ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗତ୍ ଜନନୀ ମା ଗଜଲକ୍ଷ୍ମୀ ପୂଜା ଅବସର ରେ ଜନ ମଂଗଳ ର ଜନ କଲ୍ୟାଣକାରି କାର୍ଯକ୍ରମ

 ଢେ଼ଙ୍କାନାଳ(ମ ନି ସ) ଚଳିତ ବର୍ଷ ରାସୋଳ ମହାଲକ୍ଷ୍ମୀ ବାଣିଜ୍ୟ ସଂଘ ପକ୍ଷରୁ ଆୟୋଜିତ ମା ଲକ୍ଷ୍ମୀ ଙ୍କର ପୁଜl ୦୯/୧୦/୨୨ ତାରିଖ ରୁ ଆରମ୍ଭ ହୋଇ ୧0 ଦିନ ଧରି ମେଳା ର ଆୟୋଜିତ ହୋଇଥିଲା।ପ୍ରବଳ ଜନସମାଗମ କୁ ଆଖି ଆଗରେ ରଖି ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ରାସୋଳ ଦ୍ବାରା ସୂଚନା କେନ୍ଦ୍ର ରେ ଆବଶ୍ୟକୀୟ ସୂଚନା ପ୍ରସାରଣ ସହିତ ପ୍ରସାଦ ବଣ୍ଟନ ଚାରା ଗଛ ବଣ୍ଟନ ଏବଂ ପୁରୁଣା ବ୍ଯବହାର ଯୋଗ୍ୟ ପୋଷାକ ସଂଗ୍ରହ ଏବଂ ଅସହାୟ ମାନଙ୍କୁ ବଣ୍ଟନ କରା ଯାଇ ଥିଲା।ଉକ୍ତ ଦିନ ଗୁଡିକ ରେ ଦେଶର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଏ:ପି:ଯେ ଅବଦୁଲ କାଲାମ ଙ୍କର ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ବହୁ ମାନ୍ଯଗଣ୍ଯ ବ୍ୟକ୍ତିବିଶେଷ ଯଥା ଛେଣ୍ଡିପଦା ର ମାନ୍ୟବର ବିଧାୟକ ସନ୍ତୋଷ କୁମାର ବେହେରା,ହିନ୍ଦୋଳ ବ୍ଲକ ଉପାଧ୍ୟକ୍ଷ ବରୁଣ କୁମାର ସର,ପୂର୍ବତନ ବ୍ଲକ ଅଧକ୍ଷ ପ୍ରିୟ ରଞ୍ଜନ ମାହୁନ୍ତ,ରାସୋଳ ସମବାୟ ସମିତି ର ସଭାପତି ସଞ୍ଜୟ ଆଚାର୍ଯ୍ୟ ,ରାସୋଳ ଥାନା ଅଧିକାରୀ ତାହିର୍ ଅଲ୍ଲୀ ଖାନ,ସଂଗଠନ ର ଉପଦେଷ୍ଟା ରାସୋଳ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଦିବାକର ନାଏକ,କୁନୁଆ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ନିରଞ୍ଜନ ସାମଲ, ବିଜେଡି ମହିଳା ମୋର୍ଚା ସମ୍ପାଦିକା ନମିତା ନାଏକ,ଉପଦେଷ୍ଟା ତଥା ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଦୟାନିଧି ପୃଷ୍ଟି ,ଉପଦେଷ୍ଟା ଶ୍ରୀଯୁକ୍ତ ଭକ୍ତବନ୍ଧୁ ଶତପଥୀ ମହୋଦୟ,ଉପଦେଷ୍ଟା ଶ୍ରୀମତି ସତ୍ଯଭାମା ମିଶ୍ର ମହୋଦୟା ଙ୍କୁ ଜନ ମଙ୍ଗଳ (ରାସୋଳ)ସଂଗଠନ ତରଫରୁ ସ୍ଵାଗତ କରିବା ସହିତ ସମ୍ମାନ ପ୍ରଦାନ କରାଯାଇଛି।ଏତାଦୃଶ ଜନକଲ୍ଯାଣ କାରୀ କାର୍ଯ୍ୟ କୁ ସର୍ବ ସାଧାରଣ ସାଧୁବାଦ ଜଣାଇବା ସହିତ ସଂଗଠନ ର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି l

