ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାୟଲ ର ରଥ ସଜାସଜି ପ୍ରତିଯୋଗିତା ସଂପନ୍ନ

ରାଉରକେଲା/ ଓଡିଶା ର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ନୃତ୍ୟାନୁଷ୍ଠାନ ପାୟଲ ତରଫରୁ ଆୟୋଜିତ ରଥ ସଜାସଜି ପ୍ରତିଯୋଗିତା ସଂପନ୍ନ ହୋଇଯାଇଛି। ଅନୁଷ୍ଠାନର ଗୁରୁମା କେତକୀ ଭଟ୍ଟାଚାର୍ଯ୍ୟଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସହରର ୧୫ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବିଚାରକ ଙ୍କ ମତକୁ ନେଇ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରତିଯୋଗୀଙ୍କୁ ଆଗାମୀ ଦିନରେ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସେହିପରି ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଦିଆଯିବ। ବର୍ଷା ବ୍ୟୁତ୍ପାତ ଯୋଗୁଁ ପ୍ରତିଯୋଗୀଙ୍କ ସଂଖ୍ୟା କମ ହୋଇଥିଲେହେଁସେ କାର୍ଯ୍ୟକ୍ରମ ବେଶ ଉତ୍ସାହ ଜନକ ରହିଥିଲା। ପାଗ ବାଧକ ସାଜିବା ସତ୍ତ୍ବେ ଏହିପରି ଅନନ୍ୟ କାର୍ଯ୍ୟକ୍ରମ ସହରରେ ପ୍ରଥମ କରି ଅନୁଷ୍ଠିତ ହୋଇଥିଲା। ସେକ୍ଟର ୩ ଜଗନ୍ନାଥ ମନ୍ଦିର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଗୁରୁମା ଶ୍ରମତୀ ଭଟ୍ଟାଚାର୍ଯ୍ୟଙ୍କ ବ୍ୟତୀତ ସହ ସଂପାଦକ ଡାକ୍ତର ପୂଜା ପତି,ସୋନା ଚୌଧୁରୀ, ମାନସୀ ଚକ୍ରବର୍ତ୍ତୀ,ରୀମା ଚକ୍ରବର୍ତ୍ତୀ, ଦେବିକା ଗାଙ୍ଗୁଲୀ,ରେଖା ଗୁପ୍ତା,ଲିତିକା ସେଠୀ,ସ୍ନେହା ଗାଙ୍ଗୁଲୀ ଓ ମନ୍ଦିର ଟ୍ରଷ୍ଟ ତରଫରୁ ସୁଧୀର ସୁନ୍ଦର ରାୟ ଓ ଗିରିଜା ଶଙ୍କର ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଡା ପତି ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଇସ୍ପାତ ସହରରେ ୩ ଦିନିଆ ଆନ୍ତ ଓଡିଶା କ୍ୟାରୋମ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

ଭାବର ଶ୍ରୀକ୍ଷେତ୍ର -ଚିନ୍ତାପୋଖରୀ ଠାରେ କଳସ ଯାତ୍ରା ଓ ରତ୍ନମୁଦ ମହୋତ୍ସବ

ମୁସଲମାନ ସମ୍ପ୍ରଦାୟ ଭାଇ ଭଉଣୀ ଙ୍କ ଉଦେଶ୍ୟ ରେ  ଉଦଘାଟିତ ହେଲା ମସଜିଦ୍ 

Sunil Chandra Nayak

Leave a Comment

error: Content is protected !!