତ ଓ ସଂଯୋଜକ ବାସୁଦେବ ବାନାର୍ଜୀ ଓ ଚିତ୍ତରଂଜନ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ପୁସ୍ତକକୁ ଲୋକାର୍ପିତ କରିବା ସହ ଉପସ୍ଥିତ ଭକ୍ତଙ୍କ ମଧ୍ୟରେ ନିଶୁକ୍ଲ ବିତରଣ କରାଯାଇଥିଲା। ଏହି ଅବସରରେ ଅତିଥି ମାନେ ବକ୍ତବ୍ଯ ରଖି କହିଲେ ଯେ ପ୍ରଭୁଙ୍କ ସୁନାବେଶ ଅବସରରେ ଏହି ପୁସ୍ତକ ଭକ୍ତ ଙ୍କ ମଧ୍ୟରେ ଆଦୃତ ହେବା ସହ ଜନ୍ମାଷ୍ଟମୀ ସଂପର୍କରେ ଅଧିକ ଜାଣିହେବ। ଏହାସହ ଏଭଳି କାର୍ଯ୍ୟକ୍ରମକୁ ଅତିଥିମାନେ ପ୍ରଶଂସା କରିଥିଲେ। ଶେଷରେ ପ୍ରକାଶକ ଶ୍ରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା – ବଞ୍ଚିବାକୁ

Sunil Chandra Nayak

କେସିଙ୍ଗା ବ୍ଲକ ଚେୟାରମେନ ଙ୍କ କ୍ଷେତ୍ର ପରିଦର୍ଶନ

Sunil Chandra Nayak

ସାଇକେଲ ଆରୋହୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣାରେ ରାସ୍ତା ଅବରୋଧ ନେଇ ପୋଲିସ ଓ ପ୍ରଶାସନକୁ ଦୁର୍ବ୍ୟବହାର ମାମଲାରେ ୭ ଜଣ କୋର୍ଟ ଚାଲାଣ 

Sunil Chandra Nayak

Leave a Comment

error: Content is protected !!