       ପ୍ରକାଶ ଥାଉକି ୨00 ରୁ ଅଧିକ ଖଣ୍ଡ ଶାଢୀ,ବୟସ୍କ ଲୋକ ଙ୍କ ପ୍ଯାଣ୍ଟ ସାର୍ଟ,ବହୁତ ଗୁଡାଏ ଛୋଟ ପିଲା ମାନଙ୍କ ର ଡ୍ରେସ ସଂଗୃହୀତ ହେବା ସଙ୍ଗେ ସଙ୍ଗେ ଆବଶ୍ୟକ ଥିବା ଲୋକ ମାନଙ୍କୁ ନିଃଶୁଳ୍କ ପ୍ରଦାନ କରିବା ସହିତ ,ବେଲ , ପଣସ, ଆମ୍ରପଲ୍ଲୀ କଲମୀ , ନଡିଆ ଗଛ ଇତ୍ୟାଦି ମାଗଣା ରେ ସଂଗଠନ ତରଫ ରୁ ପ୍ରଦାନ କରାଯାଇଛି।ଏତଦ୍ ବ୍ୟତୀତ ଆମ ପ୍ରତିଭା ଆମ ସମ୍ମାନ ଓ ଆଗେଇବା ପରିବାର (ଢେଙ୍କାନାଳ) ତରଫରୁ ପୂର୍ତ୍ତ ଓ ଶିଳ୍ପ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମହୋଦୟ,ଢେଙ୍କାନାଳ କଲେକ୍ଟର ସରୋଜ ସେଠୀ ମହୋଦୟ,ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ ମହୋଦୟା,ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ ତଥା ବହୁ ମାନ୍ଯଗଣ୍ଯ ବ୍ୟକ୍ତିବିଶେଷ ମାନଙ୍କର ଉପସ୍ଥିତ ରେ ଜନ ମଙ୍ଗଳ (ରାସୋଳ) ର ସଭାପତି ବିଭୁପ୍ରସାଦ ଶତପଥୀ ଙ୍କୁ ସେବାରତ୍ନ ଉପାଧି ରେ ଭୂଷିତ କରିବା ସହିତ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା ଓ ପଣ୍ଡିତ ନୀଳକଣ୍ଠ ସ୍ବାସ୍ଥ୍ୟ ସେବା ଯାନ କୁ ଲୋକାର୍ପିତ କରାଯିବା ସହିତ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ,ରାସୋଳ କୁ ପରିଚାଳନା ଗତ ଦାୟୀତ୍ବ ପ୍ରଦାନ କରିଥିଲେ ମାନ୍ୟବର ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ । ଜନ ମଙ୍ଗଳ ସଂଗଠନ ର ସମସ୍ତ ସେବକ ସେବିକା ଭାଇ ଭଉଣୀ ମାନଙ୍କର ମିଳିତ ସହଯୋଗ,ସହାୟତା ତଥା ସଂଗଠନ ର ସଭାପତି ବିଭୁପ୍ରସାଦ ଶତପଥୀ,କୋଷାଧ୍ୟକ୍ଷ ଭରତ ମହାରଣା ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସପ୍ତାହ ବ୍ଯାପି ଜନକଲ୍ୟାଣ କାରୀ ସାଂନ୍ଧ୍ଯ କାଳୀନ ସେବା ପ୍ରଦାନ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ବିଜୁଳିର ଲୁଚକାଳି ଖେଳ, ଲୋକେ ଅତିଷ୍ଠ ଜନଜୀବନ ଅସ୍ତବ୍ୟସ୍ତ

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଧର୍ମ କର୍ମ ର ସଂଜ୍ଞା ବଦଳି ଯାଉଛି

Sunil Chandra Nayak

ଖଡ଼ିଆଳ ରଥଯାତ୍ରା ରେ ଅଘଟଣ, ସେବାୟତ ରଥରୁ ପଡିଆହତ ଥିବା ବେଳେ ଚିକିତ୍ସିତ ଅବସ୍ଥା ରେ ଆଜି ବାହୁଡା ଯାତ୍ରା ଦିନ ତାଙ୍କ ମୃତ୍ୟୁ

Leave a Comment

error: Content is protected !!