ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡିସେମ୍ବର ସୁଦ୍ଧା ୫୫ଟି ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ଟାର୍ଗେଟ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

ଡିସେମ୍ବର ସୁଦ୍ଧା ୫୫ଟି ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ଟାର୍ଗେଟ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।ଗତ ଫେବ୍ରୁଆରି, ୨୦୧୮ରେ ରାଜ୍ୟ ସରକାର ଘୋଷଣା କରିଥିଲେ ୫୧ଟି ବ୍ଲକରେ ଅତ୍ୟାଧୁନି ବସଷ୍ଟାଣ୍ଡ ନିର୍ମାଣ ହେବ। ଏହାପରେ ଏଥିରେ ଆଉ ୪ଟି ବ୍ଲକ ସାମିଲ୍ ହୋଇଥିଲା। ହେଲେ ଘୋଷଣାର ୪ ବର୍ଷ ପରେ ବି ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିଲାନି। ଅଧାରୁ ଅଧିକ ବ୍ଲକରେ ବସଷ୍ଟାଣ୍ଡ ପାଇଁ ଜମି ନମିଳିବାରୁ ପ୍ରକଳ୍ପ ଆଗେଇ ପାରୁନି। ବହୁ ସମୀକ୍ଷା ପରେ ଅଧିକାରୀମାନେ ବସଷ୍ଟାଣ୍ଡ ନିର୍ମାଣ ନେଇ ବାଟ ଫିଟାଇପାରୁନାହାନ୍ତି। ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ବ ଓଏସ୍ଆରଟିସିକୁ ଦିଆଯାଇଥିବାବେଳେ ଓଏସ୍ଆର୍ଟିସିର ନିଜସ୍ବ ଜମି ନଥିବାରୁ ଜମି ଅଧିଗ୍ରହଣ ହୋଇପାରୁନି। ତେଣୁ ୫୫ଟି ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ ବିଳମ୍ବ ହୋଇଚାଲିଥିବାରୁ ଏହାକୁ ତୁରନ୍ତ ନିର୍ମାଣ କରିବାକୁ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।ସମସ୍ତ ବସଷ୍ଟାଣ୍ଡ ପ୍ରକଳ୍ପ ଡିସେମ୍ବର, ୨୦୨୨ ସୁଦ୍ଧା ଶେଷ କରିବାକୁ ଟାର୍ଗେଟ୍ ଦିଆଯାଇଛି। ଯଦି ଜମି ଅଧିଗ୍ରହଣ ଏବଂ ଜମିରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବାରେ କିଛି ସମସ୍ୟା ହେଉଛି ତେବେ ତୁରନ୍ତ ପରିବହନ ବିଭାଗ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଏଣିକି କୌଣସି ପରିସ୍ଥିତିରେ ବି ଯେପରି ଜମି ପାଇଁ ବସଷ୍ଟାଣ୍ଡ ନିର୍ମାଣ କାମ ବାଧକ ସାଜିବନି ସେନେଇ ପଦକ୍ଷେପ ନେବାକୁ କୁହାଯାଇଛି। ସେହିପରି ଏହି ସବୁ ବସଷ୍ଟାଣ୍ଡ ଡିଜାଇନ୍ ଓ ଟେଣ୍ଡର ପ୍ରକିୟା ଓଡ଼ିଶା ରାଜ୍ୟ ପୁଲିସ ହାଉସିଂ ଏବଂ କଲ୍ୟାଣ ନିଗମ ଲିମିଟେଡ କରୁଥିବାରୁ ଜୁନ୍ ୨୫ ସୁଦ୍ଧା କାମ ଟେଣ୍ଡର ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି। ବସଷ୍ଟାଣ୍ଡ ନିର୍ମାଣ କାମ ୫ଟି ଅଧୀନରେ ହେବାକୁ ଥିବାରୁ ଧାର୍ଯ୍ୟ ସମୟରେ କାମ ଶେଷ କରିବାକୁ କୁହାଯାଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସାପ କାମୁଡାରେ ମହିଳା ଗୁରୁତର

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରତାପ କିଶୋର ରାଉତ ଙ୍କ କବିତା ମଣିଷ

Sunil Chandra Nayak

ବିଶ୍ୱକର୍ମା ପୂଜା ଅବସରରେ ଵିଶ୍ଵକର୍ମା ଟ୍ରଷ୍ଟ ପକ୍ଷରୁ ଚାରିଜଣ ଶିଳ୍ପୀ ଙ୍କୁ କରାଗଲା ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!