ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଞ୍ଚାୟତରାଜ ତାଲିମ ପାଇଁ କଳାହାଣ୍ଡି ରୁ ଦିଲ୍ଲୀରେ ପ୍ରତିନିଧିତ୍ୱ କଲେ ଲଡୁଗାଁ ସରପଞ୍ଚ

କୋକସରା,୨୧/୧୦ (ମ ନି ସ) ରାଜ୍ୟ ସରକାରଙ୍କ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ରହିଥିବା ବେଳେ ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଓ ଗ୍ରାମ ପଞ୍ଚାୟତରେ କେନ୍ଦ୍ର ସରକାର ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଅନୁଦାନ ଆସୁଥିବା ଅର୍ଥକୁ ଅଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଅନୁମୋଦନ କରି ଅର୍ଥର ବିନିଯୋଗ ହୋଇଥାଏ । ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ପଞ୍ଚଦଶ ଅର୍ଥ କମିସନ୍ ଓ ରାଜ୍ୟ ସରକାରଙ୍କ ପଞ୍ଚମ ଅର୍ଥ କମିସନ୍ ତରଫରୁ ପ୍ରତ୍ୟେକ ବର୍ଷ ଅର୍ଥ ଆସିଥାଏ। ଏହା ବ୍ୟତିତ ଉଭୟ ସରକାରଙ୍କ ତରଫରୁ ମଧ୍ୟ ବିଭିନ୍ନ ଯୋଜନାରେ ଅର୍ଥ ଆସୁଥିବା ବେଳେ ସମସ୍ତ ଅର୍ଥକୁ କେମିତି ବିନିଯୋଗ କରାଯିବ ସେ ନେଇ ରାଜ୍ୟରେ ତାଲିମ ଶେଷ ହୋଇଥିବା ବେଳେ କେନ୍ଦ୍ର ସରକାର ତରଫରୁ ଦିଲ୍ଲୀରେ ୧୯ ଓ ୨୦ ତାରିଖ ୨ ଦିନ ଜାତୀୟ ସ୍ତରୀୟ ପଞ୍ଚାୟତ ରାଜ ତାଲିମ ଶିବିରରେ ଓଡିଶାରୁ କେବଳ ଦୁଇ ଜଣ ବ୍ଲକ ଅଧ୍ୟକ୍ଷ ଓ ଦୁଇ ଜଣ ସରପଞ୍ଚଙ୍କୁ ଚୟନ ହୋଇ ଦିଲ୍ଲୀରେ ପ୍ରତିନିଧିତ୍ୱ କରିଛନ୍ତି। ତାଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଓ କୋକସରା ବ୍ଲକ ଲଡୁଗାଁ ସରପଞ୍ଚ ନକୁଲ ନାଏକ ଙ୍କୁ ରାଜ୍ୟ ସରକାର ତରଫରୁ ଚୟନ ହୋଇ ଜିଲା ପ୍ରଶାସନର ଚିଠି ଅନୁସାରେ ଦିଲ୍ଲୀରେ ଆୟୋଜିତ ପଞ୍ଚାୟତ ତାଲିମ କର୍ମଶାଳାରେ ପ୍ରତିନିଧିତ୍ୱ କରିଛନ୍ତି। ତାଲିମ ଶିବିର ଗୁରୁବାର ଶେଷ ହୋଇଥିବା ବେଳେ କଳାହାଣ୍ଡିର ଦୁଇ ଜନ ପ୍ରତିନିଧି ନିଜର ଦକ୍ଷତା ଦିଲ୍ଲୀ କର୍ମଶାଳାରେ ମଧ୍ୟ ଦେଖାଇଛନ୍ତି। ନକୁଳ ନାଏକ ପୂର୍ବରୁ ମଧ୍ୟ ଲଡୁଗାଁ ସରପଞ୍ଚ ଭାବେ ରହିଥିବା ବେଳେ ପଞ୍ଚାୟତ ପରିଚାଳନାରେ ତାଙ୍କର ଦକ୍ଷତା ରହିଛି। ଏନେଇ ଦୁଇ ଜଣ ପ୍ରତିନିଧି କଳାହାଣ୍ଡି ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ଲଡୁଗାଁ ସରପଞ୍ଚଙ୍କୁ ମଧ୍ୟ ତାଙ୍କ ଶୁଭେଚ୍ଛୁଙ୍କ ମହଲରୁ ପ୍ରଶଂସା ମିଳିଛି।

Related posts

ମାତ୍ରାଧିକ ଔଷଧ ସେବନ କରି ଯୁବକ ଗୁରୁତର

Sunil Chandra Nayak

ଓଲଟିଲା ବରଗଛ ଭାଙ୍ଗିଲା ନାଟ ମନ୍ଦିର

Sunil Chandra Nayak

ଭବାନୀପାଟଣା ଠାରେ ଓଡିଶା ରାଜ୍ୟ ମହିଳା ଆୟୋଗ ଙ୍କ ଦ୍ଵାରା ଆଇନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!