ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଟ ସର୍କିଟ ରେ ଦୁଇ ପରିବାର ଘର ଜଳି ଯାଇ ପାଉଁଶ , ଅଳ୍ପକେ ବର୍ତିଲେ ପରିବାର ଲୋକେ , ପ୍ରଶାସନ ପକ୍ଷରୁ ସହାୟତା

ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ନାଗପଡା ପଞ୍ଚାୟତ ର ନାଗପଡ଼ା ଗାଁ ର ତ୍ରିନାଥ ତାଣ୍ଡି ଙ୍କ ଘର ସଟ ସର୍କିଟ ହୋଇ ଦୁଇ ବଖରା ଘର ସମ୍ପୂର୍ଣ ଭାବରେ ପୋଡ଼ି ପାଉଁଶ ହେଇଯାଇଛି।ତ୍ରିନାଥ ତାଣ୍ଡି ଙ୍କ ସ୍ତ୍ରୀ ଅଙ୍ଗନବାଡି କର୍ମୀ ଥିବା ବେଳେ ତାଙ୍କର ସବୁ ଖାତା ପତ୍ର ସହ ଘର ରେ ଥିବା ସବୁ ସମ୍ପତି ତଥା ସୁନା ରୁପା ନଗଦ 37 ହଜାର ଟଙ୍କା ସହ ଘରୋଇ ସାମଗ୍ରୀ ଚାଉଳ ଧାନ, ପରିବାର ସମସ୍ତଙ୍କ ପିନ୍ଧିବା ବସ୍ତ୍ର ମଧ୍ୟ ସବୁ ଜଳି ଯାଇଛି।ସମୟ ପ୍ରାୟ ସାତ୍ ଘଟିକା 40 ମିନିଟ ରେ ପରିବାର ସବୁ ଖାଉଥିବା ବେଳେ ହଟାତ ଘର ର ମେନ ସ୍ୱିଚ ରେ ନିଆ ଲାଗିଯାଇଥିଲା ।ନିଆ ଲାଗିବା ଫଳରେ ପରିବାର ଲୋକେ ଚିତ୍କାର କରିଥିଲେ ଗ୍ରାମ ବାସୀ ନିଆ ଜଳୁଥିବା ଦେଖି ସମସ୍ତେ ଗ୍ରାମ ବାସୀ ଏକତ୍ରିତ ହୋଇ ନିଆ କୁ ଲିଭେଇବା ପାଇଁ ପ୍ରୟାସ କରିଥିଲେ କିନ୍ତୁ  ନିଆ ଏତେ ଭୟଙ୍କର ଥିଲା ଯେ ନିଆ କୁ ଗ୍ରାମବାସୀ ଆୟତ କରିପାରିନଥିଲେ।ଅଗ୍ନିଶମ ବିଭାଗ କୁ ଜଣେଇଥିଲେ ସବୁ ଘରେ ଥିବା ଜିନିଷ ପତ୍ର ,ଟଙ୍କା ପଇସା ,କୁଳର ଟେଲର ମେସିନ, ପଲଙ୍ଗ ସବୁ ଜଳି ସାରିଥିବା ବେଳେ ଅଗ୍ନିଶମ ବିଭାଗ ଆସି ନିଆ କୁ ଆୟତ କରିଥିଲେ ପରିବାର ଲୋକେ ଅଗ୍ନିଶମ ବିଭାଗ କୁ ମଧ୍ୟ ବିଳମ୍ବ ରେ ପହଁଚିଲେ ବୋଲି ମତପ୍ରକାଶ କରିଛନ୍ତି।ତ୍ରିନାଥ ତାଣ୍ଡି ଙ୍କ ଘର କୁ ଲାଗିଥିବା ଆଉ ଜଣେ ପରିବାର ବୃନ୍ଦା ତାଣ୍ଡି ଙ୍କ ଘର ମଧ୍ୟ ସମାନ ଅବସ୍ଥା ।ତାଙ୍କ ଘରେ ଥିବା ଖାଦ୍ୟ ସାମଗ୍ରୀ ଧ।ନ ଚାଉଳ ସୁନା ରୁପା ଆଉ ନଗଦ ପଚାଶ ହଜାର ଟଙ୍କା ମଧ୍ୟ ଜଳିଯାଇଥିବା ପରିବାର ଲୋକେ କହୁଛନ୍ତି।ନୂଆପଡ଼ା ଜିଲ୍ଲା ପ୍ରଶାସନ ଙ୍କୁ ନିବେଦନ ଘଟଣା ର ତଦନ୍ତ କରି ସରକାର ଙ୍କ ତରଫରୁ ଦୁଇ ପରିଵାର ଙ୍କୁ ସହାୟତା ପାଇଁ ଜ଼ିଲ୍ଲା ପ୍ରଶାସନ କୁ ଗୁହାରି କରିଥିବା ବେଳେ ଆଜି ଜ଼ିଲ୍ଲାପରିଷଦ ଅଧକ୍ଷା ଡଲି ମାଝୀ ଉକ୍ତ ଘଟଣାର ତଦନ୍ତ କରିବାକୁ ଗାଁ କୁ ଯାଇଥିଲେ ଏବଂ ପରିବାରକୁ ଏକ ଇନ୍ଦିରା ଆବାସ ଗୃହ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସରକାରୀ ଜମିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

Sunil Chandra Nayak

ରଶି ଲଗାଇ ଆତ୍ମହତ୍ୟା , କାରଣ ଆଶ୍ବଷ୍ଟ

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ଅଜା ବୁଢ଼ାର୍‌ ଭୂଗୋଲ୍‌ ଜ୍ଞାନ୍‌

Sunil Chandra Nayak

Leave a Comment

error: Content is protected !!