ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବ୍ୟବସ୍ଥା ଘେରରେ ଅଙ୍ଗନବାଡ଼ି କେନ୍ଦ୍ର, ଦାବି ସତ୍ବେ ନିଜସ୍ଵ ଗୃହ କେବେ?

ନର୍ଲା (ମନିସ) ନର୍ଲା ବ୍ଳକ ଅନ୍ତର୍ଗତ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ଵ ଗୃହ ନଥିବାରୁ ଅବ୍ୟବସ୍ଥା ନେଇ ଅଭିଯୋଗ ହୋଇଛି। ଏହି ବ୍ଳକର ମୁସ୍କୁଟି ଗ୍ରାମ ପଞ୍ଚାୟତର ଥୁଆପଦର ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ଵ ଗୃହ ନିର୍ମାଣ ହୋଇ ନାହିଁ। ଏଠାରେ ଦୀର୍ଘ ୧ ବର୍ଷ ଧରି ଏକ କ୍ଲବ ପରିସରରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ସେହିପରି ସରିଆଁ ପଞ୍ଚାୟତ ଦେଣ୍ଡୋଗୁଡା ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ଵ ଗୃହ ନ ଥିବାରୁ ଲୋକଙ୍କ ଘର ବାରଣ୍ଡାରେ ଓ ଗଛମୂଳରେ କେନ୍ଦ୍ରର କାର୍ଯ୍ୟକ୍ରମ ଚାଲିଥିବା ଜଣାପଡିଛି। ଏପରି କି ଖୋଳା ଆକାଶ ତଳେ ତିତକେଲା ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କ ରୋଷେଇ ହେଉଛି। ଦେଣ୍ଡୋଗୁଡା ଅଙ୍ଗନବାଡ଼ି କେନ୍ଦ୍ର ଦୀର୍ଘ ଦିନରୁ ନିର୍ମାଣ ଚାଲିଛି ତେବେ ଏହା କେବେ ସଂପୂର୍ଣ୍ଣ ହେବ କାହାରି ପାଖରେ ଖବର ନାହିଁ। ନର୍ଲା ସିଡିପିଓଙ୍କ ଜ୍ଞାତସାରରେ ଏ ସବୁ ଥିବା ବେଳେ ନିକଟ ଅତୀତରେ ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ନର୍ଲା ପରିଦର୍ଶନରେ ଆସି ରାଜରାସ୍ତାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଓ ମିଶନ ଶକ୍ତି ଗୃହ ପରିଦର୍ଶନ କରିଥିଲେ। ତେବେ ଗ୍ରାମାଂଚଳର ସ୍ଥିତକୁ ଅନୁଧ୍ୟାନ ନ କରିବା ଅତ୍ୟନ୍ତ ଦୁଃଖ ଦାୟକ କଥା ବୋଲି ସାଧାରଣରେ ଅଭିଯୋଗ ହେଉଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

କେସିଙ୍ଗାଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା – ଶ୍ରୀରାମ ନବମୀ

Sunil Chandra Nayak

ଦେଶର ୩୧ ଆଞ୍ଚଳିକ ଦଳଙ୍କୁ ନେଇ ଏଡିଆର୍‌ ରିପୋର୍ଟ: ଆୟରେ ବିଜେଡି ତୃତୀୟ

Leave a Comment

error: Content is protected !!